ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ- ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ,୨- ନଦୀରେ ବୁଡି ଜଣେ ମୃତ, ୨ ଦିନ ପରେ ଶବ୍ଦକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ- ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା 

ନବରଙ୍ଗପୁର:(୧୦|୯)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଡାବୁଗାଁ ବ୍ଲକ ଚଚରାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଣୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଧର ମାଝୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ଶିକ୍ଷକ ବିଦ୍ୟାଧର ମାଝୀ ସକାଳ ପ୍ରାୟ ୧୦ଟା ସମୟରେ ବିଦ୍ୟାଳୟକୁ ଯାଇ ଉପସ୍ଥାନ ଖାତାରେ ଦସ୍ତଖତ କରିଥିଲେ। ଅସୁସ୍ଥତା ଅନୁଭବ କରିବାରୁ ସେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଛୁଟି ପାଇଁ ଦରଖାସ୍ତ ଦେବା ସହ ଏଚ୍ ଆରଏମ୍ଏସ୍ ପୋର୍ଟାଲରେ ମଧ୍ୟ ଛୁଟି ପାଇଁ ଆବେଦନ କରିଥିଲେ।ପରେ ସେ ଚିକିତ୍ସା ପାଇଁ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘରକୁ ଫେରି କିଛି ସମୟ ବିଶ୍ରାମ ନେବା ପରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏହି ଦୁଃଖଦ ଖବର ପାଇ ପରିବାର ଲୋକେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ପରେ ପ୍ରଧାନ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ଶିକ୍ଷକଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ଶିକ୍ଷକ, ସହକର୍ମୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ।ବିଦ୍ୟାଧର ମାଝୀ ଜଣେ ପ୍ରିୟ, ଆଦର୍ଶ ଓ ମେଳାପୀ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଶିକ୍ଷକ ସମାଜ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟ ଏହି ଦୁଃଖଦ ଘଟଣାରେ ଗଭୀର ସମବେଦନା ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ପ୍ରାର୍ଥନା କରିଛନ୍ତି।ମୃତ ଶିକ୍ଷକଙ୍କ ଘର ଡାବୁଗାଁ ବ୍ଳକ ଚଚରାଗୁଡା ଗ୍ରାମ ପଞ୍ଚାୟତ ସଦରମହକୁମାରେ ହୋଇଥିବାରୁ ତାଙ୍କ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା l

ନଦୀରେ ବୁଡି ଜଣେ ମୃତ, ୨ ଦିନ ପରେ ଶବ୍ଦକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ 
ନବରଂଗପୁର:(୧୦|୯)(ରବି ନାରାୟଣ ମହାନ୍ତି) ଜଣେ ବ୍ୟକ୍ତି ତେଲ ନଦୀରେ ଗାଧେଇବାକୁ ଯାଇ ଗୋଡ ଖସି ମୃତ୍ୟୁ ବରଣ କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଭଗବାନ ଗୌଡ ଯାହାଙ୍କ ବୟସ ୪୬ ହେବ। ଘଟଣା ଘଟିଛି ଉମରକୋଟ ଥାନ। ଅନ୍ତର୍ଗତ ଝରିଗାଁ ବ୍ଲକର ଗୁରୁଶିଙ୍ଗା ଗ୍ରାମ ପଞ୍ଚାୟତର ଚାଊରି ଠାରେ। ବଡଭାଇ ଭଗବାନ୍ ଉମରକୋଟ ଥାନାରେ ଦେଇଥିବା ଲିଖିତ ସୂଚନା ଅନୁଯାୟୀ ଏହି ପଞ୍ଚାୟତର ପେଟଫୁଲ। ଗ୍ରାମାର ବଡ ଭାଇ ଭଗବାନ ଗୌଡ ୬ ତାରିଖ ଦିନ ନିଜ ଜମି ଥିବା ଚାଉରି ଗ୍ରାମକୁ ଯାଇଥିଲେ। ପରେ ନିକଟରେ ଯାଇଥିବା ତେଲନଦୀକୁ ଗାଧେଇବାକୁ ଯାଇ ଗୋଡ ଖସି ଯିବାରୁ ଗଭୀର ଜଳରେ ବୁଡ଼ି ନିଖୋଜ ହୋଇଯାଇଥିଲେ।ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ୮ ତାରିଖ ଦିନ ରାତି ପ୍ରାୟ ୮ ଟା ସମୟରେ ନଦୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଉମରକୋଟ ଅଗ୍ନିଶମ ବିଭାଗକୁ ଖବର ମିଳିବା ପରେ ଉମରକୋଟ ଅଗ୍ନିଶମ ବିଭାଗର ଓଆଇସି ହରି ଶଙ୍କର ସୁନାନି, ଡ୍ରାଇଭର ହାବିଲଦାର ଜଗଦିଶ କାଣ୍ଡ, ଅଗ୍ନି ଯୋଦ୍ଧା ଯଦୁମଣି କୋକ, ଧର୍ମେନ୍ଦ୍ର ସ। , ଦଶରଥ ସାହୁ ଓ ରୁକମଣୀ ବୁଡେନ ପ୍ରମୁଖ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରାତି ପ୍ରାୟ ୩ଟା ବେଳେ ଶବକୁ ଉଦ୍ଧାର କରିଥିଲେ। ଉମରକୋଟ ପୋଲିସ ଶବକୁ ଜବତ କରି ଉମରକୋଟ ହସ୍ପିଟାଲକୁ ନେଇଥିଲା ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉମରକୋଟ ଥାନାର ଏଏସଆଇ ପି. ସୁନାନି ଘଟଣାର ତଦନ୍ତ ଦାୟିତ୍ୱ ଅଧିକାରୀ ଭାବେ ରହିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ , ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନ

Sunil Chandra Nayak

ରାୟଗଡ଼ା ବ୍ଲକରେ ନୂତନ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

masiha

Leave a Comment

error: Content is protected !!