ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ରି ବାର୍ଡ ଫିଟନେସ କ୍ଲବ ପକ୍ଷରୁ କ୍ରିଡା ଦିବସ ପାଳିତ

ଫ୍ରି ବାର୍ଡ ଫିଟନେସ କ୍ଲବ ପକ୍ଷରୁ କ୍ରିଡା ଦିବସ ପାଳିତ 

ନବରଙ୍ଗପୁର :(୨୯|୮)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ପ୍ରକୃତି ରିସର୍ଟ ପରିସରରେ ଫ୍ରି ବାର୍ଡ ଫିଟନେସ କ୍ଲବର ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ସଭାପତିତ୍ଵ ରେ କ୍ରିଡା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର ମହେଶ୍ବର ସ୍ବାଇଁ ଯୋଗ ଦେଇ ଛାତ୍ର ଛାତ୍ରୀ ତଥା ଖେଳାଳି ମାନେ ନିଜ ବକ୍ତିତ୍ଵ ଏବଂ ଚରିତ୍ର ଗଠନ କରିବା ପାଇଁ କ୍ରୀଡା ଏକ ମାଧ୍ୟମ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ ।ସେହିପରି ବିଶିଷ୍ଟ ଅତିଥି ଭାବରେ ସମାଜସେବି ସୁଶୀଲ ଜୈନ ଯୋଗ ଦେଇ ନିଜର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ନିମନ୍ତେ କ୍ରୀଡା ଅପରିହାର୍ଯ୍ୟ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ କୋରାପୁଟ ଜିଲା କ୍ରିଡା ସଂଘର ସମ୍ପାଦକ ତଥା ପୂର୍ବତନ ରଣଜୀ କ୍ରିକେଟ ର ଚୟନକର୍ତ୍ତା ଅନୁପ ପାତ୍ର , ଜୟପୁର ଉପଖଣ୍ଡ ର କ୍ରିଡା ସଂଘର ସମ୍ପାଦକ ତଥା ଓଡ଼ିଶା ଅଲମ୍ପିକ ସଂଘର ସହ ସମ୍ପାଦକ ରବି ନାୟକ , ମାଲକାନଗିରି ଜିଲା କ୍ରିଡା ସଂଘର ସମ୍ପାଦକ ରାମହରି ପଣ୍ଡା ପ୍ରମୁଖ ଯୋଗ ଦେଇ ସେଠାରେ ଉପସ୍ଥିତ କ୍ରୀଡାବିତ , ଛାତ୍ର ଛାତ୍ରୀଙ୍କୁ ନିଜ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିବା ସହ ହକି ଯାଦୁଗର ଧ୍ୟନଚାନ୍ଦଙ୍କ ସ୍ମୃତି ଚାରଣ କରିଥିଲେ । ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା କ୍ରିଡା ସଂଘ ର ଉପ ସଭାପତି ଏମ . ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟନାୟକ , ହକି ସମ୍ପାଦକ ଦୂର୍ଗା ପ୍ରସାଦ ମଲିକ , ଇନ୍ଡୋର ସମ୍ପାଦକ କୃଷ୍ଣ ପଟନାୟକ , କ୍ରିକେଟ ସମ୍ପାଦକ ଅଶୋକ ନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା ପ୍ରମୁଖ ଯୋଗ ଦେଇଥିବା ବେଳେ ମହିଳା ସମ୍ପାଦିକା ଇଂ . ଚନ୍ଦନା ମଲିକ ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ ବରିଷ୍ଟ ପ୍ରାକ୍ତନ କ୍ରୀଡାବିତ ପୂର୍ଣ୍ଣଚନ୍ଦ୍ର ବେବର୍ତ୍ତା , କୈଳାଶ ଚନ୍ଦ୍ର ସୁବୁଦ୍ଧୀ, ନଗେନ୍ଦ୍ର ପଟନାୟକ , ପ୍ରକାଶ ତ୍ରିପାଠୀ , ଉମରକୋଟ ର ବରିଷ୍ଟ କ୍ରୀଡ଼ା ସଂଗଠକ ତଥା ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲିକ୍ ପ୍ରମୁଖ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । କ୍ରୀଡା କ୍ଷେତ୍ରରେ ଜୀବନ ବ୍ଯାପି ଅବଦାନ ନିମନ୍ତେ ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ସମସ୍ତ ଅତିଥି ଙ୍କ ଦ୍ବାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଜିଲ୍ଲା ପାଇଁ କ୍ରୀଡା କ୍ଷେତ୍ରରେ ଅବଦାନ ପାଇଁ ବରିଷ୍ଟ କ୍ରୀଡାବିତ ଦୂର୍ଯ୍ୟ ହରିଜନ , ଅଂଶୁମାନ ତ୍ରିପାଠୀ , ଶଶାଙ୍କ ଶେଖର ବେହେରା , ଲାଲୁ ହରିଜନ, ସଞ୍ଜୟ ବେଜ ଏବଂ ଫିରୋଜ ହିଆଲ ଙ୍କୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶୁଭେନ୍ଦୁ ବେହେରା,ଲାଲୁ ମିଶ୍ର, ସରୋଜ ପଟ୍ଟନାୟକ, ପିପୁ ପଟ୍ଟନାୟକ, ସାଜାଦ ଖାନ୍, ସୁନୀଲ ଆଶିଷ ସୁନା, କାହୁଁ ସ୍ୱାଇଁ , ସଚିତା ନନ୍ଦ ତ୍ରୀପାଠୀ, ସବିର ବେଗ, ମଧୁସୂଦନ ତ୍ରିପାଠୀ, ଅଜିତ୍ ମନବଧ, ରମେଶ ସାମନ୍ତରାୟ, ମନ ବାଞ୍ଜା, କେଜେ ରାଓ, ବାବି ଭୂଷଣ, ଅନନ୍ତ ଧାକାଡ, ଅଜିତା ଦାସ,ଗୋପାଳ ପଟ୍ଟନାୟକ, ଜି.ଚନ୍ଦ୍ର ଶେଖର ରାଜା, ପୁରଭି ପରିଡ଼ା ସମେତ ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ଏବଂ କ୍ଲବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

masiha

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

masiha

Leave a Comment

error: Content is protected !!