ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିରାଟ ଲୀଳାକ୍ଷେତ୍ରରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ , ୨- ବିଧାୟକଙ୍କ ନିର୍ଦ୍ଦେଶ ; ପଂଚାୟତ ନିର୍ବାଚନ ପୂର୍ବରୁ ଉନ୍ନୟନ ମୂଳକ କାର୍ଯ୍ୟକୁ ଶେଷ କର

ବିରାଟ ଲୀଳାକ୍ଷେତ୍ରରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ 

ବାରିପଦା – ତା ୧୨/୦୯ ; କପ୍ତିପଦା ବ୍ଲକ ଅନ୍ତର୍ଗତ ବିରାଟ ଲୀଳାକ୍ଷେତ୍ର, ନୁଦଡ଼ିହାଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପର୍ବ ପାଳିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବର୍ଷର ବିଭିନ୍ନ ସମୟରେ ପାଳିତ ପର୍ବମାନଙ୍କ ମଧ୍ୟରୁ ଭାଦ୍ରବ ମାସ ଅମାବାସ୍ୟା ତିଥିରେ ପାଳିତ “ସପ୍ତପୁରୀ ଅମାବାସ୍ୟା ପର୍ବ” ଅନ୍ୟତମ । ଏଥିନିମନ୍ତେ ଭାଦ୍ରବ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଜଗନ୍ନାଥ ମନ୍ଦିରର ପୂଜାପଣ୍ଡା ତିନି ଆଜ୍ଞାମାଳ ନେଇ ମା’ ଚଣ୍ଡିଙ୍କ ଘଂଟ, ଘଂଟା, ଭେରୀ, ତୁରୀ ଓ ସଂକୀର୍ତନମଣ୍ଡଳୀଙ୍କ ଗହଣରେ ଯାତ୍ରା କରିଥିଲେ । ମା’ ଚଣ୍ଡୀଙ୍କ ପୀଠରୁ ଆଜ୍ଞାମାଳ ନେଇ ଶ୍ରୀ ମନ୍ଦିରକୁ ସିଂହଦ୍ୱାରମଧ୍ୟ ଦେଇ ପ୍ରବେଶ କରି ମା’ଙ୍କ ଆଜ୍ଞାମାଳ ସହିତ ଅମୁଣିଆ ତାଡ଼କୁ ନେଇ ଜଗନ୍ନାଥ ମନ୍ଦିରର କୂର୍ମ ବେଢ଼ାରେ ସାତଥର ପରିକ୍ରମା କରିଥିଲେ । ଏହାପରେ ରୋଷଘରେ ପ୍ରବେଶ କରି ରୋଷଘରର ଦେବୀ ମା’ ଦକ୍ଷିଣକାଳୀଙ୍କ ନିକଟରେ ସମର୍ପଣ କରିଥିଲେ । ଆମାବାସ୍ୟା ତିଥିରେ ମହାପ୍ରଭୁଙ୍କ ସମସ୍ତ ରିତିନୀତି ଯଥାଯଥ ଭାବରେ ପାଳନ କରାଯାଇ ସନ୍ଧ୍ୟା ଧୂପ ପରେ ଅମୁଣିଆ ତାଡ଼ରୁ ପ୍ରସ୍ତୁତ ସପ୍ତପୁରୀ ପିଠା ଶ୍ରୀଜୀଉଙ୍କ ନିକଟରେ ସମର୍ପଣ କରୁଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ସ୍ୱାଦିଷ୍ଟ ପିଷ୍ଟକ ସେବନ କରି ମହାପ୍ରଭୁଙ୍କ ସପ୍ତପୁରୀ ଅମାବାସ୍ୟାର ମହାତ୍ମ୍ୟ ଜାଣିବା ସହିତ ଅପ୍ୟାୟିତ ହୋଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସପ୍ତପୁରୀ ଅମାବାସ୍ୟା ପର୍ବ ପାଳନର ମହାତ୍ମ୍ୟ ସଂପର୍କରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ‘ଭାବବନ୍ଧନ’ ଆଧ୍ୟାତ୍ମିକ ବାର୍ଷିକ ମୁଖପତ୍ରର ମୁଖ୍ୟ ସଂପାଦକ ପ୍ରାକ୍ତନ ପ୍ରାଧ୍ୟାପକ ଭୋଳାନାଥ ସାହୁ ଉପସ୍ଥାପନ କରିଥିଲେ । ଏଥିରେ ମନ୍ଦିର ଟ୍ରଷ୍ଟର ସଭାପତି ସର୍ବେଶ୍ୱର ରାଉତ, ଉପଦେଷ୍ଠା ସୁଧାଂଶୁ କୁମାର ଦାଶ, ସହସଂପାଦକ ରବିନାରାୟଣ ନାୟକ , ସୁଦର୍ଶନ ରାଉତ, ବିଦ୍ୟାଧର ସାହୁ ,ରଘୁନାଥ ନାୟକ, ପ୍ରାର୍ଥନା ନାୟକ ଉର୍ମିଳା ନାୟକ ଓ ଅନ୍ୟସମସ୍ତଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ପର୍ବ ପାଳନ ମାଧ୍ୟମରେ ଜନଜୀବନକୁ ଆଧ୍ୟାତ୍ମିକତା ଆଡ଼କୁ ଆକର୍ଷଣ କରିବା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଆଭିମୁଖ୍ୟ ଚରିତାର୍ଥ ହେଉ ।

 ବିଧାୟକଙ୍କ ନିର୍ଦ୍ଦେଶ ; ପଂଚାୟତ ନିର୍ବାଚନ ପୂର୍ବରୁ ଉନ୍ନୟନ ମୂଳକ କାର୍ଯ୍ୟକୁ ଶେଷ କର

ରାଇରଙ୍ଗପୁର- ତା ୧୨/୦୯ ; ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସନ୍ଧାନଗୃହ ପରିସରରେ ଚଳିତ ସେପ୍ଟେମ୍ବର ୮ ତାରିଖ ମଙ୍ଗଳବାର ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମୟୂରଭଂଜ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, କପ୍ତିପଦା ଉପଜିଲ୍ଲାପାଳ ପ୍ରଣୟ ରଂଜନ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ ପ୍ରମୁଖଙ୍କ ସମେତ କପ୍ତିପଦା ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ତଥା ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଚାଲୁରହିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ଆସନ୍ତା ପଂଚାୟତ ନିର୍ବାଚନ ପୁର୍ବରୁ ଶେଷ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମିଣ ସଭା ଓ ସାଂସ୍କୃତି କାର୍ଯ୍ୟକ୍ରମ ପାଇଁ ଭବନ ନିର୍ମାଣ, ଗୋଦାବରିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ, ଦେବକୁଣ୍ଡ ବିକାଶ କାର୍ଯ୍ୟ, ବନ୍ଦଥିବା ଖାଦାନ ଗୁଡ଼ିକୁ ଚାଲୁ କରିବା ଇତ୍ୟାଦି ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିବା ଜଣାଯାଇଛି । ସେହିପରି ଖଡ଼ିଆ, ମାଙ୍କିଡ଼ିଆ ଓ ଲୋଧା ଜନଜାତିର ଲୋକେ ଯେଉଁ ସବୁ ଅଂଚଳରେ ବସବାସ କରୁଛନ୍ତି ସେଠାରେ ସ୍ୱତନ୍ତ୍ର ସଭା କରି ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ଅଧିକାରୀ ମାନଙ୍କୁ କୁହାଯାଇଛି । ମତ୍ସ୍ୟ, କୃଷି, ଜଙ୍ଗଲ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ତାଙ୍କର ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ ଓ ସମ୍ପୁର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ଧର୍ମଗଡ଼ ରେ ସ୍ୱତନ୍ତ୍ର ଶ୍ରମିକ କଲ୍ୟାଣ ଶିବିର ଅନୁଷ୍ଠିତ। ୭୬୨ ଜଣ ହିତାଧିକାରୀଙ୍କୁ ୬.୬ କୋଟି ଟଙ୍କାର ଆର୍ଥିକ ସହାୟତା….

Sunil Chandra Nayak

ଅମିତ ପାଇଲେ ଓ ଏ ଏସ, ଖୁସିରେ ଗ୍ରାମବାସୀ କଲେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!