ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ “ସ୍ନେହ ଫାଉଣ୍ଡେସନ” ପକ୍ଷରୁ ଗୁରୁ ଦିବସରେ ଗରିମାମୟ ଗୁରୁ ପୂଜନ ଉତ୍ସବ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳରେ “ସ୍ନେହ ଫାଉଣ୍ଡେସନ” ପକ୍ଷରୁ ଗୁରୁ ଦିବସରେ ଗରିମାମୟ ଗୁରୁ ପୂଜନ ଉତ୍ସବ -୨୦୨୬ ଅନୁଷ୍ଠିତ 

ଢେଙ୍କାନାଳ: ତା ୦୮.୦୯.୨୦୨୬ ରିଖ: (ମ ନି ସ    ): ନିକଟରେ ଗୁରୁଦିବସ ପାଳନ ଅବସରରେ ଅପରାହ୍ନ ୦୩ ଘଟିକା ସମୟରେ ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରଠାରେ “ସ୍ନେହl ଫାଉଣ୍ଡେସନ” ପକ୍ଷରୁ ଏକ ଗରିମାମୟ ‘ଗୁରୁ ପୂଜନ’ ଉତ୍ସବ -୨୦୨୬ ଆୟୋଜିତ ହୋଇଯାଇଛି।

ଗୁରୁ ହେଉଛନ୍ତି ଜୀବନର ପ୍ରକୃତ ମାର୍ଗଦର୍ଶକ।ନିଜ ଜ୍ଞାନ,ଅନୁଭବ,ଆଦର୍ଶ ଓ ତ୍ୟାଗ ମାଧ୍ୟମରେ ସେ ଏକ ସୁନ୍ଦର ଓ ସମୃଦ୍ଧ ସମାଜ ଗଠନରେ ଅମୂଲ୍ୟ ଅବଦାନ ରଖିଥାନ୍ତି।“ଗୁରୁଙ୍କ ପ୍ରତି ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନୁହେଁ; ସେମାନଙ୍କ ଶିକ୍ଷା, ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ପାଳନ କରିବା ହିଁ ପ୍ରକୃତ ଗୁରୁ ସମ୍ମାନ।”ବୋଲି ଅତିଥିବୃନ୍ଦ ଦୃଢ଼ ମତବ୍ୟକ୍ତ କରିଥିଲେ l 

ସ୍ନେହ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଇଞ୍ଜିନିୟର ସରୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗରିମାମୟ କାର୍ଯ୍ୟକ୍ରମରେ, ଭାରତର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ପୂର୍ବତନ ମହାନିର୍ଦ୍ଦେଶକ ପଦ୍ମଶ୍ରୀ ଅଦୈତ୍ୟ ଚରଣ ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥି ସମ୍ମାନୀୟ ଭାବେ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ତଥା ଭାରତୀୟ ଜନ ସଂଚାର ସଂସ୍ଥାନ , ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର (ଡ଼.) ମୃଣାଳ କୁମାର ଚାଟାର୍ଜୀ ଏବଂ ବିଶିଷ୍ଟ ପ୍ରବାସୀ ଓଡ଼ିଆ (ଏନ୍‌ଆର୍‌ଆଇ)ବୈଜ୍ଞାନିକ,ବିଶ୍ୱପ୍ରସିଦ୍ଧ ପ୍ରୋବାୟୋଟିକ୍ ବିଶେଷଜ୍ଞ,ସମାଜସେବୀ ଓ କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ଼.ସୀତ କଣ୍ଠ ଦାସ ଓ ତାଙ୍କର ସହଧର୍ମିଣୀ କଳ୍ପନାମୟୀ ଦାଶ ମଞ୍ଚାସୀନ ଥିଲେ।ବିଶେଷ ଅତିଥି ଭାବେ ରୋଟାରିଆନ୍ ରାଜ କିଶୋର ବେହେରା ଯୋଗଦେଇ “ସ୍ନେହl” ଫାଉଣ୍ଡେସନର ଗଠନ,ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ସମାଜସେବା ପ୍ରତି ଏହାର ଭବିଷ୍ୟତ ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ।ସେ କହିଥିଲେ ଯେ ଶିକ୍ଷା, ସଂସ୍କୃତି,ମାନବୀୟ ମୂଲ୍ୟବୋଧ ଓ ସମାଜ କଲ୍ୟାଣ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ହେଉଛି ‘ସ୍ନେହା ଫାଉଣ୍ଡେସନ’ର ମୂଳ ଲକ୍ଷ୍ୟ।ଏହି ଅବସରରେ ଶିକ୍ଷା,ସାହିତ୍ୟ ଓ ହୋମିଓପାଥିକ ଚିକିତ୍ସା କ୍ଷେତ୍ରରେ ଦୀର୍ଘଦିନ ଧରି ଉଲ୍ଲେଖନୀୟ ଅବଦାନ ରଖିଥିବାରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ହୋଇଥିବାରୁ ଶିକ୍ଷାବିତ୍ ସ୍ୱର୍ଗତ ପଣ୍ଡିତ ଡା.ରୁଦ୍ର ନାରାୟଣ ମିଶ୍ରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା ଓ ତାଙ୍କର ଜ୍ୟେଷ୍ଠ ସୁପୁତ୍ର ରାଷ୍ଟ୍ରପତି ସ୍କାଉଟ,ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ, ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର,ପ୍ରାକ୍ତନ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଜୟଦେବ ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ନାଥ,କୃଷିଦା ବେଗମ୍,ମନୋଜ ମଞ୍ଜରୀ ଲେଙ୍କା ଓ ଦୀପ୍ତିମୟୀ ଲେଙ୍କାଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ଅନ୍ୟାନ୍ୟ ବିଶିଷ୍ଟ ଗୁରୁ ଓ ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ଲକ୍ଷ୍ମଣ ନାୟକ, ଅଧ୍ୟକ୍ଷ,ଜିଲ୍ଳା ଶିକ୍ଷଣ ଶିକ୍ଷା ପ୍ରତିଷ୍ଠାନ;ଡ଼.ସୁରେଶ ମିଶ୍ର,ଅଧ୍ୟକ୍ଷ,ଇ-ଟେକ୍ ରେସିଡେନ୍ସିଆଲ କଲେଜ; ଡ଼.ରଜନୀକାନ୍ତ ତରାଇ,ଅଧ୍ୟକ୍ଷ,ଢେଙ୍କାନାଳ କଲେଜ ଅଫ୍ ମ୍ୟାନେଜମେଣ୍ଟ;ଗୁରୁ ଜାମିନୀ ରଞ୍ଜନ ଦାସ, ଇଣ୍ଡିଆନ୍ ମ୍ୟୁଜିକ୍ ଚେମ୍ବରର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଏବଂ ପ୍ରସିଦ୍ଧ ଭାରୋତ୍ତୋଳନ ପ୍ରଶିକ୍ଷକ ଗୋପାଳ ଦାସଙ୍କୁ ସମ୍ମାନିତ କରାଯାଇଥିଲା।

ଏଥିସହିତ ସୁ ସାହିତ୍ୟିକା,ଓଡ଼ିଆ ଅଧ୍ୟାପିକା ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟା ଡ.ପୁଷ୍ପଲତା ରଥ,ପ୍ରସିଦ୍ଧ ନାଟ୍ୟକାର ଦିନେଶ ଦାସ,ଯୁବ ସମାଜସେବୀ ଇଂ ସୌମ୍ୟବ୍ରତ ସାହୁଙ୍କୁ ସ୍ୱତନ୍ତ୍ର ସହଯୋଗ ପାଇଁ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ଉତ୍ତରୀୟ ,ମାନପତ୍ର ଓ ମେମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ଜଗନ୍ନାଥଙ୍କ ପ୍ରତିକୃତିରେ ପୁଷ୍ପ,ଧୂପ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।ଗୁରୁ ଯାମିନୀ ରଞ୍ଜନ ଦାଶ ମଙ୍ଗଳା ଚରଣ ଗାନ କରିଥିଲେ।ପରେ ପରେ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା।ମଝିରେ ମଝିରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଜାଗୃତି ଡ୍ୟାନସ୍ ଏକାଡ଼େମୀ ଢେଙ୍କାନାଳର ନୃତ୍ୟ ଶିଳ୍ପୀ ମାନଙ୍କଦ୍ୱାରା ଦଳଗତ ନୃତ୍ୟ ପ୍ରଦର୍ଶନ ଦର୍ଶକ ମଣ୍ଡଳୀ ଦ୍ୱାରା ଶିକ୍ଷଣୀୟ ଓ ବେଶ୍ ଉପଭୋଗ୍ୟ ହୋଇପାରିଥିଲା ଓ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ୱାରା ସେମାନଙ୍କୁ ସମ୍ମାନିତ କରାଯାଇଥିଲା। “ସ୍ନେହ ଫାଉଣ୍ଡେସନ” ର ସଭାପତି ଇଞ୍ଜିନିୟର ସରୋଜ କୁମାର ପଟ୍ଟନାୟକ ମଞ୍ଚାସୀନ ଅତିଥି ବୃନ୍ଦଙ୍କୁ ବୃକ୍ଷକୁଣ୍ଡ,ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣରେ କହିଥିଲେ ଯେ ସ୍ନେହ ଫାଉଣ୍ଡେସନ ସେବା,ସାମାଜିକ ଦାୟିତ୍ୱ ଓ ମାନବୀୟ ମୂଲ୍ୟବୋଧକୁ ଆଧାର କରି ଶିକ୍ଷା,ସଂସ୍କୃତି ଓ ସମାଜ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରିବ।ସମାଜର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଓ ନିରବ ସେବକମାନଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ଫାଉଣ୍ଡେସନ ଆଗାମୀ ଦିନରେ ଅଧିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ ପ୍ରକାଶ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ସଂଯୋଜକ ସୁଶାନ୍ତକୁ ପାଣି ସୁନ୍ଦର ଓ ସୁଚାରୁରୂପେ ସଞ୍ଚାଳନ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ସଂଗୃହିତ ରିପୋର୍ଟ୍

Related posts

ଧର୍ମଗଡ ମୁସଲିମ ଜମାତ କମିଟି ତଥା ମସଜିଦ ଏ ତାଜୁସୁରୀୟା ର ବୈଠକ ଓ କର୍ମକର୍ତ୍ତା ଚୟନ

masiha

ବିଦ୍ୟାଳୟରେ ୧୫ ଅକ୍ଟୋବର ” ବିଶ୍ୱ ହାତ ଧୂଆ ଦିବସ” ପାଳନ                 

Sunil Chandra Nayak

କାପୁଲୋଡା ପଞ୍ଚାୟତରେ ନିର୍ମାଣ ଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ସମ୍ପୂର୍ଣ ନିମ୍ନମାନର

masiha

Leave a Comment

error: Content is protected !!