ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ୱେଷା ଓ ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆର ୧୨୮ତମ ସାମୂହିକ ଜନ୍ମଦିନ ଓ ରକ୍ଷାବନ୍ଧନ ସେବା କାର୍ଯ୍ୟକ୍ରମ

ଆନ୍ୱେଷା ଓ ହ୍ୟାପି ମୋମେଣ୍ଟସ୍ ଇଣ୍ଡିଆର ୧୨୮ତମ ସାମୂହିକ ଜନ୍ମଦିନ ଓ ରକ୍ଷାବନ୍ଧନ ସେବା କାର୍ଯ୍ୟକ୍ରମ 

ରାଉରକେଲା: ସାମାଜିକ ଅନୁଷ୍ଠାନ ଅନ୍ୱେଷା ଓ ହାପି ମୋମେଣ୍ଟସ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ୧୨୮ତମ ସାମୂହିକ ଜନ୍ମଦିନ ପାଳନ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଆସନ୍ତୁ, ଖୁସି ବାଣ୍ଟି ଖୁସି ହେବା ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜରେ ଭାଇଚାରା, ପ୍ରେମ, ସମ୍ମାନ, ମାନବିକତା ଓ ଖୁସିର ବାର୍ତ୍ତା ପ୍ରସାର କରିବା। ସ୍ଥାନୀୟ ସ୍ବତନ୍ତ୍ର କାରାଗାରର ପ୍ଲେସ ଅଫ ସେଫଟି ଠାରେ ପବିତ୍ର ରକ୍ଷାବନ୍ଧନ ଅବସରରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ପରସ୍ପର ମଧ୍ୟରେ ଭଲପାଇବା, ସମ୍ମାନ ଓ ଭାଇଚାରାର ପବିତ୍ର ସମ୍ପର୍କକୁ ଉତ୍ସବମୁଖର ଭାବେ ପାଳନ କରାଯାଇଥିଲା। ଶ୍ରୀ ପଣ୍ଡାଙ୍କ ସଂଯୋଜନାରେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି,ଦେବଗଡ଼ର ମାନ୍ୟବର ରେଜିଷ୍ଟ୍ରାର ବିଶ୍ୱଜିତ ମହାପାତ୍ର, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ କୁଞ୍ଜ ବିହାରୀ ରାଉତ ଓ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନଙ୍କ ଉପସ୍ଥିତି ଆୟୋଜକ, ସ୍ୱେଚ୍ଛାସେବୀ ଓ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲା। ଅନ୍ୟ ଅତିଥି ଙ୍କ ମଧ୍ୟରେ ଋଷି ଆର୍ଯ୍ୟ, ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ୩୦୭ ର ଶୀନ୍ ଆନନ୍ଦ, ମଧୁ ଆର୍ଯ୍ୟ, ସସ୍ମିତା ପ୍ରଧାନ, ଧନଞ୍ଜୟ ଚୌଧୁରୀ, ତରୁଲତା ସାମଲ, ମାଧବୀ ଚୌଧୁରୀ, ମେରୀ ଆନା ଥୋମାସ୍, ଧନଲକ୍ଷ୍ମୀ ବେହେରା ଓ ପ୍ରଶାନ୍ତ ମେହେର,ସୁମିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ପ୍ରତ୍ୟେକ ଝିଅକୁ ନିଜ ଭଉଣୀ ଭାବେ ସମ୍ମାନ, ସୁରକ୍ଷା ଓ ସହଯୋଗ କରିବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। ଏହା ସହିତ ନେପାଳର ନାଗରିକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁସ୍ଥତା, ଶାନ୍ତି ଓ ସମୃଦ୍ଧି କାମନା କରି ଏକ ଶାନ୍ତି ପ୍ରାର୍ଥନା ମଧ୍ୟ କରାଯାଇଥିଲା। କବୀ ଶ୍ରୀମତୀ ପଟ୍ଟନାୟକ ରାକ୍ଷୀ ସମ୍ପର୍କୀତ କବିତା ପାଠ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ବିଭିନ୍ନ ଉଦାହରଣ ମାଧ୍ୟମରେ ନୀତିଶିକ୍ଷା, ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ଓ ଉପଦେଷ୍ଟା ଶ୍ରୀ ରାଉତ କୁପଥ ଛାଡି ସୁନାଗରିକ ହେବା ପାଇଁ ଆହ୍ବାନ ଦେଇଥିଲେ। ଅନୁଷ୍ଠାନର ମହିଳା କର୍ମକର୍ତ୍ତା ମାନେ ସମସ୍ତ ଅନ୍ତେବାସୀଙ୍କୁ ରାକ୍ଷୀ ବାନ୍ଧିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ଲେସ ଅଫ ସେଫଟି ର ଇନଚାର୍ଯ ମୋନାଲିସା ପରିଜା, ସହଯୋଗୀ ପ୍ରକାଶ କୁମାର ଧୁପାଳ, ବିଷ୍ଣୁ ଚରଣ ସାହୁ, ବିନୋଦ ବାରିକ, ଝିଲିରାଣୀ ପ୍ରଧାନ, ଜୟନ୍ତୀ ତ୍ରିପାଠୀ, ସତ୍ୟପ୍ରକାଶ ଦାସ, ଆରତୀ ମଣୀ, ସୁଜନମତୀ ଏକ୍କା,ଶୁଭ୍ରଜିତ ସାହୁ, ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପବିତ୍ର ଉତ୍କଳ ଦିବସରେ ଶିକ୍ଷକ ଙ୍କ ନିଆରା କାର୍ଯ୍ୟକ୍ରମ

masiha

ତିନି ଦିନ ପରେ ସ୍ଵାଭାବିକ ହେଲା ବିଦ୍ୟୁତ୍ ସେବା 

Sunil Chandra Nayak

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!