ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବାନନ୍ଦ ଆଶ୍ରମ ରେ ଜନ୍ମାଷ୍ଟମୀ ପାଳନ 

ଶିବାନନ୍ଦ ଆଶ୍ରମ ରେ ଜନ୍ମାଷ୍ଟମୀ ପାଳନ 

ରାଉରକେଲା: ଇସ୍ପାତ ଟାଉନସିପ୍ ଶାଖା ସେକ୍ଟର ୭ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ସକାଳ ସଦଗୁରୁ ପାଦୁକା ପୂଜା, ଗୋପାଳ ସାହସ୍ରାଚାନା, ସନ୍ଧ୍ୟାରୁ ମଧ୍ୟ ରାତ୍ରି ଯାଏ ସତସଙ୍ଗ, ପୂଜାର୍ଚ୍ଚନା, ହାଭାନା ଓ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। କାର୍ଯ୍ୟକ୍ରମରେ ସଭାପତି ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ସମ୍ପାଦକ ବିଜୟ କୁମାର ମହାରଣା, କୋଷାଧ୍ୟକ୍ଷ ନୃସିଂହ ରଥ, ରାମଚନ୍ଦ୍ର ସ୍ବାଇଁ, ତ୍ରିଲୋଚନ ପଣ୍ଡା, ପ୍ରିୟବ୍ରତ ମହାନ୍ତି, ଗିରିଧାରୀ ସ୍ବାଇଁ, ରବିନାରାୟଣ ପଣ୍ଡା, ରଞ୍ଜିତ ଜେନା,ସାରଦା ପ୍ରସାଦ ମହାନ୍ତି, ଅଚ୍ୟୁତାନନ୍ଦ ଦାଶ, ଉର୍ମିଳା ଦାସ, ସୁଜାତା ରଥ, ସୁଜାତା ଦିକ୍ଷୀତ, ମଞ୍ଜୁ ବାଳା ସ୍ବାଇଁ,ଅନୁପମା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବହଳଦା ଓ ରାଇରଙ୍ଗପୁର ଡାକ ଅଧିକାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଉଚିତ ସେବା

Sunil Chandra Nayak

“ରେଜାଙ୍ଗଲା ସହିଦ ମାଟି କଳସ ଯାତ୍ରା କୁ ଭବାନୀପାଟଣା ଠାରେ ଭବ୍ୟ ସ୍ୱାଗତ “

masiha

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ 

Sunil Chandra Nayak

Leave a Comment

error: Content is protected !!