ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ବର ନଗରପାଳଙ୍କ ୪ବର୍ଷର ରିପୋର୍ଟକାର୍ଡ ପ୍ରଦାନ 

ଜଳେଶ୍ବର ନଗରପାଳଙ୍କ ୪ବର୍ଷର ରିପୋର୍ଟକାର୍ଡ ପ୍ରଦାନ 

ଜଳେଶ୍ଵର,୩୦/୮(ମନିସ) ରାଜନେତାମାନେ ତାଙ୍କ କାର୍ଯ୍ୟକାଳର ରିପୋର୍ଟ୍ ପ୍ରଦାନ କ୍ଵଚିତ ଦେଖାଯାଏ। ଜଳେଶ୍ବର ପୌରପାଳିକାର ନଗରପାଳ ପ୍ରତୀପ କୁମାର ପ୍ରଧାନ କିନ୍ତୁ ନିର୍ବାଚିତ ହେବାର ପ୍ରଥମ ଶହେ ଦିନ ଏବଂ ବର୍ଷକୁ ବର୍ଷ ସାମ୍ୱାଦିକ ମାନଙ୍କ ଜରିଆରେ ରିପୋର୍ଟ୍ କାର୍ଡ ପ୍ରଦାନ କରି ଆସୁଛନ୍ତି।୨୦୨୨ ମସିହାରେ ନିର୍ବାଚିତ ହୋଇଥିବା ବେଳେ ଶନିବାର ମ୍ୟୁନିସିପାଲଟି ପ୍ରକୋଷ୍ଠରେ ୪ର୍ଥ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ମ୍ୟୁନିସିପାଲଟି ଅଧିନ ୧୭ଟି ଓ୍ୱାର୍ଡର ବିକାଶ ଲାଗି ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ସବିଶେଷ ପ୍ରକାଶ କରିବା ସହିତ ସାମ୍ୱାଦିକ ମାନଙ୍କ ସହିତ ମତ ବିନିମୟ କରିଥିଲେ। ୪ ବର୍ଷ ମଧ୍ୟରେ ପୌରପାଳିକାର ନୂତନ କାର୍ଯ୍ୟାଳୟ ନିର୍ମାଣ, ଦୀନକୃଷ୍ଣ ଶିଶୁ ଉଦ୍ୟାନର ନବୀକରଣ, ଜିକେଭଟ୍ଟର ହସ୍‌ପିଟାଲ ପରିସରରେ ପ୍ରତିକ୍ଷାଳୟ, ସମସ୍ତ ବିଦ୍ୟୁତ୍‌ଖୁଣ୍ଠ ରେ ଆଲୋକିକରଣ, ୨ଟି ସ୍ଵାଗତ ତୋରଣ, ମଳ ଉପଚାର କେନ୍ଦ୍ର ନିର୍ମାଣ, ଓ୍ବାର୍ଡ ମାନଙ୍କରେ ମୁକ୍ତ ଜିମ୍ ସେଣ୍ଟର, ୪ଟି ୱାର୍ଡରେ ଉଦ୍ୟାନ ନିର୍ମାଣ, ପୁଷ୍କରଣୀ ସୌନ୍ଦଯ୍ୟକରଣ, ୧ କୋଟି ଟଙ୍କାର ବିଭିନ୍ନ ରାସ୍ତା ନିର୍ମାଣ, ଖେଳ ପଡିଆ, ବିଭିନ୍ନ ଅଂଗନଓ୍ବାଡି, ଆରୋଗ୍ୟ କେନ୍ଦ୍ର ଓ ମିଶନଶକ୍ତି ଗୃହ ପୂର୍ଣାଙ୍ଗୀ କରଣ, ୪ଟି ଆଧୁନୀକ ଶବଦାହ କେନ୍ଦ୍ର, ମାର୍କେଟ କମ୍ପେକ୍ସ୍ ନିର୍ମାଣ, ପୌରପାଳିକା ଅତିଥ୍ ଗୃହ ନିର୍ମାଣ, ଆହାରକେନ୍ଦ୍ରର ନଜସ୍ଵ ଗୃହ ନିର୍ମାଣ, ବିଜୁପଟ୍ଟନାକ ଓ ଭକ୍ତକବି ଦୀନକୃଷ୍ଣଙ୍କ ବୃହତ୍ ପ୍ରତିମୂର୍ତ୍ତି ସ୍ଥାପନ, ଇନ୍‌ଡୋର୍ ଷ୍ଟାଡିୟମ ନିର୍ମାଣ, ୩ଟି କଲ୍ୟାଣ ମଣ୍ଡପ, ଟ୍ରାଫିକ୍ ଟାଓ୍ବାର ନିର୍ମାଣ, ରିଭର ଭ୍ୟୁୟୁ ପାର୍କ ନିର୍ମାଣ, ଲାଇବ୍ରେରୀ ଓ ପାଠାଗାର ନିର୍ମାଣ, ୩ଟି କମ୍ୟୁନିଟି ହଲ ନିର୍ମାଣ କରାଯାଇଥିବା ସଂପର୍କରେ ପୌରପାଳ ଆଲୋକପାତ କରିଥିଲେ । ଏହାଛଡା ସଂସ୍କୃତିଭବନ, ୫ଟି ଓଭରହେଡ ପାଣିଟାଙ୍କି, ବସଷ୍ଟାଣ୍ଡ, ଡ୍ରିଙ୍କ ଫ୍ରମ୍ ଟେପ, ଗୋଶାଳା, ଇଭି ଚାର୍ଜି ଷ୍ଟେସନ ଇତ୍ୟାଦିର କାର୍ଯ୍ୟ ନିର୍ମାଣାଧିନ ରହିଥ‌ିବା ସେ ସୂଚନା ଦେଇଥିଲେ । ସହରରେ ଷ୍ଟ୍ରୋମ ଓ୍ୱାଟର ପ୍ଲାନ ଓ ସିଟି ମାଷ୍ଟର ପ୍ଲାନ ମଂଜୁ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି । ବିକାଶ ହୋଇଛି କିନ୍ତୁ ବହୁ ସ୍ୱପ୍ନ ପୂରଣ ବାକି ଅଛି ବୋଲି କହିଥିଲେ। 

ସାମ୍ୱାଦିକଙ୍କ ଉତ୍ତରରେ ସହରରେ ଜଳ ନିଷ୍କାସନ ଲାଗି ଏକ ପାଇଲଟ୍ ପ୍ରକଳ୍ପ ଆବଶ୍ୟକ ବୋଲି କହିଥିଲେ।ଏଥି ସହିତ ସହର ବିଭିନ୍ନ ସମସ୍ୟା ସମ୍ପର୍କରେ ସକରାତ୍ମକ ଢଙ୍ଗରେ ମତାମତ ନେଇଥିଲେ । ବାଲେଶ୍ୱର ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ସହଯୋଗ ଲାଗି ଧନ୍ୟବାଦ ମଧ୍ୟ ଦେଇଥିଲେ। ସାମ୍ୱାଦିକ ସମ୍ମିଳନୀରେ ଉପନଗରପାଳ ପୁଷ୍ପପ୍ରିୟା କାମିଳା,କାଉନସିଲର ସତ୍ୟବତୀ ଗିରି ଓ କବିତା ଧଳ, ବିଜେଡି ନେତା ବିଜୟ କାମିଲା, ସେକ ଅବଦୁଲ ରହିମ,ଆନନ୍ଦ କର ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆସ ଖୋଜିବା – ନେଇ ପ୍ରସ୍ତୁତି ବୈଠକ

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୨ ଦିନରେ 

masiha

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” , “ବିଶ୍ୱ ଟେଲି ଯୋଗାଯୋଗ ଏବଂ ସୂଚନା ସମାଜ ଦିବସ” ପାଳନ

masiha

Leave a Comment

error: Content is protected !!