ନିଲାବାଡ଼ି ଏସ୍ଏସ୍ଡି ବାଳିକା ଛାତ୍ରୀନିବାସରେ ଅଘଟଣ, ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ
ବନ୍ଧୁଗାଁ ତା, ୧୦/୯/୨୬, ବନ୍ଧୁଗାଁ ବ୍ଲକ ନିଲାବାଡ଼ି ଏସ୍ଏସ୍ଡି ବାଳିକା ଛାତ୍ରୀନିବାସରେ ଏକ ଦୁଃଖଦ ଅଘଟଣ ଘଟିଛି। ଛାତ୍ରୀନିବାସରେ ରହୁଥିବା ୭ମ ଶ୍ରେଣୀର ଛାତ୍ରୀ ଗେଦେଲି ଅନିତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ପିତାଙ୍କ ନାମ ଗେଦେଲି ଗୁରୁଆନା ବୋଲି ଜଣାପଡ଼ିଛି।ବୋହୁଦିନ ଧରି ଅନୀତାର ଦେହ ଅସୁସ୍ଥ ହୋଇଥିଲା ଓ ଅଳ୍ପ ଜରରେ ଅମିତା ଭାଙ୍ଗି ନ ପଡି ପାଠ ପଢୁଥିଲେ,।
ସୂଚନା ଅନୁଯାୟୀ, ପ୍ରାୟ ୫ ଦିନ ପୂର୍ବେ ହଟାତ ଭାବରେ ଅମିତାଙ୍କ ଶାରୀରିକ ଅବସ୍ଥା ଅସୁସ୍ଥ ହୋଇପଡ଼ିଥିଲା । ଅମିତାଙ୍କ ପିତା ମାତାଙ୍କୁ ରବିବାର ଖବର ଦେବାରୁ ଦୁହେଁ ଛାତ୍ରୀ ନିବାସରେ ପହଁଞ୍ଚି ଝିଅ ଅନୀତାକୁ ଭେଟିଥିଲେ କିନ୍ତୁ ଛାତ୍ରୀ ନିବାସର ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ଅନୀତା କୁ ତା ପିତା ମାତାଙ୍କୁ ଭେଟିବା ପାଇଁ ବାରଣ କରିଥିବାରୁ ଅମିତାର ପିତା ମାତା ଦୁହେଁ ନିରାସ ହୋଇ ରବିବାର ଦିନ ଘରକୁ ଫେରି ଯାଇଥିଲେ I ଏଥି ସଙ୍ଗେ ସୋମବାର ଦିନ ଅନିତା ର ଦେହ ଅସୁସ୍ଥ ଥିବା ଯୋଗୁଁ ପ୍ରଥମେ ନିଲାବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପରୀକ୍ଷା କରିଥିବାରୁ ସେଠାରେ ଅମିତାର ରକ୍ତ ପରୀକ୍ଷା ରେ ମ୍ୟାଲେରିଆ ଥିବାର ଜଣା ପଡିଥିଲା I କିନ୍ତୁ ଅମିତାକୁ ଉଚିତ ଭାବରେ ଧ୍ୟାନ ନ ଦେବା ସହ ଛାତ୍ରୀ ନିବାସର କର୍ତ୍ତୃ ପକ୍ଷ ଙ୍କ ଅବହେଳା ହେତୁ ଅମିତା ସୋମବାର ଦିନ ଦେହର ଅବସ୍ଥା ପୁରା ବିଗିଡି ଯାଇଥିବାରୁ ଛାତ୍ରୀ ନିବାସର ମେଟ୍ରନ ଅମିତାର ପିତା ମାତାଙ୍କୁ କିଛି ନ ଜଣେଇ ତାଙ୍କୁ ତୁରନ୍ତ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଅବସ୍ଥା ଗୁରୁତର ଥିବା ଜାଣି ଉଚ୍ଚତର ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତର କରିଥିଲେ। ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅମିତାର ପିତା ମାତା ପହଁଞ୍ଚି ଝିଅକୁ ଦେଖି ହତାସ ହୋଇ ଯାଇଥିଲେ କିନ୍ତୁ ହାର ନ ମାନି ଝିଅର ଗୁରୁତ୍ୱ ଅବସ୍ଥା ଦେଖି ଝିଅର ପିତା ମାତା ନୀଲାଵାଡି ଛାତ୍ରୀ ନିବାସର ମେଟ୍ରନଙ୍କୁ ଗୁହାରି କରିଥିଲେ କି ମ ଝିଅକୁ ମୁଁ ନେଇ ବାହାରେ ଚିକିତ୍ସା କରିବା ପାଇଁ ନେବି ବଲି କହିବାରୁ ମେଟ୍ରନ ଦିଦି ଝିଅର ପିତା ମାତାଙ୍କୁ ନେବା ପାଇଁ ହୋବନାହିଁ ଏଇଠି ଭଲ ହୋଇଯିବ କହି ଝିଅକୁ ଦେଲେନାଇଁ ବାହାରେ ଚିକିତ୍ସା କରେଇବା ପାଇଁ ସାଫ ମନା କରିଦେଇଥିଲେ I ମେଟ୍ରଙ୍କ କଥା ମାନି ସୋମବାର ଦିନରେ ଝିଅ ସହ ପିତା ମାତା ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ବିତିବା ପରେ ମଙ୍ଗଳ ବାର ଦିନ ଅମିତାର ଦେହ ଅଧିକ ଭାବରେ ଅସୁସ୍ଥ ଯୋଗୁଁ କୋରାପୁଟ କୁ ମଙ୍ଗଳବାର ଦିନ ରାତି ୭ ଟାରେ ସ୍ଥାନାନ୍ତର କରିଥିଲେ, କୋରାପୁଟ ଠାରେ ପରୀକ୍ଷା ପରେ ରାତି ୧୦ ଟାରେ ଜଣା ପଡିଲା କି ଅନିତା ଝିଅକୁ ମ୍ୟାଲେରିଆ ଟାଇଫୋଡ଼ ହୋଇଥିବାର ପିତା ମାତାଙ୍କୁ ଜଣାଇଥିଲେ I କୋରାପୁଟରେ ଚିକିତ୍ସା ଚାଲିଥିବା ସମୟରେ ଅମିତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଶେଷରେ ବୁଧବାର ରାତି ରେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅଙ୍କ ସହ ହସ୍ପିଟାଲରେ ଉପସ୍ଥିତ ଥିବା ବାପା-ମାଆ ଏହି ଦୁଃଖଦ ଖବର ଶୁଣି ଭାଙ୍ଗି ପଡ଼ିଥିଲେ। ଅମିତାର ମୃତ୍ୟୁର କାରଣ ଛାତ୍ରୀ ନିବାସର କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ମ ଝିଅର ମୃତ୍ୟୁ ହୋଇଛି ବଲି ଗଣ ପ୍ରତିନିଧିଙ୍କୁ ଜଣାଇଥିଲେ ମୃତ ଅନୀତା ଙ୍କ ପିତା ଗେଦେଲି ଗୁରୁଆନା I ପରିବାର ଲୋକେ ଅମିତାଙ୍କ ମୃତଦେହକୁ ନିଜ ଗାଁକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଘଟଣାକୁ ନେଇ ଛାତ୍ରୀନିବାସ ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

