ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ବନ୍ୟା ପ୍ରଭାବିତଙ୍କୁ ସାଂସଦଙ୍କ ଦ୍ୱାରା ରିଲିଫ୍ ବଣ୍ଟନ

ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ବନ୍ୟା ପ୍ରଭାବିତଙ୍କୁ ସାଂସଦଙ୍କ ଦ୍ୱାରା ରିଲିଫ୍ ବଣ୍ଟନ

ଜଳେଶ୍ଵର,୨୬/୮(ମନିସ)-ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଜଳେଶ୍ୱର ବ୍ଲକର ଗଡସାହି-ବାଲିଆପାଳ ଗ୍ରାମପଞ୍ଚାୟତରେ ଲଗାତାର ପ୍ରବଳ ବର୍ଷା ଏବଂ ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ଅନେକ ପରିବାରଙ୍କୁ ଚିହ୍ନଟ କରାଯାଇ ସାମୂହିକ ଭାବେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।

ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟା କ୍ରମେ ବାଲେଶ୍ୱରର ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ଏହି ରିଲିଫ୍ ସାମଗ୍ରୀ ୫୦୦ ପରିବାର କୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ପ୍ୟାକେଟ୍‌ରେ ଚୁଡ଼ା, ଚାଉଳ, ଅଟା, ଖାଇବା ତେଲ, ଡାଲି, ବିସ୍କୁଟ, ମହମବତୀ, ସାବୁନ, ଦିଆସିଲି, ସୁଜି ଆଦି ଅତ୍ୟାବଶ୍ୟକ ଖାଦ୍ୟ ଓ ଉପଯୋଗୀ ସାମଗ୍ରୀ ସମ୍ମିଳିତ ରହିଛି।

ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଏବେ ମଧ୍ୟ ଅନେକ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି। କାଦୁଅ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଘରୋଇ ସମସ୍ୟା ଯୋଗୁଁ ସେମାନଙ୍କ ଦୈନନ୍ଦିନ ଜୀବନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏଭଳି ଦୁର୍ଦ୍ଦିନରେ ସେମାନଙ୍କ ଆବଶ୍ୟକତାକୁ ବୁଝି ଏହି ସହାୟତା ପହଞ୍ଚାଇବାର ଏକ ଛୋଟ ପ୍ରୟାସ କରାଯାଇଛି।

ବିପଦ ସମୟରେ ଲୋକଙ୍କ ସହ ଠିଆ ହେବା ହିଁ ଆମର ପ୍ରଥମ କର୍ତ୍ତବ୍ୟ। ବନ୍ୟା ପ୍ରଭାବିତ ପରିବାରମାନଙ୍କ ପାଖରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ଆମର ପ୍ରୟାସ ଆଗାମୀ ଦିନରେ ମଧ୍ୟ ନିରନ୍ତର ଜାରି ରହିବ।

ଏହି ସେବାମୂଳକ କାର୍ଯ୍ୟରେ ଜଳେଶ୍ୱରର ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ପ୍ରଧାନ, ବିର୍ଲା ଟାୟାରର ବରିଷ୍ଠ ଅଧିକାରୀ, ପଶ୍ଚିମବାଡ଼ ମଣ୍ଡଳ ସଭାପତି ବିଜୟ ସାମଲ, ବିଜେପି ଜିଲ୍ଲା ସମ୍ପାଦକ କାଳୀଚରଣ ଦାସ, ଜଳେଶ୍ୱର ନଗର ମଣ୍ଡଳ ସଭାପତି ଶିବ ନାରାୟଣ ଦାସ ମହାପାତ୍ର, ରାଜେଶ ଖଟୁଆ, ତାପସ ପାଣିଗ୍ରାହୀ, ରଞ୍ଜିତ ପାତ୍ର, ଦିବ୍ୟେନ୍ଦୁ ଦେ, ଶଙ୍କର ମହାଳିକ, ଗୌତ୍ତମ ମାଝୀଙ୍କ ସମେତ ଗ୍ରାମ ପଞ୍ଚାୟତର ଉପ-ସଭାପତି ଜୟନ୍ତ ଗିରି, ରଞ୍ଜନ ଜେନା, ବ୍ରଜେନ୍ଦ୍ର ଗିରି, ଅନିରୋଧ ଜେନା, ପ୍ରଦୀପ ମାଝୀ, ସଂଗ୍ରାମ କେଶରୀ ସିଂହ, ରାଜୀବ ଗିରି, ଚନ୍ଦନ ମହାଳିକ ଓ କାଳୀଚରଣ କାମିଳାଙ୍କ ତତ୍ତ୍ୱାବଧାନରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓରାଘାଟ ଆଇରନ ଖଣି ରେ ଆନ୍ତର୍ଜାତିକ ଯୋଗ ଦିବସ ମହା ଆଡ଼ମ୍ବର ରେ ପାଳନ 

masiha

ଵିଷମ କଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

masiha

Leave a Comment

error: Content is protected !!