ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ 

ରାଉରକେଲା :ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଅଧକ୍ଷତା କରି ନିଜ ବକ୍ତବ୍ୟରେ କଲେଜର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀ ଦୃଢ ନିଷ୍ଟା ଓ ଅଧ୍ୟବସାୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ l କଲେଜ ର ଅତିଥି ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ପ୍ରାଧ୍ୟାପକ, କର୍ମଚାରୀ ପ୍ରମୁଖ ଯୋଗଦେଇ ନବlଗତ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଶିକ୍ଷାଗ୍ରହଣ ଓ ଶୃଙ୍ଖଳିତ ଜୀବନ ଅତିବାହିତ କରିବାପାଇଁ ପରାମର୍ଶ ଦେଇଥିଲେ l ଏହାପରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସମ୍ଭିଧାନର ମୁଖପତ୍ର, ମହାବିଦ୍ୟାଳୟର ଛାତ୍ରନୀତି, ପାଠାଗାର ନୀତି ସହିତ ପାଠ୍ୟକ୍ରମ ଏବଂ ବିଷୟବସ୍ତୁ ସମ୍ଭଳିତ ଏକ କିଟ ପ୍ରଦାନ କରାଯାଇଥିଲା l ଛାତ୍ର ଅମିତ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ର ହବିବୁର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକର ୩ଟି ମଣ୍ଡଳର ବିଜେପି ମଣ୍ଡଳ ମାସିକ ସଂଗଠନ ବୈଠକ ଅନୁଷ୍ଠିତ

ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ 

masiha

ନୂଆଁପାଲି ହାଇସ୍କୁଲରେ ନୂତନ ଶ୍ରେଣୀଗୃହ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!