ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଚପି ଗ୍ୟାସ ନବ୍ୟା ୧୦ କେଜି ସିଲିଣ୍ଡର ର ଉଦଘାଟନ 

ଏଚପି ଗ୍ୟାସ ନବ୍ୟା ୧୦ କେଜି ସିଲିଣ୍ଡର ର ଉଦଘାଟନ 

ରାଉରକେଲା: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ତରଫରୁ କଲୁଙ୍ଗା ସ୍ଥିତ ଆଇଡିଏଲ ଠାରେ ବିଘ୍ନେଶ ଏଚପି ଗ୍ୟାସ ଏଜେନ୍ସୀ ଠାରେ ଏହାର ନୂତନ ପିଢ଼ିର ଏଚପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡର ଲଞ୍ଚ୍ କରିଛି। ଏହି କାର୍ଯ୍ୟକ୍ରମରେ ପୂର୍ବାଞ୍ଚଳ ମହାପ୍ରବନ୍ଧକ  ଗଜେନ୍ଦ୍ର ସୁନହାରେ ଙ୍କ ନିର୍ଦ୍ଦେଶନା ଓ ସମ୍ବଲପୁର ଏଲପିଜି ଆରଓ ରମେଶ କୁମାର ଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ ଏଚପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡରକୁ ଆଧୁନିକ ପରିବାର, ଯୁବ ବୃତ୍ତିଜୀବୀ ଏବଂ ଛୋଟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ସୁବିଧା, ସୁରକ୍ଷା ଏବଂ ନମନୀୟତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା ହାଲୁକା ଓଜନ,ଅର୍ଦ୍ଧ-ସ୍ୱଚ୍ଛ ଡିଜାଇନ୍,କଳଙ୍କମୁକ୍ତ ସାମଗ୍ରୀ ,ଦ୍ରୁତ କାଗଜପତ୍ର,ରିଫିଲ୍ ସୀମା ନାହିଁ,ଦୃତ ବିତରଣ ର ସୁବିଧା ରହିଛି। ଏହି ଅବସରରେ ଅଧିକାରୀ ମାନେ କହିଥିଲେ ଯେ ଏଚପି ନବ୍ୟା, ଏଲପିଜି କୁ ଅଧିକ ସୁଲଭ, ବ୍ୟବହାରକାରୀ-ଅନୁକୂଳ ଏବଂ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏକ ପଦକ୍ଷେପ। ଗ୍ରାହକମାନେ ବର୍ତ୍ତମାନ ଏଜେନ୍ସୀ ଏବଂ ଏଚପିସିଏଲ ର ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏଚପି ନବ୍ୟା ୧୦ କେଜି ସିଲିଣ୍ଡର ବୁକ୍ କରିପାରିବେ। ନୂଆ ସଂଯୋଗ ଏବଂ ବୁକିଂ ପାଇଁ ବିଘ୍ନେଶ ଏଚପି ଗ୍ୟାସ ଏଜେନ୍ସୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ

masiha

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

Sunil Chandra Nayak

ଏଜେଓ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଦୁଇ ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!