ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ 

ରାଉରକେଲା :ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଅଧକ୍ଷତା କରି ନିଜ ବକ୍ତବ୍ୟରେ କଲେଜର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀ ଦୃଢ ନିଷ୍ଟା ଓ ଅଧ୍ୟବସାୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ l କଲେଜ ର ଅତିଥି ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ପ୍ରାଧ୍ୟାପକ, କର୍ମଚାରୀ ପ୍ରମୁଖ ଯୋଗଦେଇ ନବlଗତ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଶିକ୍ଷାଗ୍ରହଣ ଓ ଶୃଙ୍ଖଳିତ ଜୀବନ ଅତିବାହିତ କରିବାପାଇଁ ପରାମର୍ଶ ଦେଇଥିଲେ l ଏହାପରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସମ୍ଭିଧାନର ମୁଖପତ୍ର, ମହାବିଦ୍ୟାଳୟର ଛାତ୍ରନୀତି, ପାଠାଗାର ନୀତି ସହିତ ପାଠ୍ୟକ୍ରମ ଏବଂ ବିଷୟବସ୍ତୁ ସମ୍ଭଳିତ ଏକ କିଟ ପ୍ରଦାନ କରାଯାଇଥିଲା l ଛାତ୍ର ଅମିତ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ର ହବିବୁର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ଦାବୀ ଘଟଣା….. ପ୍ରଶାସନ ଓ ଚାଷୀ ଙ୍କ ବୈଠକ ରୁ ବହାରି ପାରିଲାନି ନିଷ୍କର୍ଷ , ପୁଣି ହେବ ଏକ ବୈଠକ 

masiha

ରାଇରଙ୍ଗପୁର ଗଢ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ନେଇ ଛାତ୍ରଛାତ୍ରୀ ହନ୍ତସନ୍ତ

masiha

ସଙ୍କୁଳ ସ୍ତରୀୟ ସଂସ୍କୃତି ମେଳା ମହା ସମାରୋହରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!