ରାଉରକେଲା କୈବର୍ତ୍ତ ସମାଜର ୨୬ ତମ ପ୍ରତିଷ୍ଠା ଦିବସ
ରାଉରକେଲା: ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲା ର ୨୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅର୍ଜୁନ ଚରଣ ସାହୁ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ୱ ତଥା କାର୍ଯ୍ୟକାରୀ ସଭାପତି ନଟବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ଅଫିସର ସଂଘର ସଭାପତି ଇଂ ଅବକାଶ ବେହେରା ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ ଅନୁଷ୍ଠାନର ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ସମ୍ମାନିତ ଅତିଥି ଓ ଏନ୍ଆଇଟି ର ପ୍ରଫେସର ସୁଜିତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ପତ୍ତି, ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଇଂ ବେହେରା ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ମଧ୍ୟରେ ଐକ୍ୟବଦ୍ଧତା,ଭାଇଚାରା, ସାଂଗଠନିକ ଦକ୍ଷତା,କର୍ମ ପ୍ରତି ପ୍ରତିବଦ୍ଧତା ସହ ସମସ୍ତଙ୍କ ମଧ୍ୟରେ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ରାଉତ ଅନୁଷ୍ଠାନ କୁ ଗଢ଼ିଥିବା ଦିବଙ୍ଗତ ହଜାରୀ ବେହେରା, ଅର୍ଜୁନ ଚରଣ ବେହେରା, ଗନ୍ଧର୍ବ ବେହେରାଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କ ଅବଦାନ, ୨୦୧୩ ରେ ହୋଇଥିବା ଐତିହାସିକ ମହାସମାବେଶ ଓ ନିକଟ ଅତୀତରେ ହୋଇଥିବା ରାଜ୍ୟ ସ୍ତରୀୟ ସମାବେଶ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ବେହେରା ତାଙ୍କ ବକ୍ତବ୍ୟରେ ୩ଟି କଥା ଯଥା ଶିକ୍ଷା, ସମାଜ ପାଇଁ ଏକତା ଓ ଯୁବସମାଜ କୁ ସଶକ୍ତିକରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସ୍ବାଗତ ଭାଷଣ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରା ଅନୁଷ୍ଠାନ ୨୦୦୧ ରେ ପ୍ରତିଷ୍ଠା ହେବା ତଥା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ସମାଜକୁ ବଳିଷ୍ଠ କରିବା ପାଇଁ ଐକ୍ୟବଦ୍ଧତା କୁ ଗୁରୁତ୍ୱାରୋପ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରିଚାଳନାରେ ବିବେକାନନ୍ଦ ସାହୁ,ବନ୍ଧୁଆ ବେହେରା, ଅର୍ଜୁନ ବେହେରା,ମନୋରଞ୍ଜନ ବେହେରା, ମାୟାଧର ଙ୍କ ସମେତ ସର୍ବଶ୍ରୀ ପବିତ୍ର ମୋହନ ବେହେରା, ମନମୋହନ ବେହେରା, କୈଳାଶ ଦଳେଇ, ରବିନ୍ଦ୍ର ବେହେରା, ବିଜୟ ବେହେରା, ପ୍ରଭାକର ବେହେରା, ପ୍ରସନ୍ନ ସାମଲ, ନିତ୍ୟାନନ୍ଦ ବେହେରା,ବ୍ରଜେନ୍ଦ୍ର ତରାଇ, ଅରୁଣ ମହାଳିକ, ବୈରାଗୀ ବେହେରା, ଦେବେନ୍ଦ୍ରନାଥ ବେହେରା,ରଣେନ୍ଦ୍ର ବେହେରା,ବି ଲେଙ୍କା, ପ୍ରମୋଦ ବେହେରା,ଜି ବେହେରା,ଜି ବି ତରାଇ,ବି ମାଝୀ,କେ ସି ବେହେରା,ଏଚ କେ ବେହେରା,ଆର ଏନ ବେହେରା ପ୍ରମୁଖ କୈବର୍ତ୍ତ ସମାଜର ଭାଇମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

