ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ କ୍ରୀଡା ଦିବସ ଅବସରରେ ଟାଙ୍ଗିରି ପାହାଡ ପର୍ବତାରୋହଣ ଓ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ 

ଜାତୀୟ କ୍ରୀଡା ଦିବସ ଅବସରରେ ଟାଙ୍ଗିରି ପାହାଡ ପର୍ବତାରୋହଣ ଓ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ 

ରୁପ୍ରା, 29/8 (ଅଜୟ ସେନାପତି) : ଜାତୀୟ କ୍ରୀଡ଼ା ଦିବସ ତଥା ଭାରତର ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମବାର୍ଷିକୀ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ରୁପ୍ରା ଠାରେ ଆଜି ପାଳନ କରାଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମର ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭରେଷ୍ଟ ବିଜେତା ଶ୍ରୀ ଯୋଗବ୍ୟାସ ଭୋଇ ଏବଂ ମସ୍କୁଟି ସ୍ଥିତ ଶ୍ରୀ ଭୁତେଶ୍ବର +3 ଡିଗ୍ରୀ ମହାବିଦ୍ୟାଳୟର ସହଭାଗିତାରେ ଆଜି ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପ୍ରାରୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ହରପ୍ରସାଦ ସାହୁଙ୍କ ଶୁଭେଛା ବାର୍ତ୍ତା ପରେ ସେଠାରୁ ବାହାରି 3କିଲୋମିଟର ଦୂରତାରେ ଥିବା ୧୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଟାଙ୍ଗିରି ପାହାଡକୁ ସଫଳତାର ସହିତ ପର୍ବତାରୋହଣ କରି ପାହାଡ଼ ଉପରେ ଜାତୀୟ କ୍ରୀଡାଦିବସ ପାଳନ କରିବା ସହିତ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତି ଉଦ୍ଦେଶ୍ଯରେ ୧ ମିନିଟ ନିରବ ପାର୍ଥନା କରିଥିଲେ। ଏହି ପର୍ବତାରୋହଣ କାର୍ଯ୍ୟକ୍ରମରେ ଶ୍ରୀ ଭୁତେଶ୍ବର ଡିଗ୍ରୀ ମହାବିଦ୍ୟାଳୟର ୧୩ ଜଣଛାତ୍ର ଓ ୩ ଜଣ ଛାତ୍ରୀ ଭାଗ ନେଇଥିଲେ, ଉକ୍ତ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଶ୍ରୀ ଟୁନା ଭୋଇ ଓ ମହାବିଦ୍ୟାଳୟର ପିଇଟି ଶ୍ରୀ ତିଳକର ନାଏକ ମଧ୍ଯ ଯୋଗଦାନ କରିବା ସହିତ ପର୍ବତାରୋହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଦୁଃସାହସିକ ଟାଙ୍ଗିରି ପାହାଡ ପର୍ବତାରୋହଣରେ ଜାତୀୟ ସ୍ତରର ବରିଷ୍ଠ ପର୍ବତାରୋହୀ ତଥା ପ୍ରଶିକ୍ଷକ ଶ୍ରୀ ରୋମାଞ୍ଚଳ ଭୋଇଙ୍କ ସହିତ ଅଞ୍ଚଳର ଦୁଃସାହସିକ ପର୍ବତାରୋହୀ ଟିମ ସଦସ୍ଯ ଅଜୟ ମାଝୀ, ପୂଜା ଭୋଇ, ରଞ୍ଜୁ ରଣା, ତନୁଶ୍ରୀ ସାହୁ, ସରିତା ଦୀପ, ନୀହାରିକା ବୁଧିଆ ଓ ପ୍ରିୟଙ୍କା ପୁଟେଲ ସଫଳତାର ସହିତ ପର୍ବତାରୋହଣ କରି ସଂପୂର୍ଣ୍ଣ ଗାଇଡର ଦାୟିତ୍ବ ନିର୍ବାହ କରିଥିଲେ । ଟାଙ୍ଗିରି ପାହାଡ ଉପରେ ଥିବା ଚର୍ଚ୍ଚିତ ରାଜାରାଣୀ ଶିଖରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହିତ ଉକ୍ତ ଦିବସ ବିଷୟରେ ଏଭରେଷ୍ଟ ଆରୋହୀ ଶ୍ରୀ ଭୋଇ ସମସ୍ତଙ୍କୁ ବୁଝାଇବା ସଙ୍ଗେ ଦୁଃସାହସିକ ପର୍ବତାରୋହଣ, ସ୍ପୋର୍ଟ କ୍ଲାଇମିଙ୍ଗରେ ଅଧିକରୁ ଅଧିକ ଯୁବକ ଯୁବତୀ ସାମିଲ ହୋଇ ନିଜ ଭବିଷ୍ୟତ ଗଢିବା ସଙ୍ଗେ କଳାହାଣ୍ଡି ଜିଲ୍ଲାକୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ପରିଚିତ କିପରି କରିବେ ସେ ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ ଭାବରେ ଶ୍ରୀ ଭୁତେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ମସ୍କୁଟି ପକ୍ଷରୁ ଟାଙ୍ଗିରି ପାହାଡ ଶିଖରରେ ଜାତୀୟ କ୍ରୀଡାଦିବସ ପାଳନ କରାଯାଇଛି ବୋଲି ଶ୍ରୀ ଭୋଇ କହିଛନ୍ତି। ଆଗାମୀ ଦିନରେ ପର୍ବତାରୋହଣ ସହିତ ସ୍ପୋର୍ଟ କ୍ଲାଇମିଙ୍ଗକୁ ନେଇ ଜାତୀୟସ୍ତର ତଥା ଆନ୍ତର୍ଜାତିକ ସ୍ତରର ଦୁଃସାହସିକ କ୍ରୀଡାବିତ ପ୍ରତିଭା ଗଢିବାର ଲକ୍ଷ୍ଯ ରଖିଛନ୍ତି ବୋଲି ପର୍ବତାରୋହୀ ଦଳ ପ୍ରକାଶ କରିଥିଲେ ।

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଗୁରୁ ପୂର୍ଣ୍ଣିମା ପାଳିତ

Sunil Chandra Nayak

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

masiha

ଯୋଡ଼ା ଶାସ୍ତ୍ରୀନଗର କାଳୀପୂଜା ପଡିଆର ଉର୍ଣ୍ଣତିକରଣ ନିମନ୍ତେ କମିଟି ଅଣ୍ଟା ଭିଡ଼ିଲେ

masiha

Leave a Comment

error: Content is protected !!