ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ୍ ତଥା ଆଦର୍ଶ ନାରୀ ପ୍ରତିଭା ସଂଯୁକ୍ତା ଦେବୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ବହୁବିଧ ସେବା କାର୍ଯ୍ୟ ସହ “ସମ୍ପୂର୍ଣ୍ଣ । ଖବର କାଗଜ ଲୋକାର୍ପିତ 

ମହାନ୍ ତଥା ଆଦର୍ଶ ନାରୀ ପ୍ରତିଭା ସଂଯୁକ୍ତା ଦେବୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ବହୁବିଧ ସେବା କାର୍ଯ୍ୟ ସହ “ସମ୍ପୂର୍ଣ୍ଣ । ଖବର କାଗଜ ଲୋକାର୍ପିତ 

କଟକ : କିଶନନଗର ଥାନା ସାଲେପୁର ନିର୍ବାଚନ ମଣ୍ଡଳୀ ୪୬ ନମ୍ବର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ରାଉତଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସେବାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୨୧ ୟୁନିଟ୍ ରକ୍ତ ସଂଗୃହୀତ ହେବା ପରେ ଲୋକମାନଙ୍କୁ ଚାରାଗଛ ବଣ୍ଟନ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା। “ସମ୍ପୂର୍ଣ୍ଣl” ନାମରେ ଏକ ପତ୍ରିକା ଉନ୍ମୋଚନ ହୋଇ ଥିଲା l ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ନାଟକ “ମା” ପରିବେଷଣ କରାଯାଇଥିଲା । ଏଭଳି ଭାବେ ସେବା,ସମ୍ମାନ,ଶିକ୍ଷାବିତଙ୍କୁ ସମ୍ବର୍ଧନା,ପରିବେଶ ସୁରକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଆର ଢ଼ଙ୍ଗରେ ସଂଯୁକ୍ତା ରାଉତଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଟାଉନ ଥାନା:ପିକ୍ ଅପ୍- ବାଇକ ଧକ୍କା,ଦୁଇ ମୃତ

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ବୈଠକ ଅନୁଷ୍ଠିତ 

masiha

ସରସ୍ବତୀ ଶିଶୁ ମନ୍ଦିର ଜାମଦାରେ ଅଷ୍ଟବିଂଶତି ବାର୍ଷିକ ଉତ୍ସବ ଓ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!