ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଠାରେ ବ୍ଲକ ସ୍ତରୀୟ ସାମାଜିକ ଜନଶୁଣାଣି ଶିବିର ଅନୁଷ୍ଠିତ

ବିଜାତଳା ଠାରେ ବ୍ଲକ ସ୍ତରୀୟ ସାମାଜିକ ଜନଶୁଣାଣି ଶିବିର ଅନୁଷ୍ଠିତ

ରାଇରଙ୍ଗପୁର ( ଅକ୍ଷୟ ବିଶ୍ବାଳ)- ୧୨/୦୯  ମୟୁରଭଞ୍ଜ ଜିଲ୍ଲା ବିଜାତଳା ପଂଚାୟତ ସଭାଗୃହ ଠାରେ ବିଡ଼ିଓ ବଂଶୀଧର ଖୋସଲାଙ୍କ ନେତୃତ୍ୱରେ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଥିଲା।ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଖଣ୍ଡର ଉପଜିଲ୍ଲାପାଳଙ୍କ ସହିତ ବିଜାତଳା ବ୍ଲକର ସହକାରୀ ଯନ୍ତ୍ରୀ ଓ ସାମାଜିକ ସମୀକ୍ଷକ ଯୋଗ ଦେଇ ଥିଲେ।ପଂଚାୟତ କାର୍ଯକାରିଣୀ ସଦସ୍ୟ/ସଦସ୍ୟା ଏବଂ ବନ ବିଭାଗ ବ୍ୟତୀତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଗାଁସାଥୀ(ମେଟ)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ସଭାପତି ଆନ୍ତା ମୁର୍ମୁ, ଉପସଭାପତି ରାମଜିତ ହେମ୍ରମ, ପାର୍ବତୀ ଟୁଡୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରି ଥିଲେ।ମାସିକ ୧୫ ହଜାରରୁ ଉର୍ଦ୍ଧ ପ୍ରୋତ୍ସାହନ ରାଶି,ଫାଙ୍କା ଥିବା ଜି ଆର ଏସ ପଦବୀରେ ଯୋଗ୍ୟ ଗାଁସାଥୀଙ୍କୁ ସଂରକ୍ଷଣ ଭିତିରେ ମୁତୟନ, ଜବ କାର୍ଡଧାରୀ ମାନଙ୍କୁ ସେମାନଙ୍କ ଡିମାଣ୍ଡ ଆଧାରରେ ବର୍ଷକୁ ୩୦୦ ଦିନର କାମ, ଗାଁସାଥୀଙ୍କ ସଠିକ ଡାଟା ବେସକୁ ରାଜ୍ୟକୁ ପଠାଇବା, ଚିଠି ଅନୁଯାୟୀ ଗାଁସାଥୀଙ୍କୁ ସମସ୍ତ ଜିଓ ଟ୍ୟାଗ କାର୍ଯ୍ୟରେ ଲଗାଇବା, ଗାଁସାଥୀ(ମେଟ)ଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା, ପୂର୍ବପରି ଭି ଭି ରାମଜୀ ଯୋଜନାରେ ଗାଁସାଥୀ(ମେଟ)ଙ୍କ ନାମରେ କାର୍ଯ୍ୟଦେଶ ପ୍ରଦାନ ଆଦି ଦାବି କରାଯାଇଛି।

Related posts

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

କ୍ଷେତ ଓ ଗ୍ରାମୀଣ ଶ୍ରମିକ ୟୁନିୟନ ଏକାଦଶ ରାଜ୍ୟ ସମ୍ମିଳନୀ ଉପଲକ୍ଷେ ଖାଦ୍ୟ, କାମ, ବାସଗୃହ ଓ ସାମାଜିକ ନିରାପତ୍ତା ଦାବିରେ ଲାଲ୍ ପଟୁଆର

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!