ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପରିସରରେ ଥିବା ଶୌଚାଳୟର ଅବସ୍ଥା ଶୋଚନୀୟ 

ଥୁଆମୂଳ ରାମପୁର:୧୮/୫ – ମ.ନି.ସ:- ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ,ସ୍ବଛତା ଓ ପରିମଳ କରି ଭାରତକୁ ଗଢିତୋଳିବା ଅନେକ ସମୟର ବହୁଳ ପରିମାଣରେ ପ୍ରସାର ପ୍ରଚାର କରି ସେ ଅନୁସାରେ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାର ଦାୟିତ୍ୱ ବିଭିନ୍ନ ପଞ୍ଚାୟତ ସମିତିକୁ ଅର୍ପଣ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପକ୍ଷରୁ ଜନ ସେଚେତନତା ସୃଷ୍ଟି କରି ଲୋକଙ୍କ ସ୍ବଛତା ଓ ପରିମଳ ଉପରେ ସେଚେତ କରିବାରେ ବିଭାଗୀୟ ଅଧିକାରୀ କେତେ ସଚେତନ ହୋଇଛନ୍ତି, ଏହା ଉପରେ ଏଠାରେ ଏକ ଜ୍ଜଳନ୍ତ ଉଦାହରଣ ଦିଆଯାଇଛି, ଯାହାକି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତର। କାର୍ଯ୍ଯାଳୟ କୁ ପ୍ରତ୍ୟେକ ଦିନ ସର୍ବସାଧାରଣ କିଛି ନା କିଛି ଅଫିସ କାମ ନେଇ ଆସିଥାନ୍ତି। ଏହା ଛଡା ନେତା ଠାରୁ ଆରମ୍ଭ କରି ୨୪ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ପ୍ରତିନିଧି ଏହି କାର୍ଯ୍ଯାଳୟ ଉପରେ ନିର୍ଭର କରନ୍ତି। ସେମାନଙ୍କ ପାଇଁ ବସିବା ଜାଗାଅଛି ନା ଶୌଚାଳୟର ସୁବ୍ଯବସ୍ଥା ରହିଛି, ସ୍ଥାନୀୟ ଜନପ୍ରତିନିଧିଙ୍କର ସଚେତନତାର ଅଭାବ ଯୋଗୁଁ ସେମାନେ ବାରଦୁଆର ଶୁଣ୍ଢିପିଣ୍ତା ହୋଇ କାର୍ଯ୍ଯାଳୟରେ ବୁଲି କିଛି କାମ ଶେଷ କରି ଯେ ଯା ଘରକୁ ଫେରନ୍ତି, କିନ୍ତୁ ଦିନସାରା ପଞ୍ଚାୟତ ସମିତିରେ କାର୍ଯ୍ଯ କରୁଥିବା ମଧ୍ୟରେ ଶୌଚାଳୟର ଆବଶ୍ୟକତା ପଡେ ତେବେ କେଉଁଠି କି ଯିବେ ସେବିଷୟରେ ଚିନ୍ତା କରିନଥାନ୍ତି। ଅନେକ ସମସ୍ୟା ଘେରରେ ସ୍ଥାନୀୟ ନେତା ଓ ହିତାଧିକାରୀ ରହିଥିବା ବେଳେ ଏହାର ସମାଧାନର ବାଟ ଫିଟୁ ନାହିଁ, ଏହା ବ୍ଯତିତ ବିଭାଗୀୟ ଅଧିକାରୀ ପରିମଳ ଉପରେ ଧ୍ଯାନ ଦେବା ଜରୁରୀ ଥିଲେ ମଧ୍ୟ ସେମାନଙ୍କ ଦୃରଦୃଷ୍ଟି ଅପାରଗତା ଯୋଗୁଁ ସେ ପରିମଳ ସୁବ୍ଯବ୍ଯବସ୍ଥା କରିବା ପାଇଁ ଅକ୍ଷମ ଥିବା ଭଳି ମନେହୁଏ। ଏହାକୁ ଦୃଷ୍ଟିରେ ରଖି ଗତ ୨୦୨୦- ୨୧ ମସିହାରେ SBM – G&15th FC Schem ପକ୍ଷରୁ ୩ ଲକ୍ଷ୍ୟ ଟଙ୍କା ଅଟକଳ ବ୍ଯୟ ବରାଦରେ ନୂତନ ଭାବେ ନିର୍ମାଣ କରାଯାଥିବା ଶୌଚାଳୟ କୁ ବ୍ଯବହାର ଯୋଗ୍ଯ ଏପର୍ଯ୍ୟନ୍ତ କରା ଯାଇପାରିଲା ନାହିଁ, ଯାହାଫଳରେ ଶୌଚାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି, ୩ ଲକ୍ଷ୍ୟ ଟଙ୍କା ବ୍ଯୟରେ ନିର୍ମାଣ କରାଯାଇଥିବା ଶୌଚାଳୟ ଏବେ ଭୂତକୋଠି ପାଲଟିଯିବ କି ?। ଶୌଚାଳୟ ନିମ୍ନମାନର ହୋଇଥିବା ଯୋଗୁଁ ଧିରେଧିରେ ଅବସ୍ଥାରେ ଶୋଚନୀୟ ହେବାକୁ ବସିଲାଣି। ତେବେ ଏହି ଦୃଶ୍ୟକୁ ଦେଖିଲେ ପରିମଳ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଅଛି। ଖୁଦ ପଞ୍ଚାୟତ ସମିତି ବିଭାଗୀୟ ଅଧିକାରୀ ପରିମଳ ଦାୟୀତ୍ବରେ ରହିଛନ୍ତି ତଥାପି ଏହା ଉପରେ ଗୁରୁତ୍ୱ ନଦେବା ବଡ ବିଡମ୍ବନାର ବିଷୟ ହୋଇପଡିଛି।ତେଣୁ ଏହା ଉପରେ ବିଭାଗୀୟ ଅଧିକାରୀ ତୂରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

ଥୁଆମୂଳ ରାମପୁର ରୁ ବଲଭଦ ବାଗଙ୍କ ରିପୋର୍ଟ

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

Leave a Comment

error: Content is protected !!