ଚଳିତ ବର୍ଷ ଅକ୍ଷିତ ଅନୁପମଙ୍କୁ ପ୍ରଫେସର ଡ ରମେଶ ଚନ୍ଦ୍ର ବେହେରା ସ୍ମୃତି ସମ୍ମାନ
ରାଉରକେଲା: ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଏନଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟି ର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୮ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟି ର
ଏମଟେକ ଟପ୍ପର କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟି ର ସମାବର୍ତ୍ତନ ଉତ୍ସବରେ ରେ ପ୍ରଦାନ କରା ଯାଇଆସୁଛି । ଚଳିତ ବର୍ଷ ର ୨୪ତମ ସମାବର୍ତ୍ତନ ଉତ୍ସବରେ ଏନଆଇଟି ର ଅକ୍ଷିତ ଅନୁପମ ଏକ୍କା ଟପ୍ପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି। ଏହା ସହିତ ସବିତାରାଣୀ ଓ ସହପାଠୀଙ୍କ ତରଫରୁ ଶ୍ରୀ ଏକ୍କା ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

