ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୦ତମ ବର୍ଷରେ ସ୍ୱର୍ଣଗିରି ଭେଙ୍କଟେଶ୍ୱର ମନ୍ଦିର ରୂପରେ ସଜେଇ ହେବ ଗଣେଶ ପଣ୍ଡାଲ

୪୦ତମ ବର୍ଷରେ ସ୍ୱର୍ଣଗିରି ଭେଙ୍କଟେଶ୍ୱର ମନ୍ଦିର ରୂପରେ ସଜେଇ ହେବ ଗଣେଶ ପଣ୍ଡାଲ

ରାଉରକେଲା: ସିଭିଲ ଟାଉନସିପ ଭେଷଜ ପଟେଲ ହସ୍ପିଟାଲ ମାର୍ଗ ସ୍ଥିତ ଶ୍ରୀ ଶ୍ରୀ ଗଣେଶ ପୂଜା ସମିତି ପକ୍ଷରୁ ଚଳିତ ବର୍ଷ ଗଣେଶ ଉତ୍ସବର ୪୦ତମ ଗୌରବମୟ ବର୍ଷକୁ ବହୁତ ଧୁମଧାମରେ ପାଳନ କରିବାକୁ ଯାଉଛି। ଏ ନେଇ ସମିତିର ସଭାପତି ଆକାଶ ଅଗ୍ରୱାଲ, ମହାସଚିବ ବିକାଶ ଶର୍ମା, ଉପସଭାପତି ମନୀଷ ଅଗ୍ରୱାଲ, ସହ ସଚିବ ମନୋଜ ବେରଲିଆ, କୋଷାଧ୍ୟକ୍ଷ କରଣ ଖଣ୍ଡେଲୱାଲ, ସହ କୋଷାଧ୍ୟକ୍ଷ ଅଜୟ ଗୋୟଲ ଏବଂ ମିଡିଆ ସଂଯୋଜକ ଅଙ୍କିତ କେଡିଆ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଚଳିତ ବର୍ଷ ପଣ୍ଡାଲକୁ ହାଇଦ୍ରାବାଦର ପ୍ରସିଦ୍ଧ ସ୍ୱର୍ଣ୍ଣଗିରି ଭେଙ୍କଟେଶ୍ୱର ମନ୍ଦିର ରୂପ ଦିଆଯାଉଛି। ଏହାକୁ ଭବ୍ୟ ଓ ଦିବ୍ୟ ରୂପ ଦେବା ପାଇଁ କାମ ଜାରି ରହିଛି।

ସମିତି ପକ୍ଷରୁ କୁହାଯାଇଛି ଯେ, ଏଠାରେ ଘରକୁ ଘର ଯାଇ ଚାନ୍ଦା ଆଦାୟ କରାଯାଏ ନାହିଁ ବରଂ ସମିତି ସଦସ୍ୟଙ୍କ ପାରସ୍ପରିକ ସହଯୋଗରେ ପୂଜା କରାଯାଏ। ୧୯୮୬ ମସିହାରେ ସ୍କୁଲ ଛାତ୍ରଙ୍କ ଏକ ଛୋଟ ଗୋଷ୍ଠୀ ଦ୍ୱାରା ଆରମ୍ଭ ହୋଇଥିବା ଏହି ଗଣେଶ ପୂଜା ପରମ୍ପରା ଆଜି ଚାରି ଦଶନ୍ଧି ପରେ ଏକ ବିଶାଳ ସାମୁଦାୟିକ ଉତ୍ସବର ରୂପ ନେଇଛି। ପ୍ରାରମ୍ଭରେ ଏମ୍ ଆଣ୍ଡ ଏଫ୍ ବ୍ଲକରେ ହେଉଥିବା ଆୟୋଜନ ୨୦୦୯ ମସିହାରୁ କଲ୍ୟାଣ ମଣ୍ଡପ, ଭେଷଜ ପଟେଲ ହସ୍ପିଟାଲ ନିକଟରେ ଅନୁଷ୍ଠିତ ହୋଇ ଆସୁଛି। ଚଳିତବର୍ଷ ୧୪ ତାରିଖ ରୁ ପୂଜା ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ବର୍ଷ ସ୍ୱର୍ଣ୍ଣଗିରି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଥିମ୍ ପ୍ରାୟ ୫୦ ଫୁଟ୍ ପେଣ୍ଡାଲ ଓ ୧୫ ଫୁଟ୍ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ହେବ। ୧୪ ସେପ୍ଟେମ୍ବରଠାରୁ ଗଣେଶ ପୂଜା, ସକାଳ-ସନ୍ଧ୍ୟା ଆରତୀ, ମହାପ୍ରସାଦ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆୟୋଜନରେ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ମନୋରଞ୍ଜନ ବ୍ୟବସ୍ଥା ରହିବ। ସମିତି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଫୁଡ୍ କୋର୍ଟରେ ମଥୁରା ଚାଟ୍, ଦକ୍ଷିଣ ଭାରତୀୟ ବ୍ୟଞ୍ଜନ, ଛୋଲେ-କୁଲଚେ ଏବଂ ବିଭିନ୍ନ ସ୍ନାକ୍ସ ଉପଲବ୍ଧ ହେବ। 

ସମିତି ସହରବାସୀଙ୍କୁ ପରିବାର ଓ ବନ୍ଧୁମାନଙ୍କ ସହ ଆସି ଏହି ଐତିହାସିକ ଆୟୋଜନର ଅଂଶ ହେବାକୁ ନିବେଦନ କରିଛି। ସମିତି ଅନୁଯାୟୀ ଏ ବର୍ଷର ଉତ୍ସବ ଆସ୍ଥା, ସଂସ୍କୃତି, ସ୍ୱାଦ, ମନୋରଞ୍ଜନ ଓ ଏକତାର ଭବ୍ୟ ସଙ୍ଗମ ହେବ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦାଦନ ଶ୍ରମିକ ମୃତ୍ୟୁ ଥମୁନାହିଁ, ପୁଣି ଏକ ଦାଦନ ଶ୍ରମିକ ର ମୃତ୍ୟୁ ଶବ ଫେରାଇ ଆଣିକୁ ପ୍ରଶାସନ ପାଖେ ନିବେଦନ

masiha

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ରାଉରକେଲାର ବିକାଶ ପାଇଁ ନବ ନିଯୁକ୍ତ କମିଶନର ଙ୍କ ସହିତ ଆଲୋଚନା

masiha

Leave a Comment

error: Content is protected !!