ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଡାକି ଡାକି କଣ୍ଠ ଶୁଖିତ ଗଲାଣି

    ନଶୁଣି ମୋ ଦୁଃଖ ବାରେ

ଗରିବ କାନ୍ଦୁଛି ତୋହରି ଦୁଆରେ

     ଚକ୍ଷୁ ବହେ ଲୁହ ଧାରେ।

ସର୍ବ ଡାକ ଶୁଣ ମୋ ଡାକ ନଶୁଣ

    ମୁଁ କି କରିଛି ଦୋଷ

ଦୟା କ୍ଷମା ତୁମ ହାତରେ ରହିଛି

    ମୋ ପାପକୁ କର ନାଶ।

ଜଳରୁ ଉଦ୍ଧାର ଚକ୍ର ପେଶି ନାଶ

    ଉଦ୍ଧାର କଲ ପରାଣ

ମୋ ବେଳକୁ କାହିଁ ଅମଙ୍ଗ ହେଉଛି

    ମୁଁ କି ନୁହେଁ ବନ୍ଧୁ ଜଣ।

ହାତରୁ ନଡ଼ିଆ ନେଇ ଗଲ ବନ୍ଧୁ

     ସେ ବି ହେଲା ତ ନିଜର

ମୋହାତ ଶ୍ରୀଫଳ କେବେ ନେବ ବନ୍ଧୁ

    ଚାହିଁ ବସେ ଶ୍ରୀପୟର।

ବାଲି ରଥ ଗଢ଼ି ଡାକ ଦେଲ ପ୍ରଭୁ

    ତା ଡାକେ ଅଟକି ରଥ

ମୁଁ ତୁମ ଦର୍ଶନେ ଯିବାକୁ ବାହାରି

     କଳା ଘନ କାହିଁ ପଥ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ପ୍ରେମ ଦୀପ ଜାଳି ଦେବା

Sunil Chandra Nayak

ଭଟାପଲାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!