ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ 

ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ 

ଆସିକା, ୧୧/୯/୨୬( ଶିବ ଶଙ୍କର ମିଶ୍ର ) ଦୀର୍ଘଦିନ ର ପ୍ରଚେଷ୍ଟା ପରେ ଧରାକୋଟ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ରାଜସ୍ୱ ବିଭାଗ ତରଫରୁ ଧରାକୋଟ ତହସିଲ ଅଧିନସ୍ଥ ଧରାକୋଟ ରାଜସ୍ୱ ସର୍କଲ ଅଧିନସ୍ଥ ଆମ୍ବଡାବଣ ହିଲ ମୌଜାରୁ ଦଶ ଏକରର ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ଅବସରରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଓଡିଆ ଅଧ୍ୟାପକ କୁରେଶୁ ମହାରଣା ଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଥିଲା। ସଂପ୍ରତି ସ୍ନାତକ ମହାବିଦ୍ୟାଳୟ ର ନୂତନ କ୍ୟାମ୍ପସ ର ଭିତ୍ତିଭୂମି ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଥିବାରୁ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଖୁସି ସଞ୍ଚାର ହୋଇଛି। ଏହା ପରେ ନିର୍ବାଚନ ସାକ୍ଷରତା କର୍ମଶାଳା କରାଯାଇ ନୂତନ ଯୁବ ଛାତ୍ର ଛାତ୍ରୀ ତଥା ଭୋଟର ମନଙ୍କୁ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରିବା ନେଇ ସଚେତନ କରାଯାଇଥିଲା । ମୁଣ୍ଡ ମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମଧ୍ୟ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଙ୍କ ତତ୍ୱାବଧାନ ରେ ନିର୍ବାଚନ ସାକ୍ଷରତା କର୍ମଶାଳା ଆୟୋଜନ କରାଯାଇଥିଲା । କର୍ମଶାଳା ଉପଲକ୍ଷେ ଆୟୋଜିତ କୁଇଜ, ବତ୍କୃତା ଓ ରଚନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଲତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

Related posts

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

Sunil Chandra Nayak

ନର୍ଲା ପଞ୍ଚାୟତ ସମିତି ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ 

Sunil Chandra Nayak

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

Leave a Comment

error: Content is protected !!