ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିବେଶ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ମହାମହିମ ରାଜ୍ୟପାଳ ଙ୍କ ଠାରୁ ପୁରସ୍କୃତ ହେଲେ ଢେଙ୍କାନାଳ ମାଟି ର ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ

ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ପରିବେଶ ଓ ପଶୁ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ତିଆରି କରିଛନ୍ତି ପ୍ରାମାଣିକ ଚଳଚିତ୍ର ଯେଉଁଥି ପାଇଁ ତାଙ୍କୁ ମିଳିଛି ଜାତୀୟ ଓ ଆନ୍ତର୍ଜାତିୟ ସ୍ଥରରେ ବିଭିନ୍ନ ପୁରସ୍କାର । ଖରାଦିନେ ଜଳ ଅଭାବ ରୁ ଯେପରି ପକ୍ଷୀଙ୍କ ମୃତ୍ୟୁ ନ ଘଟେ ଏ ନେଇ ୨୦୦୮ ରୁ ଆରଂଭ କରିଛନ୍ତି ଇନିସିଏଟିଭ “ଦେ ରିୟଲି ନିଡ଼ ଅସ୍ “। ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ ସହ ଯୁବ ଗୋଷ୍ଠୀ ଓ ସୋସାଇଟି କୁ  ଯାଇ ବାଣ୍ଟୁଛନ୍ତି ସଚେତନତା ବାର୍ତା । ମାଟିପାତ୍ର ରେ ପାଣି ରଖିବା ଦ୍ୱାରା କିପରି ପକ୍ଷୀଙ୍କ ଜୀବନ ବଞ୍ଚାଇ ହେବ ଏ ନେଇ କରାଉଛନ୍ତି ସଚେତନ , ଦେଖାଉଛନ୍ତି ନିଜେ ତିଆରି କରିଥିବା ପ୍ରାମାଣିକ ଚଳଚିତ୍ର ।

ତେବେ ପରିବେଷ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍  ଙ୍କ ଠାରୁ ଯୁବ ପରିବେଶ ବିତ୍ ଭାବେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଶୁଭ୍ରାଂଶୁ ଶତପଥୀ ।

ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମ ରେ  ” ଆର୍ଟ ଅଫ ଗିଭିଂ ” ର ନବମ ବାର୍ଷିକ ସମାରୋହ ର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ଆର୍ଟ ଅଫ୍ ଗିଭିଂ ଦର୍ଶନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ୟୁନିଟ୍-୧ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ, ଭୁବନେଶ୍ୱରସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚବିଦ୍ୟାଳୟର ସମ୍ପାଦକ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ଓ ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପରିବେଷ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ୍  ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଯୁବ ପରିବେଶ ବିତ୍ ଶୁଭ୍ରାଂଶୁ ଶତପଥୀ, ଏପରିକି ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ ‘ ବାର୍ଡ ମ୍ୟାନ ‘ ଭାବେ ସମ୍ବୋଧିତ କରାଯାଇଥିଲା ।  ସୂଚନା ଥାଉକି ପୂର୍ବରୁ ଶୁଭ୍ରାଂଶୁ  ୨ ଟି ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରି ୫ ଟି ଆନ୍ତର୍ଜାତିୟ ଓ ୯ ଟି ଜାତୀୟ ଆୱାର୍ଡ ଗ୍ରହଣ କରିଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆଜି ଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Sunil Chandra Nayak

ଏନ୍ଏମ୍ଓପିଏସ୍ ବ୍ଲକ ଶାଖା ଗଠିତ

Sunil Chandra Nayak

ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

Sunil Chandra Nayak

Leave a Comment

error: Content is protected !!