ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ଦୁର୍ଘଟଣା ରେ ଛଅ ବର୍ଷର ବାଳିକା ମୃତ , କ୍ଷତି ପୂରଣ ପରେ ହଟିଲା ରାସ୍ତା ଅବରୋଧ 

ବସ ଦୁର୍ଘଟଣା ରେ ଛଅ ବର୍ଷର ବାଳିକା ମୃତ , କ୍ଷତି ପୂରଣ ପରେ ହଟିଲା ରାସ୍ତା ଅବରୋଧ 

ଆସିକା, ୧୩/୯/୨୬(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଓ ଧରାକୋଟ ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ର ଢଉପଦା ଗ୍ରାମ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ 6 ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲେ ଢଉପଦା ଗ୍ରାମର କୃଷ୍ଣ ନାୟକଙ୍କ 6 ବର୍ଷର ଝିଅ କଳ୍ପନା ନାୟକ ବୋଲି ଜଣାପଡ଼ିଛି । ଶେରଗଡ ବଡ଼ଗଡ଼ ରାଜ୍ଯ ରାଜପଥ ର ଢଉପଦା ଗ୍ରାମ ହରିଜନ ସାହି ନିକଟରେ ରବିବାର ସକାଳ ଦଶ ଘଣ୍ଟ ସମୟରେ କଳ୍ପନା ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିଲା ବେଳେ ଅଚାନକ ବ୍ରହ୍ମପୁର ରୁ ଶେରଗଡ,ବଡ଼ଗଡ଼,ସୋରଡା ଦେଇ ବାଲିଗୁଡ଼ା ଯାଉଥିବା ଏକ ଘରୋଇ ବସ ବାହୁବଳୀ ଦ୍ରୁତ ଗତିରେ ଆସି ନାବାଳିକା ଜଣକ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବସଟି ଦୁର୍ଘଟଣା ଘଟାଇ ଚାଲିଯିବା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ଲୋକଙ୍କ ନିରାପତ୍ତା ଓ ଉପଯୁକ୍ତ କ୍ଷତି ପୂରଣ ପାଇଁ ଶେରଗଡ ବଡ଼ଗଡ଼ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ପ୍ରଧାନ,ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ, ଆସିକା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ,ବଡ଼ଗଡ଼ ଥାନା ଏ ଏସ ଆଇ ରଜେଶ୍ୱର ମଲିକ ଓ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ସହ ରେଡକ୍ରସ ପାଣ୍ଠିରୁ ତହସିଲଦାର ତିରିଶି ହଜାର ଟଙ୍କାର ସହାୟତା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ବଡ଼ଗଡ଼ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଗାଡିକୁ ଜବତ କରିଥିବା ଜଣାପଡିଛି।

Related posts

ଗୋରୁମାହିଷାଣୀ–ବାଙ୍ଗିରିପୋଷୀ ରେଳଲାଇନ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ଦାବି ବାକି ରହିଥିବା-୩ଟି ରାଜସ୍ୱ ଗ୍ରାମର ପ୍ରସ୍ତାବ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି

Sunil Chandra Nayak

ସଦର ମାଟିରେ ସଂଗ୍ରାମୀ ବଂଶୀଧର ଦାସଙ୍କ ସ୍ମୃତି ଚାରଣ 

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ

Leave a Comment

error: Content is protected !!