ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ରଛାତ୍ରୀଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଯାତ୍ରାର ଅନୁଭୂତି ବାଣ୍ଟିଲେ ଯୋଗବ୍ଯାସ

ରୁପ୍ରା, (ମନିସ ) : ଆଜି ହେଉଛି ମଇ ମାସର ୧୯ ତାରିଖ ଠିକ ଏହି ଦିନ ଅର୍ଥାତ ୧୯ ମଇ ୨୦୧୧ ମସିହା ସକାଳ ୯ ଘଣ୍ଟା ୨୫ ମିନିଟ ସମୟରେ ବିଶ୍ଵର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଶିଖରକୁ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମର ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ଯାସ ଭୋଇ ସଫଳତାର ସହିତ ୧୭ ଦିନ ମଧ୍ଯରେ ଆରୋହଣ କରିଥିଲେ। ଯାହାକି ଅତି କମ୍ ଦିନ ମଧ୍ଯରେ ମାଉଣ୍ଟ ଏଭରେଷ୍ଟକୁ ଶ୍ରୀ ଭୋଇ ଚଢିବା ସହ ଜାତୀୟ ପତାକା ଓ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଆଧ୍ଯାତ୍ମିକ ପତାକା ଉଡାଇବା ସହିତ ଏକ ବିଶ୍ବ କିର୍ତିମାନ କରିଥିଲେ। ଏହାବ୍ୟତୀତ ଶ୍ରୀ ଭୋଇ ବିଶ୍ଵର ୭ ଟି ମହାଦେଶରୁ ୫ ଟି ମହାଦେଶର ସୁଉଚ୍ଚ ଗିରିଶୃଙ୍ଗକୁ ସଫଳତାର ସହିତ ଚଢିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ଶ୍ରୀ ଭୋଇ ରୁପ୍ରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ଆଜିର ଏହି ବିଶେଷ ମାଉଣ୍ଟ ଏଭରେଷ୍ଟ ଦୁଃସାହସିକ ଅଭିଯାନର ଯାତ୍ରାର ଅନୁଭୂତି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ବାଣ୍ଟିଥିଲେ । ତତ୍ ସଙ୍ଗେ ଛାତ୍ର ଛାତ୍ରୀମାନେ କିପରି ସାହସିକ ହେବେ, ଶରୀର ସୁସ୍ଥ ରହିବ, ନିଜର ଶିକ୍ଷା ଦାନ ସଠିକ ଭାବରେ କରି ପାରିବେ ଏବଂ ଭବିଷ୍ଯତରେ ଉତ୍ତମ ବ୍ଯକ୍ତି ଭାବରେ ନିଜକୁ ଗଢିତୋଳିବା ସହିତ ଜିଲ୍ଲା ତଥା ରାଜ୍ୟର ସୁନାମ ଆଣିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ପ୍ରକାଶ ଥାଉକି ଶ୍ରୀ ଭୋଇ ହେଉଛନ୍ତି ଓଡ଼ିଶାର ଜଣେ ମାତ୍ର ପ୍ରଥମ ଏଭରେଷ୍ଟ ଆରୋହଣକାରୀ ତଥା ପଞ୍ଚମ ହାଦେଶୀୟ ଗିରିଶୃଙ୍ଗ ଆରୋହଣ କରିଥିବା ଶିକ୍ଷକ ଥିବା ଜଣାପଡ଼ିଛି । ଆଗାମୀ ଦିନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା କ୍ଷେତ୍ରରେ ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରର ପହଞ୍ଚାଇବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରାଯିବ ବୋଲି ଏଭରେଷ୍ଟ ବିଜେତା ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଏହି ଅବସରର ବିଦ୍ୟାଳୟର ପ୍ରଧାନଶିକ୍ଷକ ଗରୁଡ ସାହୁଙ୍କ ସମେତ ଶିକ୍ଷୟତ୍ରୀ ତଥା କ୍ରୀଡା ଶିକ୍ଷକ ପାର୍ଥ ମୋହନ ପ୍ରଧାନୀ, ଯୁବ ଶିକ୍ଷକ ହେମନ୍ତ ସାହୁ ଓ ସାମ୍ବାଦିକ ଅଜୟ କୁମାର ସେନାପତି ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ରୁପ୍ରା ରୁ ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ ।

Related posts

ଚିଲିଗୁଡା ଫାଣ୍ଡି ଦ୍ୱାରା ୧ କୁଇଣ୍ଟାଲ ଗଞ୍ଜେଇ ସହ ଗାଡି ଜବତ, ୨ ଗିରଫ

Sunil Chandra Nayak

ମ, ରାମପୁର: ରାମୁଡ ଜଙ୍ଗଲ ନିକଟରେ ପୁଣି ରାତିରେ ଡକାୟତି 

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!