ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ 

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିବି ନିୟନ୍ତ୍ରଣ, ଟିକାକରଣ, ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଭିତ୍ତିଭୂମି ବିକାଶ, ଆୟୁଷ୍ମାନ ଭାରତ ଯୋଜନା ସମେତ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା।ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଗତବର୍ଷ ଜୁଲାଇ ମାସରେ ଜିଲ୍ଲାରେ ୩୨ଟି ମାତୃ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ଜୁଲାଇ ମାସରେ ଏହି ସଂଖ୍ୟା ୧୬କୁ ହ୍ରାସ ପାଇଛି। ଚଳିତ ବର୍ଷ ଜୁଲାଇ ମାସରେ ଖରିଆର ରୋଡ୍‌ରେ ୬, ସିନାପାଲିରେ ୭, କୋମନାରେ ୨ ଓ ଖଡ଼ିଆଳରେ ୧ଟି ମାତୃ ମୃତ୍ୟୁ ରେକର୍ଡ ହୋଇଥିବା ସୂଚନା ଦିଆଯାଇଥିଲା।

ବୈଠକରେ ମାତୃ ମୃତ୍ୟୁ ଘଟିଥିବା ପରିବାରର ସମ୍ପର୍କୀୟମାନେ ମଧ୍ୟ ଯୋଗଦେଇଥିଲେ। ଜିଲ୍ଲାପାଳ ସେମାନଙ୍କ ସହ ସିଧାସଳଖ ଆଲୋଚନା କରି ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାକ୍ରମ ସମ୍ପର୍କରେ ଜାଣିଥିଲେ। ଏଥିସହ ସମ୍ପୃକ୍ତ ପରିବାରଗୁଡ଼ିକୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦେଇଥିଲେ।ଚଳିତ ବର୍ଷ ଜୁଲାଇ ମାସରେ ଖଡ଼ିଆଳ ଅଞ୍ଚଳରେ ଗୋଟିଏ ଶିଶୁ ମୃତ୍ୟୁ ଘଟଣା ମଧ୍ୟ ସମୀକ୍ଷା କରାଯାଇଥିଲା। ଶିଶୁ ମୃତ୍ୟୁ ରୋକିବା ଏବଂ ଏହାକୁ ଶୂନ ସ୍ତରକୁ ଆଣିବା ପାଇଁ ତୃଣମୂଳ ସ୍ତରରେ ଅଧିକ ସଚେତନତା ଓ ନିରନ୍ତର ନିରୀକ୍ଷଣ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। 

ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଆବଶ୍ୟକ ସମୟରେ ତୁରନ୍ତ ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର (IMR) ଓ ମାତୃ ମୃତ୍ୟୁ ହାର (MMR)କୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମେତ ସମ୍ପୃକ୍ତ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମନ୍ୱୟ ରକ୍ଷା କରି ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ କହିଥିଲେ। ବିଶେଷକରି ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ ଚିହ୍ନଟ, ନିୟମିତ ଫଲୋଅପ୍ ଓ ସମୟୋପଯୋଗୀ ରେଫରାଲ୍ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ଏଡିପିଏଚ୍‌ଓ (ଟିବି) ଡା. ଦିଲୀପ କୁମାର ଦାସଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Related posts

ତୁରେକେଲା ରେ ହିଟ୍ ଆଣ୍ଡ ରନ୍: ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର 

Sunil Chandra Nayak

ନୂଆପଡ଼ାରେ ଜିଲ୍ଲା ଆପତ୍ କାଳୀନ ବୈଠକ; ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଓ ସମନ୍ୱୟ ଉପରେ ଗୁରୁତ୍ୱ

Sunil Chandra Nayak

ବିଶ୍ଵ ରେଡ଼କ୍ରସ ଦିବସରେ ସ୍ଵେଚ୍ଛାକୃତ ରକ୍ତଦାତା ସମ୍ମାନିତ

Leave a Comment

error: Content is protected !!