ଅଭିଳାଶ
ସୁରେଶ ଚନ୍ଦ୍ର ପାଢୀ
ତୁମ କୃପା ବଳେ ଅଭିଳାଶ ସବୁ ପୁର୍ଣ ହେଉ
ତୁମରି ନାମ ଜପି ଦିନ ବିତି ଯାଉ
ତୁମେ ପ୍ରଭୁ ମନ କଥା ଜାଣୁ ଅଛ ମୋର
ମନ ଜାଣି ଫଳ ଦେଉଛ ହେ ଠାକୁର
ତୁମ ପରି ଦୟାଳୁ କେ ହେବ ଆଉ
ତୁମରି କୃପା ରେ ମନ ବଞ୍ଚା ମୋ ପୁର୍ଣ ହେଉ
ତୁମ ନାମ ନେଲେ ସବୁ କାମ ମୋ ହୋଇ ଯାଏ
ତୁମରି କରୁଣାରେ ସବୁ ବିପତ୍ତି ମୋ କଟି ଯାଏ
ତୁମେ ମୋ ଅନ୍ତର କୁ ନୀତି ବୁଝୁ ଅଛ
ଭାବ କୁ ନିକଟ ହୋଇ ଭାବଗ୍ରାହି ନାମ ଲଭି ଅଛ
ତୁମ ବିନା ମୋ ଦିନ ସରେ ନାହିଁ
ତୁମ ଛଡା ପ୍ରଭୁ ଆଉ କିଛି ଲୋଡ଼ା ନାହିଁ
ବନ୍ଧୁ ସହୋଦର କେହି ନାହିଁ ମୋର
ତୁମେ ହିଁ ମୋ ବଞ୍ଚିବାର ଏକା ଆଧାର
ତୁମେ ପ୍ରଭୁ ମୋ ସାଥେ ସାଥେ ରହି ଥାଅ
ଭାବର ବାଧା ସବୁ ତୁମେ ମୋ ହରି ନିଅ
ତୁମରି ଶ୍ରୀ ଛନ୍ଦା ଚରଣେ ବିନତି ମୋର
ମୋ ହାତ ଧରି ଥାଅ କେବେ କରିବନି ପର