ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା -୨୦୨୬ ମହାସମାରୋହରେ ପାଳିତ
ଢେଙ୍କାନାଳ : ତା.୧୪.୦୯.୨୦୨୬ ରିଖ : (ମ ନି ସ ) ଶତାୟୁ, ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା -୨୦୨୬ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁସାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନ,ନିର୍ଦ୍ଦେଶ ଓ ଉପସ୍ଥିତିରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସମୀର କୁମାର ପରିଡ଼ା,ଆଲୁମିନି ଆସୋସିଏସନ୍ ର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ମନୋନୀତ ପ୍ରତିନିଧି ତଥା ଏସ୍ ଏମ୍ ସି ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ଓ ପୂଜକ ଭାବରେ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀଙ୍କ ପରିଚାଳନାରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ମହାବିଘ୍ନ ବିନାଶନ ଗଜାନନଙ୍କୁ ଯଥାବିଧି ହୋମଯଜ୍ଞ,ସୁଗନ୍ଧ ପୁଷ୍ପ,ଧୂପ,ଦୀପ,ଆଳତୀ, ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ଏବଂ ଡ.ଅନୁପମା ମିଶ୍ରଙ୍କ ନେତୃତ୍ୱରେ ଗଣେଶଙ୍କ ଶ୍ଲୋକାବୃତି ସହିତ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।ଛାତ୍ରୀ,ଛାତ୍ରମାନେ ଅନେକ ପ୍ରକାର ସୁଗନ୍ଧିତ ପୁଷ୍ପ ଓ ପୁଷ୍ପ ହାର,ନଡ଼ିଆ,କଦଳୀ,ଉଖୁଡା ଓ ରାଶିଲଡୁ ଆଦି ଗଣେଶ ମହାପ୍ରଭୁଙ୍କ ପ୍ରିୟ ନୈବେଦ୍ୟ ସବୁ ଆଣି ସଭକ୍ତିରେ ପ୍ରଦାନ କରିଥିଲେ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ),ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସମୀର କୁମାର ପରିଡ଼ା,ଅନ୍ୟତମ ସଦସ୍ୟ ପ୍ରାକ୍ତନ ଶିକ୍ଷକ ଡ଼ା.ଦେଵୀ ପ୍ରସାଦ ମିଶ୍ର,ପ୍ରାକ୍ତନ ଶିକ୍ଷକ ସୁରେଶ କୁମାର ପଣ୍ଡା,ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସଭାପତି,ଉପସଭାପତି ଓ ସମସ୍ତ ସଭ୍ୟା,ସଭ୍ୟମାନଙ୍କ ମିଳିତ ଉପସ୍ଥିତି ଓ ସହଯୋଗରେ ଏହି ବିଦ୍ୟାଦାତା,ସିଦ୍ଧିଦାତା, ଲମ୍ବୋଦର,ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ସମେତ ବହୁ ପୂରାତନ ଛାତ୍ରୀ,ଛାତ୍ର,ବର୍ତ୍ତମାନର ୬୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ,ଛାତ୍ର,ସେମାନଙ୍କର ପିତା ମାତା,ଅଭିଭାବିକା, ଅଭିଭାବକ ମଧ୍ୟ ଯୋଗଦାନ କରି ଗଣେଶ ପୂଜାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କିରଣମୟୀ ମହାଳିକ,ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ଅନିତା ସାହୁ,ସ୍ମିତା ପଟ୍ଟନାୟକ, ଶୁଭସୁନ୍ଦର ବେହେରା,ରାକେଶ କୁମାର ସାହୁ,ଅପରାଜିତା ସାମଲ,ରାଜଶ୍ରୀ ପାତ୍ର,ସୁଚିସ୍ମିତା ମହାନ୍ତି,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ୍ କୁମାର ବାରିକ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଥିଲେ।ପରିଶେଷରେ ସମସ୍ତେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପ୍ରସାଦ ସେବନ କରିଥିଲେ।
ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

