ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର ଆୟୋଜିତ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର ଆୟୋଜିତ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ପଂଚାୟତର ସି ବ୍ଲକ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏକ ଅଭିଯୋଗ ଶୁଣାଣି ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସ୍ୱୟଂ ବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ରହି ଲୋକଙ୍କର ପ୍ରାୟ ୮୫ଟି ଅଭିଯୋଗର ଶୁଣାଣି କରିଥିଲେ । ଆଜି ଦ୍ଵିତୀୟ ଶନିବାର ସରକାରୀ ଛୁଟିଦିବସ ଥିବା ସତ୍ତ୍ୱେ ଲାଠିକଟା ବିଡିଓ ମାନସ ରଞ୍ଜନ ସାହୁଙ୍କ ସମେତ ଆର ଡ଼ବ୍ଲ୍ୟୁ ଏସ ଏସ, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ବିଭାଗ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ସହିତ ସେହିଠାରେ ହିଁ ଏହାର ସମାଧାନ ମଧ୍ୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ କି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟାକୁ ଶୁଣି ଉକ୍ତ ସମସ୍ୟାର ତୁରନ୍ତ ସମାଧାନ କରିବା ଉଦ୍ଦେଶ୍ୟ ନେଇ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ବିଧାୟକ ଶ୍ରୀ ତନ୍ତୀଙ୍କ ପରାମର୍ଶ କ୍ରମେ ଏଭଳି ଶିବିରର ଆୟୋଜନ କରାଯାଉଛି । ଏହିକ୍ରମରେ ଆଜି ଜଲଦା ପଞ୍ଚାୟତରେ ୫ମ ଶିବିର ଆୟୋଜନ କରାଯାଇଛି । ଏହା ପୂର୍ବରୁ ରାମଯୋଡି, ଲାଠିକଟା, ସୁଇଡ଼ିହି, ମୁଣ୍ଡାଜୋର ଆଦି ଗ୍ରାମ ପଞ୍ଚାୟତରେ ଏଭଳି ଅଭିଯୋଗ ଶୁଣାଣି ଶିବିର ମାନ ଆୟୋଜନ ହୋଇସାରିଛି । ଏଭଳି ଅଭିଯୋଗ ଶୁଣାଣି ଶିବିର ପ୍ରଥମଥର ପାଇଁ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଇଥିବାରୁ ଏବଂ ଶିବିରରେ ହିଁ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇ ଯାଉଥିବାରୁ ଶିବିର ନିୟମିତ ଆୟୋଜନ କରାଯାଉ ବୋଲି ଅଂଚଳବାସୀମାନେ ବିଧାୟକ ଶ୍ରୀ ତନ୍ତୀଙ୍କ ନିଜଟରେ ଦାବି ଉପସ୍ଥାପନ କରିବା ସହିତ ଏଭଳି ଆୟୋଜନ ପାଇଁ ସେମାନେ ବିଧାୟକଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଛାତ୍ର ଛାତ୍ରୀଙ୍କ ମନ ମହୁଛି ଦିବ୍ୟାଙ୍ଗ ଶିକ୍ଷକଙ୍କ ଡ୍ରିଲ କ୍ଲାସ୍ 

masiha

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

masiha

କାଳଜୟୀ କଥାଶିଳ୍ପୀ ଗୋପୀନାଥ ମହାନ୍ତି ଙ୍କ ଜୟନ୍ତୀ ପାଳିତ 

masiha

Leave a Comment

error: Content is protected !!