ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍‌ଆଇଟି ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ରେ….

ଏନ୍‌ଆଇଟି ରାଉରକେଲାର ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ରେ….

ରାଉରକେଲା: ୨୪ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୨ ସେପ୍ଟେମ୍ବର ୨୦୨୬ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି। ସୂଚନା ମୁତାବକ ଏହି ଉତ୍ସବରେ ଅନୁଷ୍ଠାନର ମୋଟ ୧୨ଟି ବିଭିନ୍ନ ବର୍ଗର ପାଠ୍ୟକ୍ରମରେ ମୋଟ ୨୦୩୩ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହା ମଧ୍ୟରେ ୧୫୨୫ ଜଣ ଛାତ୍ର ଏବଂ ୫୦୮ଜଣ ଛାତ୍ରୀ ରହିଥିବା ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୭ଜଣ ବିଦେଶୀ ଛାତ୍ରଛାତ୍ରୀ ରହିଛନ୍ତି। ଏହା ସହିତ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ ପାଇଁ ବିଭିନ୍ନ ବର୍ଗର ମୋଟ ୮୬ଜଣଙ୍କୁ ମେଡାଲ ଦିଆଯିବା ସହିତ ପୁରସ୍କୃତ କରାଯିବ। ସେହିଭଳି ଉଲ୍ଲେଖଯୋଗ୍ୟ ପୂରାତନ ଛାତ୍ରଭାବେ ଦୁଉଜଣଙ୍କୁ ପୁରସ୍କୃତ କରାଯିବ। ସମାବର୍ତ୍ତନ ସମାରୋହରେ ବରିଷ୍ଠ ଶିକ୍ଷାବୀତ୍‌ ଓ ପ୍ରଶାସନିକ ଅଧିକାରୀ ତଥା ନିତି ଆୟୋଗର ସଦସ୍ୟ ପ୍ରଫେସର ଅଭୟ କରାନ୍ଦିକର ମୁଖ୍ୟ ଅତିଥିଭାବେ ଯୋଗଦେବେ। ଏଥିରେ ଏନ୍‌ଆଇଟି ରାଉରକେଲା ପରିଚାଳନ ସମିତିର ଅଧ୍ୟକ୍ଷ ତଥା ଏଲ୍‌ ଏଣ୍ଡ୍‌ ଟି ସଂସ୍ଥାର ମୁଖ୍ୟ ଏସ୍‌ ଏନ୍‌ ସୁବ୍ରମଣ୍ୟମ୍‌ ଅଧ୍ୟକ୍ଷତା କରିବେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ, ପାଠ୍ୟକ୍ରମ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ପଟେଲ, ସମାବର୍ତ୍ତନ ଉତ୍ସବର ମୁଖ୍ୟ ପ୍ରଫେସର ସିଦ୍ଧାର୍ଥ କୁମାର ଜେନା ଓ ଗଣଯୋଗାଯୋଗ କମିଟିର ମୁଖ୍ୟ ପ୍ରଫେସର ବିବେକାନନ୍ଦ ମଲ୍ଲିକ ତଥା କୂଳସଚିବ ପ୍ରଫେସର ରୋହନ ଧୀମାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନର ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାଇଟେକ୍ ପବ୍ଲିକ୍ ସ୍କୁଲ୍ ର  ୧୭ ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ଧୁମଧାମ ରେ ପାଳିତ

Sunil Chandra Nayak

ଅଙ୍ଗୀକାର, ୨୦୨୫ କାର୍ଯ୍ୟକ୍ରମ ଓ ସ୍ଵଚ୍ଛତା ହିଁ ସେବାର ଶୁଭାରମ୍ଭ

Sunil Chandra Nayak

ବରିଷ୍ଠ ସମାଜସେବୀ କୈଳାସ ନାଥ ପତିଙ୍କ ବିୟୋଗରେ ଶୋକ 

masiha

Leave a Comment

error: Content is protected !!