ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଭୁବନ ଗଣେଶ ମେଳଣ ମହୋତ୍ସବ ପ୍ରତିଯୋଗିତା , ୨- ସଂରକ୍ଷିତ ଜଙ୍ଗଲ ଜମିରେ ବୃକ୍ଷରୋପଣ ପାଇଁ ଆସି ନିରାଶାରେ ଫେରିଲେ ବନବିଭାଗ ,୩-ସମସ୍ୟାରେ ଓଡିଶା ଆଦର୍ଶ ବିଦ୍ୟାଳୟ ,୪- ବ୍ରାହ୍ମଣୀ ନଦୀ କୂଳରୁ ଗଳିତ ଶବ ଉଦ୍ଧାର , ୫- ମହିଷାପାଟରେ ଫାଟିଲା ଓଲା ସ୍କୁଟର,ନିଆଁ ଲାଗି ଜଳିଗଲା ଗାଡ଼ି

ଭୁବନ ଗଣେଶ ମେଳଣ ମହୋତ୍ସବ ପ୍ରତିଯୋଗିତା

 ଦଶହରା ବଳଦ ଯାତ୍ରା ଓ ବୁଦ୍ଧେଶ୍ବର ଜିଲ୍ଲା ୱେବ ସାଇଟରେ ସ୍ଥାନିତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଭୁବନ ଗଣେଶ ମେଳଣ ମହୋତ୍ସବ-୨୦୨୬ ଅବସରରେ ଗଣେଶ ମେଳଣ ମହୋତ୍ସବ କମିଟି ପକ୍ଷରୁ ସ୍ଥାନୀୟ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରବନ୍ଧ ପ୍ରତିଯୋଗିତାରେ ୧୫୮ ଜଣ ଓ ଚିତ୍ରାଙ୍କନରେ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧରେ ଇଣ୍ଟରନେଟ୍ ଓ ଛାତ୍ର ସମାଜ, ରିଲ୍ସ ସଂସ୍କୃତି ବନାମ ବାସ୍ତବ ଜୀବନ ଏବଂ ଜଳବାୟୁ ପରିବର୍ତ୍ତନ ଓ ଯୁବ ସମାଜର ଦାୟିତ୍ୱ ଭଳି ସମସାମୟିକ ବିଷୟ ରହିଥିଲା।

ସେହିପରି ଚିତ୍ରାଙ୍କନରେ ‘ବିଦ୍ୟାଦାତା ଶ୍ରୀ ଗଣେଶ’, ‘ଭୁବନର ଆରାଧ୍ୟ ବାବା ବୁଦ୍ଧେଶ୍ୱର’ ଓ ‘ଗର୍ବ ଗୌରବର ମାଟି ଭୁବନ’ ବିଷୟରେ ବିଦ୍ୟାର୍ଥୀମାନେ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଭୁବନର କଂସା-ପିତଳ ଶିଳ୍ପ, ଦଶହରା ବଳଦ ଯାତ୍ରା ଓ ଐତିହ୍ୟ-ପରମ୍ପରାକୁ ମଧ୍ୟ ଚିତ୍ରରେ ପ୍ରତିଫଳିତ କରିଥିଲେ।

କାର୍ଯ୍ୟକ୍ରମରେ କମିଟି ସଭାପତି ସୁବ୍ରତ କୁମାର ସାହୁ, ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ, ସମାଜସେବୀ ଅମ୍ବୁଜ ସାହୁ, ତୃପ୍ତି ପାଠାଗାର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକାରି ସଭାପତି ପ୍ରଦୀପ୍ତ କୁମାର ସାହୁ ଗୋପବନ୍ଧୁ ସେବା ସଂଗଠନ ସଭାପତି ଅମ୍ବୁଜ ସାହୁ , ମିଥୁନ ପାତ୍ର , ରାମଚନ୍ଦ୍ର ନାୟକ ମଂଚାସୀନ ଥିଲେ। ଦୀପ ଲଗାଇ ଶୁଭାରମ୍ଭ କରିଥିଲେ। ଆମେ ଭୁବନ ର ଅସ୍ମିତା, ପରମ୍ପରା ଇତିହାସ, ପର୍ବ ପର୍ବାଣି, ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ସାର ଗର୍ଭକ ଆଲୋଚନା କରୁଥିବା ବେଳେ ଢେଙ୍କାନାଳ ଇତିହାସ ସଂପର୍କିତ ଏକ ୱେବ ସାଇଟରେ ଭୁବନ ଦଶହରା ସ୍ଥାନିତ ନ ପାଇବା ଓ ପର୍ଯ୍ୟଟନ ସ୍ଥଳୀ ଭାବରେ ବାବା ବୁର୍ଦ୍ଧେଶ୍ୱରଙ୍କ ନାମ ନ ଆସିବା ଦୁର୍ଭାଗ୍ୟ ଜନକ ବୋଲି ମତ ସ୍ତମ୍ଭକାର ଶ୍ରୀଯୁକ୍ତ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଥିଲେ। ବସନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। ଜ୍ୟୋତିଷ କୁମାର ସାହୁ, ବୀଣାପାଣି ବିହାରୀ ଓ ସରୋଜ ନାୟକ ପରୀକ୍ଷା ପରିଚାଳନା କରିଥିଲେ।ଚାରିଟେବୁଲେ ଟ୍ରଷ୍ଟ ସଭାପତି ଜିତେନ୍ଦ୍ର କୁମାର ଦାଶ ସଂପାଦକ ଦୀପକ କୁମାର ବେହେରା ନାରାୟଣ ନାୟକ , ଟିଟୁ ଦାସ , ମନୋରଞ୍ଜନ ବେହେରା ,ସୌରଭ କୁମାର ରାଉତ , ଲିଙ୍ଗରାଜ ସାହୁ , ପିଣ୍ଟୁ ଦାସ , ଗୋପାଳ ନାୟକ ,ସିଲୁ ନାୟକଙ୍କ ସମେତ କମିଟିର କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ। ସୁନାକର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସଂରକ୍ଷିତ ଜଙ୍ଗଲ ଜମିରେ ବୃକ୍ଷରୋପଣ ପାଇଁ ଆସି ନିରାଶାରେ ଫେରିଲେ ବନବିଭାଗ 

ଜବରଦଖଲକାରୀଙ୍କୁ ସୁରକ୍ଷା ପାଇଁ ଚାଲିଛି ମସୁଧା ହେଉଛି ଅଭିଯୋଗ 

ଢେଙ୍କାନାଳ – ପରଜଙ୍ଗ ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଠାରୁ ନୂଆ ସୂର୍ଯ୍ୟ ହୋଟେଲ କୁ ରାସ୍ତା ଟି ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ସେଥିରେ ବୃକ୍ଷ ରୋପଣ ଏବଂ ସୁରକ୍ଷା ଦେବା କୁ ଆସି ନିରାଶ ହୋଇ ବନ ଅଧିକାରୀ ଫେରିବା ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ମୁତାବକ ଢେଙ୍କାନାଳ ବନଖଣ୍ଡ ମହାବିରୋଡ ବନାଞ୍ଚଳ ଡିହଡୋଳ ସେକ୍ସନର ଖାଲପାଳ ସଂରକ୍ଷିତ ଜଙ୍ଗଲ ତଥା ରାଜପଥ ଠାରୁ ନୂଆ ସୂର୍ଯ୍ୟ ହୋଟେଲ ପର୍ଯ୍ୟନ୍ତ ସଂରକ୍ଷିତ ଜଙ୍ଗଲ ଜମି ରହିଛି। ଏହାକୁ କିଛି ବର୍ଷ ହେବ ପରମହଂସପୁର ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ରାସ୍ତା ନିର୍ମାଣ କରି ଦୈନନ୍ଦିନ ହୋଟେଲ କୁ ଶତାଧିକ ଭାରିଯାନ ଚଳାଚଳ କରୁଥିବା ବେଳେ ଏହାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ମାମଲା ରୁଜୁ ହୋଇଥିଲା। ସଂରକ୍ଷିତ ଜଙ୍ଗଲ ଜମିରୁ ରାସ୍ତା ଉଚ୍ଛେଦ କରାଯାଇ ବୃକ୍ଷ ରୋପଣ ନିମନ୍ତେ ମାନ୍ୟବର ଏନଜିଟି ଏକ ବର୍ଷ ହେବ ରାୟ ପ୍ରକାଶ କରିଥିଲେ। କାର୍ଯ୍ୟାନୁଷ୍ଠାନ ନେବାକୁ ବିଳମ୍ବ ହେବାରୁ ପୁନର୍ବାର ଏନଜିଟିଙ୍କ ନିକଟରେ ଅଭିଯୋଗକାରୀ ଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିବା ବେଳେ ୪ ଅଗଷ୍ଟ ରେ ଶୁଣାଣୀ କରି ମାନ୍ୟବର ଏନଜିଟି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଢେଙ୍କାନାଳ ଜିଲାପାଳ, ବନଖଣ୍ଡ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଓ ପରଜଙ୍ଗ ତହସିଲଦାର ଙ୍କ ମାସିକ ବେତନ ଏବଂ ସମ୍ପତ୍ତି ବାଜ୍ୟାପ୍ତ ହେବନାହିଁ କାହିଁକି ବୋଲି ଆଗାମୀ ଶୁଣାଣି ଥିବା ଧାର୍ଯ୍ୟ ଦିବସ ଏକ ଦିନ ପୂର୍ବରୁ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନଜିଟିଙ୍କ ଶୁଣାଣୀ କୁ ଦୃଷ୍ଟିରେ ରଖି ସଂରକ୍ଷିତ ଜଙ୍ଗଲ ଜମିରେ ଥିବା ରାସ୍ତାର ଉଭୟ ପାର୍ଶ୍ବରେ ବନବିଭାଗ ବୃକ୍ଷ ରୋପଣ କରିଥିବା ବେଳେ ରାସ୍ତାକୁ ବନ୍ଦ କରାଯିବା ନିମନ୍ତେ ଗୁରୁବାର ଢେଙ୍କାନାଳ ଡିଭିଜନର ବନ ସଂରକ୍ଷକ ସହାୟକ ଅଧିକାରୀ ନିଳେନ୍ଦ୍ରୀ ଦଳପତି ଙ୍କ ନେତୃତ୍ବରେ ବନ ସୁରକ୍ଷା କର୍ମୀଙ୍କ ସଦଳବଳେ ନୂଆ ସୂର୍ଯ୍ୟ ହୋଟେଲ ନିକଟରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିବା ପରେ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁନଃ ଫେରସ୍ତ କରିଥିଲେ। ଏହିପରି ଭାବେ ଦୁଇ ଦୁଇ ଥର ସଂରକ୍ଷିତ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ପାଇଁ ବିଭାଗୀୟ ଅଧିକାରୀ ଆସି ନିରାଶ ରେ ଫେରୁଥିବା ଅଞ୍ଚଳବାସୀଙ୍କ ମନେ ଯେପରିକି ଜବରଦଖଲକାରୀଙ୍କ ସହ ବନବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସଫାସୁତୁରା ହେଉଥିବା ନେଇ ଆଲୋଚନ ଜୋର ଧରିଛି। ଏହି ସଂକ୍ରାନ୍ତରେ ସହାୟକ ସଂରକ୍ଷକ ବନାଧିକାରୀ ଶ୍ରୀ ଦଳପତି କୁହନ୍ତି କି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ କିସମ ପରିବର୍ତ୍ତନ ପାଇଁ ସମୟ ଦିଆଯାଇଛି ନହେଲେ ଆଗାମୀ ଦିନରେ ଜବରଦଖଲ ଉଚ୍ଛେଦ କରାଯିବ । ଏଥିପ୍ରତି ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମସ୍ୟାରେ ଓଡିଶା ଆଦର୍ଶ ବିଦ୍ୟାଳୟ 

କାମାକ୍ଷାନଗର- କାମାକ୍ଷାନଗର ସହର ସନ୍ନିକଟ ଯନ୍ତାରିବୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ସମସ୍ୟା ମଧ୍ୟରେ ରହିଥିବାରୁ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଓଡିଶା ଆଦର୍ଶ ବିଦ୍ୟାଳୟ ୨0୧୭ ମସିହାରୁ ଆରମ୍ଭ ହୋଇଛି l ଏବେ ଏହି ବିଦ୍ୟାଳୟରେ ୫ ସହ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଅଧ୍ୟାୟନରତ l ୨୨ ଜଣ ଶିକ୍ଷକ ଅବସ୍ଥାପିତ ଥିବା ବେଳେ ବିଭିର୍ନ୍ନ କାର୍ଯ୍ୟକ୍ରମ ସକାଶେ ଏକ ଅଡିଟୋରିୟମ ନଥିବାରୁ କୌଣସି କାର୍ଯ୍ୟକ୍ରମ ସକାଶେ ସହର ମଧ୍ୟରେ ଥିବା ଅଡିଟୋରିୟମ କୁ ଆସିବାକୁ ପଡିଥାଏ l ପିଲାମାନେ ଖେଳିବାକୁ ଖେଳ ପଡିଆ ନଥିବାରୁ କୌଣସି ଖେଳ ଖେଳେଇବା ସମ୍ଭବ ହେଉ ନଥିବାର ଜଣାଯାଇଛି l ବିଦ୍ୟାଳୟ ର ମାତ୍ର ଗୋଟିଏ ବସ ମାସିକ ଭଡା ସୂତ୍ରରେ ରହିଛି, ଯୋଉଥିରେ କି ମାତ୍ର ପଚାଶ ଜଣ ବିଦ୍ୟାର୍ଥୀ ଯିବା ଆସିବା କରିଥାନ୍ତି l ସହର ଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟକୁ ବହୁ ଛାତ୍ରଛାତ୍ରୀ ଭଡା କରି ଅଟୋରିକ୍ସା, ଛୋଟ ଛୋଟ ଗାଡ଼ିରେ ଯାଉଥିବାରୁ ତାହା ବିଦ୍ୟାର୍ଥୀମାନଙ୍କ ସକାଶେ ସୁରକ୍ଷିତ ନୁହେଁ l ବହୁ ଅଭିଯୋଗ ହେଉଥିବା ବେଳେ କର୍ତ୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକାର ର ବ୍ୟବସ୍ଥା ନାହିଁ l ବିଦ୍ୟାଳୟକୁ ଧାର୍ଯ୍ୟ ସମୟରେ ଶିକ୍ଷକ, ଶିକ୍ଷୟତ୍ରୀମାନେ ଆସୁ ନଥିବା ବେଳେ ଶିକ୍ଷାଦାନରେ ବ୍ୟାପକ ଅନିୟମିତତା ରହୁଥିବା ଏବଂ ବିଦ୍ୟାର୍ଥୀମାନେ କୌଣସି ବିଷୟଭୀତିକ ଆଲୋଚନା ପାଇଁ ସଂପୃକ୍ତ ଶିକ୍ଷକମାନଙ୍କୁ କହିଲେ କେହି ଶୁଣୁନଥିବାର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାର ଅଭିଯୋଗ ହେଉଛି l ଶିକ୍ଷକ ମହଲରେ ଶୃଙ୍ଖଳିତ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବା ସ୍ୱାଭାବିକ ହୋଇ ପଡିଥିବାର ମଧ୍ୟ ଅଭିଯୋଗ ହେଉଛି l ଶିକ୍ଷା କେନ୍ଦ୍ର ମଧ୍ୟରେ ବେସରକାରୀ ଶିକ୍ଷା କେନ୍ଦ୍ରର ଗୁରୁତ୍ୱ କୁ ହ୍ରାସ କରିବା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିଥିବା ବେଳେ ଏହି ବିଦ୍ୟାଳୟର ଅଡିଟୋରିୟମ,ଖେଳ ପଡିଆ, ଯାତାୟାତ ସକାଶେ ଯାନ ର ବ୍ୟବସ୍ଥା, ଶିକ୍ଷାଦାନ ଉପରେ କଟକଣା ନଥିବାରୁ ବହୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l

ବ୍ରାହ୍ମଣୀ ନଦୀ କୂଳରୁ ଗଳିତ ଶବ ଉଦ୍ଧାର

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଅନ୍ତର୍ଗତ କୋଟଗରା ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀ କୁଳରୁ ଏକ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଗତ ୭ତାରିଖ ରେ ତାଳଚେର ଅଂଚଳର ରେମୁଆଁ ଗ୍ରାମର ବିକେନ୍ଦ୍ର ଦିବେଦ୍ୱି ଜଗନ୍ନାଥ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଥିବା ଗାଧୋଇବା ତୁଠରେ ଗାଧୋଇଵା ବେଳେ ଗଭୀର ପାଣିରେ ଭାସି ଯାଇଥିଲେ, ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ପାଇ ନଥିଲେ, ନଦୀରେ ଭାସି ଆସି ତୁମୁସିଙ୍ଗା ଥାନା ଅନ୍ତର୍ଗତ କୋଟଗୋରା ଗାଁ ନିକଟସ୍ଥ ନଦୀକୂଳରେ ଗଳିତ ଶବ ପଡିଥିଲା, ଖବର ପାଇ ତୁମୁସିଙ୍ଗା ଥାନା ପୋଲିସି ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି କାମାକ୍ଷା ନଗର ମେଡିକାଲ କୁ ଆଣି ଶବ ବ୍ୟବଛେଦ କରି ଥିବା ଜଣାପଡିଛି। 

ମହିଷାପାଟରେ ଫାଟିଲା ଓଲା ସ୍କୁଟର,ନିଆଁ ଲାଗି ଜଳିଗଲା ଗାଡ଼ି

ଢେ଼ଙ୍କାନାଳ – ଢେ଼ଙ୍କାନାଳ ମହିଷାପାଟ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଏକ ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି। ସ୍କୁଟରଟି ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ,ରାସ୍ତା ଉପରେ ଥିବା ବେଳେ ସ୍କୁଟରର ବ୍ୟାଟେରୀରୁ ହଠାତ୍ ଧୂଆଁ ବାହାରିବା ପରେ ବିସ୍ଫୋରଣ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ କୌଣସି ମଣିଷ ଆହତ ହୋଇ ନାହାଁନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଓଲା ସ୍କୁଟରରେ ବାରମ୍ବାର ନିଆଁ ଲାଗିବା ଘଟଣା ଏବେ ପୁଣି ଥରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅନ୍ଵେଷା ର ୧୦୪ ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

କଣ୍ଟାମାଳ ଗ୍ରାମରେ ନୂତନ ସାପ୍ତାହିକ ବଜାର ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ କଲେ ଉଦଘାଟିତ

Sunil Chandra Nayak

ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର 

masiha

Leave a Comment

error: Content is protected !!