ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାକିରି ଦେବା ନାଁରେ ୧.୫୦ କୋଟି ଠକେଇ; ୫ ଅଭିଯୁକ୍ତ ଗିରଫ ବୈଦ୍ୟନାଥପୁର ପୋଲିସର ବଡ଼ ସଫଳତା

ଚାକିରି ଦେବା ନାଁରେ ୧.୫୦ କୋଟି ଠକେଇ; ୫ ଅଭିଯୁକ୍ତ ଗିରଫ

ବୈଦ୍ୟନାଥପୁର ପୋଲିସର ବଡ଼ ସଫଳତା

ବ୍ରହ୍ମପୁର , ୨୫/୮ ଚାକିରି ଦେବା ନାଁରେ ବେକାର ଯୁବକ-ଯୁବତୀଙ୍କଠାରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶ୍ରୀ ମନୋରଞ୍ଜନ ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜେ. ଜଗଦୀଶ କୁମାର ବେହେରାଙ୍କ ସମେତ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ବିଭିନ୍ନ ବିଭାଗରେ ସରକାରୀ ଚାକିରି ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀ ପ୍ରାର୍ଥୀଙ୍କଠାରୁ ବିପୁଳ ଟଙ୍କା ଆଦାୟ କରାଯାଇଥିଲା। ଅଭିଯୋଗକାରୀଙ୍କ ମାଧ୍ୟମରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ସଂଗୃହୀତ ଟଙ୍କା ଆକ୍ସିସ୍ ବ୍ୟାଙ୍କ ଓ ଏଚ.ଡି.ଏଫ.ସି ବ୍ୟାଙ୍କ ଖାତାରୁ ଜଗଦୀଶ ବେହେରାଙ୍କ ଭୁବନେଶ୍ୱର ଏସ୍ପ୍ଲାନେଡ୍ ଶାଖାସ୍ଥିତ ଡି.ବି.ଏସ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏଥିସହ ସାକ୍ଷୀମାନଙ୍କ ଉପସ୍ଥିତିରେ ଜଗଦୀଶ ବେହେରାଙ୍କୁ ୯୮ ଲକ୍ଷ ଟଙ୍କା ନଗଦ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଠକେଇର ଅନ୍ୟ ଏକ ଦିଗ ହେଉଛି, ଅଭିଯୁକ୍ତମାନେ ଚାକିରି ଆଶାୟୀଙ୍କ ମୂଳ ଶିକ୍ଷାଗତ ପ୍ରମାଣପତ୍ର ମଧ୍ୟ ନିଜ ପାଖରେ ରଖିଥିବା ଅଭିଯୋଗ ରହିଛି। ମୋଟ ୧,୫୦,୫୦,୪୯୮ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବାବେଳେ, ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଠକେଇରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି ଏବଂ ଅନ୍ୟ ଆଶାୟୀମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି।

ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ରାସୋଳ ପୋଲିସର ଦବଙ୍ଗ ଗିରି : ହତୋତ୍ସାହିତ ଅଭିଯୋଗକାରୀ

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ

masiha

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

Sunil Chandra Nayak

Leave a Comment

error: Content is protected !!