ସନ୍ଥ ବିନୋବା ଭାବେଙ୍କ ଜୟନ୍ତୀ ପାଳିତ ; ଯୁବପିଢ଼ି ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠନ ସମ୍ଭବ
ରାଇରଙ୍ଗପୁର – ୧୨/୦୯ ଭୂଦାନ ଆନ୍ଦୋଳନର ପୁରୋଧା ସନ୍ଥ ବିନୋବା ଭବେଙ୍କ 132 ତମ ଜନ୍ମ ଜୟନ୍ତୀ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ତରଫରୁ ଭଞ୍ଜପୁର ସ୍ଥିତ ସର୍ବୋଦୟ ଆଶ୍ରମ ଠାରେ ପାଳିତ ହୋଇଯାଇଛି |
ଏହି ଅବସରରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ବିରଜା ଦେବୀ , ଉତ୍କଳ ସର୍ବୋଦୟ ମଣ୍ଡଳ ର ମହାସଚିବ ଆର୍ଯ୍ୟଭଟ୍ଟ ମହାନ୍ତି , ଜିଲ୍ଲା ସର୍ବୋଦୟ ମଣ୍ଡଳ ର ଉପସଭାପତି ଦୀପକ କୁମାର ନାୟକ ସମ୍ପାଦକ ଶାରଦା ବାରିକ, ସୁସ୍ମିତା ପ୍ରିୟଦର୍ଶିନୀ, ପ୍ରଜ୍ଞା ପାରମିତା , ପ୍ରିୟଦର୍ଶିନୀ ଦାସ ପ୍ରମୁଖ ଯୋଗଦେଇ ସନ୍ଥ ବିନୋବା ଗାନ୍ଧିଜୀଙ୍କର ବାସ୍ତବ ଉତ୍ତରଧିକାରୀ ଥିଲେ. ଭୂଦାନ ଗ୍ରାମଦାନ ଆନ୍ଦୋଳନ ମାଧ୍ୟମରେ ଗ୍ରାମ ସ୍ବରାଜ୍ଯ ପ୍ରତିଷ୍ଠା କରିବା, ନିଶା ମୁକ୍ତ ସମାଜ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା | ଆଜିର କଳୁଷିତ ସମୟରେ ଯୁବ ପିଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ | ଅତିଥି ମାନେ ସନ୍ଥ ବିନୋବାଙ୍କ ଫୋଟ ଚିତ୍ରରେ ସୁତାମାଳା ଅର୍ପଣ କଲା ପରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା | କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |
ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

