ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ… ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

ବଳଭଦ୍ର ମାର୍କେଟ ଉଚ୍ଛେଦ ପ୍ରସଙ୍ଗ…

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଧାରଣା ସ୍ଥଗିତ

ରାଉରକେଲା : ବିଶ୍ରା ଛକରୁ ବନ୍ଧମୁଣ୍ଡା ଯିବା ରାସ୍ତା କଡରେ ଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିବା ଦୋକାନ ଗୁଡିକୁ ଉଚ୍ଛେଦ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଗତ ଅଗଷ୍ଟ ମାସରେ ଏକ ନୋଟିସ ଜାରି କରିଥିଲେ । ତେବେ ବିନା ଥଇଥାନରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ସମ୍ପୃକ୍ତ ମାର୍କେଟର ସମସ୍ତ ଦୋକାନୀ ଭାଇ ମାନେ ଗତ ଅଗଷ୍ଟ ମାସ ୧୭ ତାରିଖରୁ ରାଉରକେଲା ଇସ୍ପାତ କାରଖାନା ସହରସେବା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଦୋକାନୀଙ୍କ ଦାବି ହେଉଛି ଉଚ୍ଛେଦ ପୂର୍ବରୁ ଆମକୁ ଯେ କୌଣସି ସ୍ଥାନରେ ଥଇଥାନ କରାଯାଉ । ଅପରପଟେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଉଚ୍ଛେଦ ହେବାକୁ ଥିବା ଦୋକାନୀଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନେଇନଥିଲା । ତେବେ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗାଚରଣ ତନ୍ତୀ ଧାରଣା ସ୍ଥଳରେ ପହଞ୍ଚି ଦୋକାନୀ ଭାଇଙ୍କ ସହିତ ପ୍ରଥମେ କଥାବାର୍ତ୍ତା ହେବା ପରେ ଦୋକାନୀ ଭାଇଙ୍କ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହିତ ସହରସେବା ପ୍ରଶାସନ କାର୍ଯ୍ୟାଳୟ କୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ବର୍ତ୍ତମାନ ବଳଭଦ୍ର ମାର୍କେଟରେ ଦୋକାନ କରିଥିବା ଦୋକାନୀ ଭାଇଙ୍କ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ବିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଦୋକାନୀ ଭାଇ ମାନେ ଗତ ୧୬ଦିନ ଧରି ଚଳାଇ ଆସିଥିବା ଧାରଣାକୁ ସ୍ଥଗିତ ରଖିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୁବ ବ୍ଯବସାୟୀଙ୍କ ମୃତ୍ୟୁ

masiha

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

Sunil Chandra Nayak

Leave a Comment

error: Content is protected !!