ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାର୍କେଟ କମ୍ପ୍ଲେକ୍ସ ଛାତ୍ ଭୁଶୁଡ଼ିଲା , ଅଳ୍ପକେ ବର୍ତିଲେ ଦୋକାନୀ ଓ ଗ୍ରାହକ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆଜାଦ ଛକ ଠାରେ ଥିବା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନିର୍ମାଣ ହୋଇଥିବା ବହୂପୁରୁନା କେବିନ୍ ଗୃହର ଛାତ ଲଗାଣ ବର୍ଷାରେ ଆଜି ସକାଳ ସମୟରେ ଭାଙ୍ଗି ପଡ଼ିଛି। ଯା ଫଳାରେ ଉଭୟ ଦୋକାନୀ ଓ ଗ୍ରାହକ ଅଳ୍ପକେ ବର୍ତୀଯାଇଛନ୍ତି । ଖଡ଼ିଆଳ ଆଜାଦ ଛକ ସ୍ଥିତ ଦୁଇ କେବିନ୍ ଦୋକାନୀ ମନୋଜ ହଂସ ଏବଂ କୌଶିକ ସରାଫଙ୍କ ବୋଲି ଜଣାପଡିଛି। ଆଜି ସକାଳେ ଜନ ଗହଳିପୂର୍ଣ୍ଣ ରହିଥିବା ବେଳେ ହଠାତ୍ ଛାତ୍ ଭାଙ୍ଗି ପଡ଼ିଥିଲା । ଏତିକି ସମୟରେ ଦୋକାନ ସମ୍ମୁଖ ରେ ଛିଡ଼ାହୋଇଥିବା ଗ୍ରାହକମାନେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଦୀର୍ଘ ତିରିଶ ବର୍ଷ ତଳେ ଏହି କେବିନ୍ ଗୁଡ଼ିକ ନିର୍ମାଣ ହୋଇଥିବା ବେଳେ ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ଏବେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏବେ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଲିବା ସହ ସିମେଣ୍ଟ ପଥର ଖସି ପଡୁଛି । ଯାହାକୁ ନେଇ ଦୋକାନୀମାନେ ଦୋକାନ ଖୋଲିବାକୁ ଭୟ କରୁଛନ୍ତି । ଏନେଇ ଦୋକାନୀ ମାନେ ସ୍ଥାନୀୟ ୱାର୍ଡ କାଉନସିଲର ସୁବିର ସିଂଦେଓ ଓ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତାଙ୍କୁ ଜଣାଇଥିଲେ । ପରେ ସ୍ଥାନୟ କାଉନସିଲର ଓ ନଗରପାଳ ଘଟଣାସ୍ଥଳକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ପୁରୁଣା କେବିନଗୁଡ଼ିକୁ ଭାଙ୍ଗି ଦିଆଯିବା ସହ ନୂତନ କେବିନ୍ ଗୃହ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୁଣି ଆଉ ଦୁଇ ଅଧିକାରୀ ଙ୍କ ପ୍ରତିଶୃତି ଓ ମେଡିକାଲ ପରିଦର୍ଶନ 

Sunil Chandra Nayak

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ମଧୁ ମିତା ମିଶ୍ର ଙ୍କ କବିତା/ ପ୍ରହରୀ

Sunil Chandra Nayak

Leave a Comment

error: Content is protected !!