ମୋମିତା ଚୌଧୁରୀ ମୟୂରଭଂଜ -୨ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି
ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୨୮/୦୮ ମୟୂରଭଂଜ -୨ ର ମହିଳା ଵିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ମୋମିତା ଚୌଧୁରୀ ମନୋନିତ ହୋଇଛନ୍ତି ।ସେ ଜଣେ ଦକ୍ଷ ମହିଳା,ପରୋପକାରୀ ,ସାମାଜିକ କର୍ମୀ ,ସମାଜସେବିକା,ସୁସଂଗଠିକା , ଦକ୍ଷା ନାରୀନେତ୍ରୀ ।ଜଣେ ଆଜନ୍ମ ଅଣ କଂଗ୍ରେସ ଓ ଅଣ ବିଜେପି ସଦସ୍ୟା ।ରାଇରଙ୍ଗପୁର ପୌର ପାଳିବା ତରଫରୁ ୩ ଥର ପାରିଷଦ ସଦସ୍ୟା ଭାବେ ବିଜେଡି ତରଫରୁ ନିର୍ବାଚିତ ହୋଇଥିବାବେଳେ ଅଧୁନା ପୌରପାଳିକା ରେ ଉପାଧ୍ଯକ୍ଷା ଭାବେ ନିଷ୍ଠାର ସହ ଦାୟିତ୍ବ ନିଭାଉଛନ୍ତି ।ଦିର୍ଘ ୩୫ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ଜନତା ଦଳ ଏବଂ ନବିନ ପଟନାୟକଙ୍କ ବିଜେଡି ଦଳ ସହିତ ଜଡିତ ହୋଇ ନିଷ୍ଠାର ସହ ଦଳ ଯେଉଁ ଦାୟିତ୍ବ ଦିଏ ନିଷ୍ଠାର ସହ ତୁଲାଉଛନ୍ତି ।ତେଣୁ ତାଙ୍କର ସମାଜସେବା, ନିର୍ଭିକତା, ସଚ୍ଚୋଟତା ଏବଂ ଦଳ ପ୍ରତି ଅଗାଧ ଆନୁଗତ୍ୟ ଯୋଗୁଁ ବିଜେଡି ସଭାପତି ଓ ନେତୃଵୃନ୍ଦତାଙ୍କୁ ମୟୂରଭଂଜ ୨ ର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଗୁରୁ ଦାୟିତ୍ବ ଅର୍ପଣ କରିଛନ୍ତି ।ଏଥିପାଇଁ ଦଳର ସୁପ୍ରିମୋ ନବିନ ପଟନାୟକ,ରାଜ୍ୟ ଓ ଜିଲ୍ଲା ନେତୃଵୃନ୍ଦ ତାଙ୍କ ପ୍ରତି ଆସ୍ଥା ଓ ବିଶ୍ଵାସ ରଖିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ।ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ସୁଦୃଢ କରିବା, ଅବହେଳିତ ଓ ଅସହାୟ ମହିଳା,ଯୁବ,ଛାତ୍ର ମାନଙ୍କୁ ସହାୟତା ଓ ସହଯୋଗର ହାତ ବଢାଇଛନ୍ତି ।ତାଙ୍କର ସ୍ବାମୀ ମନୁ ଚୌଧୁରୀ ଜଣେ ରାଜ୍ୟ ସ୍ତରର ବରିଷ୍ଠ ଵିଜେଡି ନେତା ଏବଂ ତାଙ୍କ ପୁତ୍ର ସୁପ୍ରିମକୋର୍ଟର ଓକିଲାତି କରୁଛନ୍ତି ।ସେ ମଧ୍ଯ ବିଭିନ୍ନ ସାମାଜିକ ସଂଗଠନରେ ନିଜକୁ ଜଡ଼ିତ ରଖି ସେବା କାର୍ଯ୍ୟ ଜାରି ରଖିଛନ୍ତି । ୨ ର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଗୁରୁ ଦାୟିତ୍ବ ଅର୍ପଣ କରିଛନ୍ତି ।ଏଥିପାଇଁ ଦଳର ସୁପ୍ରିମୋ ନବିନ ପଟନାୟକ,ରାଜ୍ୟ ଓ ଜିଲ୍ଲା ନେତୃଵୃନ୍ଦ ତାଙ୍କ ପ୍ରତି ଆସ୍ଥା ଓ ବିଶ୍ଵାସ ରଖିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ।ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ସୁଦୃଢ କରିବା, ଅବହେଳିତ ଓ ଅସହାୟ ମହିଳା,ଯୁବ,ଛାତ୍ର ମାନଙ୍କୁ ସହାୟତା ଓ ସହଯୋଗର ହାତ ବଢାଇଛନ୍ତି ।ତାଙ୍କର ସ୍ବାମୀ ମନୁ ଚୌଧୁରୀ ଜଣେ ରାଜ୍ୟ ସ୍ତରର ବରିଷ୍ଠ ଵିଜେଡି ନେତା ଏବଂ ତାଙ୍କ ପୁତ୍ର ସୁପ୍ରିମକୋର୍ଟର ଓକିଲାତି କରୁଛନ୍ତି ।ସେ ମଧ୍ଯ ବିଭିନ୍ନ ସାମାଜିକ ସଂଗଠନରେ ନିଜକୁ ଜଡ଼ିତ ରଖି ସେବା କାର୍ଯ୍ୟ ଜାରି ରଖିଛନ୍ତି ।ତାଙ୍କ ନିଯୁକ୍ତିରେ ରାଇରଙ୍ଗପୁର ପୋଲିସ ଜିଲ୍ଲାର ସମସ୍ତ ବିଜେଡି ନେତୃବୃନ୍ଦ,, ନେତୃବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

