ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଣି ଟ୍ୟାଙ୍କରେ ଗଞ୍ଜେଇ ଚାଲାଣ , ୨୧୦ କେଜି ଜବତ ;ଜଣେ ମହିଳା ସମେତ ୮ଗିରଫ 

ପାଣି ଟ୍ୟାଙ୍କରେ ଗଞ୍ଜେଇ ଚାଲାଣ , ୨୧୦ କେଜି ଜବତ ;ଜଣେ ମହିଳା ସମେତ ୮ଗିରଫ 

ଭଞ୍ଜନଗର,୨୬/୮ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗକୁ ଭଞ୍ଜନଗର ପୁଲିସ କାବୁ କରିଛି। କନ୍ଧମାଳ ଜିଲ୍ଲାରୁ ନିୟମିତ ଗଞ୍ଜାମ ଜିଲ୍ଲା ଦେଇ ବିଭିନ୍ନ ଉପାୟରେ ମାଫିଆ ମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୁଲିସ ବ୍ୟାପକ ଧରପଗଡ କରିବା ପରେ ମଧ୍ୟ ଗଞ୍ଜେଇ ଚାଲାଣରେ ରୋକ ଲାଗି ପାରୁନି। ତେବେ ଏକ ଟାଟା ଏସ୍‌ଇ ଗାଡିରେ ସିକ୍ରେଟ ଚାମ୍ବର ସହ ଗଞ୍ଜେଇ ଲୁଚାଇ ରଖି ଆଗରେ ବଡ ପାଣି ଟ୍ୟାଙ୍କରେ ଗଞ୍ଜେଇ ରଖି ଚାଲାଣ କରିବା ସମୟରେ ପୁଲିସ ହାବୁଡେ ପଡିଛନ୍ତି ମାଫିଆ। ସେମାନଙ୍କ ଠାରୁ ପ୍ରାୟ ୨୧୦ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳା ସମେତ ୮ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଟାଟାଏସ୍‌ଇ ଗାଡି ସହ ଗୋଟିଏ ପଲସର ଗାଡି,୩୩ ଶହ ଟଙ୍କା ଓ ୪ ଟି ମୋବାଇଲ ଫୋନ ଜବତ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ଦେ ପ୍ରକାଶ କରିଛନ୍ତି। ସୋମବାର ପୁଲିସ ଟିମ ଡ଼ହ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଲସର ଗାଡିରେ ଦୁଇଜଣ ବ୍ୟକ୍ତି ପୁଲିସ ଗାଡି ଦେଖି ବୁଲାଇ ଦ୍ରୁତଗତିରେ ପଳାଇବାକୁ ଚେଷ୍ଟା କରିବା ସମୟରେ ସନ୍ଦେହରେ ପୁଲିସ ଗୋଡାଇ ତାକୁ ଅଟକାଇବା ପରେ ଆଉ ଏକ ଗାଡିରେ ଗଞ୍ଜେଇ ଆସୁଥିବା ତାଙ୍କ ଠାରୁ ସୂଚନା ପାଇଥିଲା। ପରେ ସେହି ଗାଡିରୁ ଅଟକାଇ ପାଣି ଟାଙ୍କି ବାହାର କରିବା ପରେ ଗାଡିରେ ଥିବା ଏକ ସିକ୍ରେଟ ଚାମ୍ବରେ ଗଞ୍ଜେଇ ମିଳିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ଏନେଇ କେସ ନମ୍ବର ୮୫୭ରେ ଏକ ମାମଲା ରୁଜୁ କରି ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ନୟାଗଡର ଲକ୍ଷ୍ମୀଧର ସାହୁ,ବିକାଶ ସାହୁ,ସରୋଜ କୁମାର ସାହୁ,ଉସ୍ତ କହଁର,ରାକେଶ କୁମାର ସାହୁ,କନ୍ଧମାଳର ମୁକେଶ ଦିଗାଲ,ଲିପି ବେହେରା ଓ ବିରେନ୍ଦ୍ର କୁମାର ସାହୁକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ଅନ୍ତରାଜ୍ୟ ରାକେଟ ସହ ସଂପୃକ୍ତି ରହିଥିବା ବେଳେ ଏମାନେ ପଶ୍ଚିମବଙ୍ଗ,ବିହାର ଭଳି ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ପୁଲିସ କହିଛି। ଏମାନଙ୍କ ସହ ଆଉ କିଛି ବ୍ୟକ୍ତି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଶ୍ରୀ ସେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆଇ ସମୀର କୁମାର ସେଠୀ,ଜ୍ୟୋତ୍ସାମୟୀ ସାହୁ,ଏଏସ୍‌ଆଇ ସତ୍ୟ ନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ତିନି ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଭୁବନ ଅବକାରୀ ବିଭାଗ

masiha

ପ୍ରେମ ପ୍ରତାରଣା: ଶାରିରୀକ ସଂପର୍କ ରଖି ପ୍ରତାରଣା ଅଭିଯୋଗ ରେ ଯୁବକ ଗିରଫ

ଜଳବନ୍ଦୀ ଅଞ୍ଚଳରେ ରାସ୍ତା କାମ କୁ ନେଇ ଗୋଷ୍ଠି ସଂଘର୍ଷ ଗ୍ରାମ୍ୟ ବାତାବରଣ ଦୁଷିତ :ଫାଙ୍କା ଗୁଳି ଚାଳନା ଅଭିଯୋଗ

Leave a Comment

error: Content is protected !!