ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୨୯/୦୮ ଓଡିଶା ପ୍ରତ୍ନତତ୍ତ୍ୱ ଗବେଷଣାର ଜନକ ଭାବେ ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଐତିହାସିକ, ସାହିତ୍ୟିକ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ୧୩୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମରେ 

ପୂଜ୍ୟ ପୂଜାର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆମେ ମୟୂରଭଞ୍ଜିଆର ଆହ୍ୱାନ କ୍ରମେ ଅଗଷ୍ଟ ୨୯ ସକାଳେ ଦେଉଳସାହି ଠାରେ ଥିବା ସ୍ବର୍ଗତଃ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସଂସ୍କୃତି ପ୍ରେମୀମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ପରେ ପରେ ସ୍ମୃତି ଚାରଣ ପୂର୍ବକ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ତଥା ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ସ୍ୱାଗତ ଭାଷଣ ସହିତ ସାହିତ୍ୟ, ସଂସ୍କୃତି ତଥା ଇତିହାସ ପ୍ରତି ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ସୀମା ଦାସ, ଐତିହାସିକ ଡ଼ ଶ୍ୟାମସୁନ୍ଦର ଦାସ ସ୍ବର୍ଗତଃ ଆଚାର୍ଯ୍ୟଙ୍କ ଜୀବନୀ ଓ କୃତୀ ଉପରେ ଆଲୋଚନା କରିଥିଲେ l 

ବକ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ବୈଦ୍ୟପୁର ବ୍ରାହ୍ମଣଶାସନରେ ଜନ୍ମିତ ପରମାନନ୍ଦ ଆଚାର୍ଯ୍ୟ ଓଡିଶା ପ୍ରତ୍ନତାତ୍ତିକ ଗବେଷଣା ଫଳରେ ବହୁ ଅନାଲୋଚିତ ତଥ୍ୟ କୁ ଉଜାଗର କରିବା ସହିତ ଓଡିଶା ଭୂଖଣ୍ଡର ପରିଚୟକୁ ପରିବ୍ୟାପ୍ତ କରିବାର ପ୍ରମୁଖ ବିନ୍ଧାଣୀ ଥିଲେ l ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଅବଦାନ ଲାଗି ୧୯୬୪ ମସିହାରେ ଓଡ଼ିଶାରୁ ପ୍ରଥମ ପଦ୍ମଶ୍ରୀ ବିଜେତା ଭାବେ ସେ ଏ ମାଟିକୁ ଗୌରାବାନ୍ୱିତ କରିଛନ୍ତି l

ଖିଚିଙ୍ଗ୍ ଠାରେ ୧୯୨୮ ମସିହାରେ ସେ ପ୍ରଥମ ସଂଗ୍ରହାଳୟ ପ୍ରତିଷ୍ଠା ପରେ ଭୁବନେଶ୍ୱରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଥିଲେ। ମୟୂରଭଞ୍ଜର ଖିଚିଙ୍ଗ୍ ର ସବୁଜ ପଥରରେ ତିଆରି ଚନ୍ଦ୍ରଶେଖର ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁଣି ସେ ନୂଆ କରି ଗଢିଥିବା ବେଳେ ବୈତରଣୀ, ବ୍ରାହ୍ମଣୀ, ମହାନଦୀ ଉପତ୍ୟକାରେ ଖନନ କରି ପ୍ରାଗ୍-ଐତିହାସିକ ଯୁଗର ପ୍ରମାଣ ପାଇଥିଲେ। ହରିଚନ୍ଦନପୁର ନିକଟରେ ପାଲିଓଲିଥିକ ଓ ନିଓଲିଥିକ ଅସ୍ତ୍ର ପାଇ ଓଡ଼ିଶାରେ ମାନବ ସଭ୍ୟତାର ପ୍ରାଚୀନତା ପ୍ରମାଣ କରିଥିଲା ବେଳେ ଓଡ଼ିଆ ସାହିତ୍ୟ ସଂସ୍କୃତି ତଥା ପ୍ରତ୍ନତତ୍ତ୍ୱଗବେଷଣାକୁ ତାଙ୍କର ଅନେକ ଅବଦାନ ରହିଛି l

ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପୁଲିସ ପ୍ରଶାସକ ଦୁର୍ଗାପ୍ରସାଦ ମିଶ୍ର, ସମାଜସେବୀ ଅଶୋକ ମଣ୍ଡଳ, ଆକାଶବାଣୀ ବାରିପଦାର ଘୋଷକ ସତ୍ୟାନନ୍ଦ ଶେଜପଡା, ସମାଜସେବୀ ସାଇପ୍ରକାଶ ମହାନ୍ତି, ଇଂ ସୁନୀଲ ପ୍ରଧାନ, ପୂର୍ବତନ କ୍ରୀଡା ପ୍ରଶାସକ କୁମାର ରଞ୍ଜନ ପଣ୍ଡା, ଶିକ୍ଷାବିତ କମଳ କୁମାର ମହାକୁଡ଼, ଅଭିଷେକ ଆଚାର୍ଯ୍ୟ, ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ, ଶିକ୍ଷାବିତ ଡା ଆଦିତ୍ୟ କୁମାର ପଣ୍ଡା, ଅଭିଷେକ ପଣ୍ଡା, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ସମାଜସେବୀ ଅଚ୍ୟୁତ ପ୍ରସାଦ ମହାପାତ୍ର, ରଘୁନାଥ ପଣ୍ଡା, ହରିହର ମହାନ୍ତ, ଉପେନ୍ଦ୍ର କୁମାର ମାଝୀ, ହିମାଦ୍ରୀ ତନୟା ଚୌଧୁରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ l ଶେଷରେ ଶିକ୍ଷାବିତ ଶ୍ରୀନିବାସ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ l 

 କୃଷ୍ଣ ଚନ୍ଦ୍ର ଗୋଲେଇ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କୁ ପଦ୍ମଶ୍ରୀ ପରମାନନ୍ଦ ମାର୍ଗ ନାମରେ ନାମିତ ହୋଇଥିବା ବେଳେ ଉଭୟ ପଟେ ଫଳକ ନଥିବାରୁ ପୁଣି ଥରେ ଫଳକ ଲଗାଇବାକୁ ପୌରପରିଷଦ ର ଉପାଧ୍ୟାକ୍ଷା ସୀମା ଦାସ ଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା l

Related posts

ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଗତି କ୍ଷେତ୍ରରେ ପାରଦର୍ଶିତା ଦେଖାଇଲା ଯୁବଶକ୍ତି

Sunil Chandra Nayak

ପ୍ରତ୍ୟାବର୍ତ୍ତନ // ସଫଳ ଅସ୍ତ୍ରୋପଚାର ଚକ୍ଷୁ ରୋଗୀ ଙ୍କୁ ସ୍ୱାଗତ କଲା ଜବାହର ନବୋଦୟ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଘ

Sunil Chandra Nayak

Leave a Comment

error: Content is protected !!