ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ଅଗଷ୍ଟ ୨୭ ତାରିଖ: ଜ୍ଞାନ,ମହାକାଶବିଜ୍ଞାନ, ପ୍ରଯୁକ୍ତିବିଦ୍ୟା,ଏବଂ କ୍ରୀଡ଼ାର ସଫଳତା କ୍ଷେତ୍ରରେ ଏକ ସ୍ମରଣୀୟ ସ୍ୱର୍ଣ୍ଣିମ ଦିବସ

ଆଜିର ଦିବସର ଅନୁଚିନ୍ତା: ଅଗଷ୍ଟ ୨୭ ତାରିଖ: ଜ୍ଞାନ,ମହାକାଶବିଜ୍ଞାନ, ପ୍ରଯୁକ୍ତିବିଦ୍ୟା,ଏବଂ କ୍ରୀଡ଼ାର ସଫଳତା କ୍ଷେତ୍ରରେ ଏକ ସ୍ମରଣୀୟ ସ୍ୱର୍ଣ୍ଣିମ ଦିବସ

ଡା.ଦେବୀ ପ୍ରସାଦ ମିଶ୍ର,

କାଳର କରାଳ ବକ୍ଷରେ ଇତିହାସ ହେଉଛି ଏକ ଅଲିଭା ସ୍ମୃତିର ଦଲିଲ।ପ୍ରତିଟି ଦିନ ନିଜ ସହିତ କିଛି ସ୍ୱର୍ଣ୍ଣିମ ସ୍ମୃତି,କିଛି ବିଜ୍ଞାନର ଆବିଷ୍କାର ଓ ମହାପୁରୁଷଙ୍କ ବଳିଦାନକୁ ସାଉଁଟି ରଖିଥାଏ।ଆଜି ଅଗଷ୍ଟ ୨୭ ତାରିଖ।ଆସନ୍ତୁ ଆଜିର ଦିନରେ ବିଶ୍ୱ, ଭାରତ ଓ ଆମ ପ୍ରିୟ ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀକୁ ମନେ ପକାଇବା,ଯାହା ଜ୍ଞାନ,ବିଜ୍ଞାନ ଏବଂ ସମାଜକୁ ଏକ ନୂଆ ଦିଗ୍ଦର୍ଶନ ଦେଇଛି।

ବିଶ୍ୱ କ୍ଷେତ୍ରରେ ଜ୍ଞାନ,ବିଜ୍ଞାନ ଓ ମହାକାଶବିଜ୍ଞାନର ସଫଳତା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗଷ୍ଟ ୨୭ ଏକ ଉଲ୍ଲେଖନୀୟ ଦିବସ।୧୯୬୨ ମସିହା ଆଜିର ଦିନରେ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ‘ମାରିନର ୨’ ମହାକାଶଯାନ ଶୁକ୍ର ଗ୍ରହ ଅଭିମୁଖେ ପ୍ରେରଣ କରାଯାଇଥିଲା।ଏହା ବିଶ୍ୱର ପ୍ରଥମ ସଫଳ ଆନ୍ତଃଗ୍ରହୀୟ ମିଶନ ଥିଲା।ସେହିପରି ୨୦୦୩ ମସିହା ଆଜିର ଦିନରେ ମଙ୍ଗଳ ଗ୍ରହ ପ୍ରାୟ ୬୦,୦୦୦ ବର୍ଷ ମଧ୍ୟରେ ପୃଥିବୀର ସବୁଠାରୁ ନିକଟତର (ମାତ୍ର ୫୫.୭୬ ମିଲିୟନ୍ କିଲୋମିଟର ଦୂରତା)ହୋଇ ଏକ ବିରଳ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିଥିଲା।ବାଣିଜ୍ୟିକ କ୍ଷେତ୍ରରେ ୧୮୫୯ ମସିହାରେ ପେନ୍ ସିଲଭାନିଆଠାରେ ବିଶ୍ୱର ପ୍ରଥମ ସଫଳ ତୈଳକୂପ ଖନନ କରାଯାଇ ପେଟ୍ରୋଲିୟମ ଯୁଗର ଆରମ୍ଭ ହୋଇଥିଲା।୧୮୯୬ ମସିହା ଅଗଷ୍ଟ ୨୭ ତାରିଖରେ ବ୍ରିଟେନ ଏବଂ ଜାଞ୍ଜିବାର ମଧ୍ୟରେ ବିଶ୍ୱ ଇତିହାସର ସବୁଠାରୁ ସଂକ୍ଷିପ୍ତ ଯୁଦ୍ଧ (ମାତ୍ର ୩୮ ମିନିଟ୍‌ର ଯୁଦ୍ଧ) ସଂଘଠିତ ହୋଇଥିଲା।କ୍ରିକେଟ ଜଗତର ମହାନ ବ୍ୟକ୍ତିତ୍ୱ ସାର୍ ଡନାଲ୍ଡ ବ୍ରାଡମ୍ୟାନ୍ ୧୯୦୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ,ଯାହାଙ୍କର ବ୍ୟାଟିଂ ହାରାହାରି ୯୯.୯୪ ଆଜି ବି ଏକ କୀର୍ତ୍ତିମାନ ସମ୍ଭ ସ୍ଥାପନା କରିପାରିଛି।ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଲିଣ୍ଡନ ବି.ଜନସନ୍ ୧୯୦୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରି ନାଗରିକ ଅଧିକାର ସଂସ୍କାର ପାଇଁ କାର୍ଯ୍ୟ କରିଥିଲେ।

ଭାରତ କ୍ଷେତ୍ରରେ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ମଧ୍ୟ ଆଜିର ଦିନ ବେଶ୍ ସ୍ମରଣୀୟ।ଭାରତର ପୂର୍ବତନ ରେସଲର ‘ଦି ଗ୍ରେଟ୍ ଖାଲି’ (ଦଲୀପ ସିଂହ ରାଣା) ମଧ୍ୟ ଆଜିର ଦିନରେ ଜନ୍ମ ହୋଇଥିଲେ।

ଓଡ଼ିଶା ପ୍ରେକ୍ଷାପଟ୍ଟରେ ଅନୁଶୀଳନ କଲେ ଜଣାପଡ଼େ ଯେ ଓଡ଼ିଶାପାଇଁ ଅଗଷ୍ଟ ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧୀନତା ସଂଗ୍ରାମର ଇତିହାସରେ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାର ଇରମ,ମାଥିଲି,ପାପଡ଼ାହାଣ୍ଡି ଏବଂ ନିମାପଡ଼ା ଭଳି ଅଞ୍ଚଳରେ ରକ୍ତର ନଦୀ ବହିଯାଇଥିଲା।ଏହି ଅଗଷ୍ଟ ମାସର କ୍ରାନ୍ତିକାରୀ ଜ୍ୱାଳାକୁ ମନେ ପକାଇ ଆଜି ଆମକୁ ଆମର ସାଂସ୍କୃତିକ ଓ ଐତିହାସିକ ଭାବାବେଗକୁ ସୁରକ୍ଷିତ ରଖିବାକୁ ହେବ।ଆଜିର ଦିନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମହାପୁରୁଷମାନଙ୍କର ଶ୍ରାଦ୍ଧ ଏବଂ ଜୟନ୍ତୀ ଅବସରରେ ସେମାନଙ୍କ ତ୍ୟାଗକୁ ସ୍ମରଣ କରାଯାଉଛି।

ଆଜିର ଦିବସର ଅନୁଚିନ୍ତାକୁ ଅନୁଶୀଳନ କଲେ ଜଣାପଡ଼େ ଯେ ଇତିହାସ କେବଳ ଅତୀତର ଘଟଣାବଳୀର ସମାହାର ନୁହେଁ,ବରଂ ଏହା ଭବିଷ୍ୟତ ଗଠନର ଏକ ମାର୍ଗଦର୍ଶିକା।ଆଜିର ଦିନ ଆମକୁ ଶିକ୍ଷା ଦିଏ ଯେ ବିଜ୍ଞାନର ଅଗ୍ରଗତି ହେଉ କିମ୍ବା ମାନବିକ ଅଧିକାରର ସୁରକ୍ଷା— ନିରନ୍ତର ପ୍ରୟାସ ହିଁ ସମାଜକୁ ଶ୍ରେଷ୍ଠ କରିଥାଏ।ତେବେ ଆସନ୍ତୁ ଆମେ ସମସ୍ତେ ଆଜିର ଦିନରେ ଜ୍ଞାନ,ବିଜ୍ଞାନ ଓ ସଂସ୍କୃତିର ବିକାଶ ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଆମ ଜନ୍ମଭୂମି ଓଡ଼ିଶା ପ୍ରଦେଶ ଓ ଆମ ମାତୃଭୂମି ଭାରତ ବର୍ଷର ଗୌରବକୁ ବିଶ୍ୱ ଦରବାରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ବ୍ରତୀ ହେବା।ଏହାହିଁ ହେବ ଆଜି ଦିବସର ସର୍ବଶ୍ରେଷ୍ଠ ଅନୁଚିନ୍ତା।

ଡା.ଦେବୀ ପ୍ରସାଦ ମିଶ୍ର,

Related posts

ଡ୍ୟୁରେସନ: ୨ ମିନିଟ ୧୪ ସେକଣ୍ଡ

ଆଜିର ଦିବସର ଅନୁଚିନ୍ତା: ସେପ୍ଟେମ୍ବର ୪ ତାରିଖ: ସମୟର କାନଭାସ୍ ରେ ଜ୍ଞାନ,ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା, ସଂଗ୍ରାମ ଓ ସଂସ୍କୃତିର ଏକ ଅବିସ୍ମରଣୀୟ ଆଲେଖ୍ୟ 

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ଜୁଲାଇ ୧ ତାରିଖ : ଜାତୀୟ ଡାକ୍ତର,ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଏବଂ ଜିଏସ୍ ଟି,ରାଷ୍ଟ୍ରୀୟ ଡାକ କର୍ମଚାରୀ ଦିବସ 

Leave a Comment

error: Content is protected !!