ଆଇନ ମହାବିଦ୍ୟାଳୟରେ ଶ୍ରୀଗଣେଶ ପୂଜା
ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ କର୍ତ୍ତା ଭାବେ ଅନିରୁଦ୍ଧ ଶତପଥୀ ଦାୟିତ୍ଵ ତୁଲାଇଥିଲେ। ପୂର୍ବାହ୍ନ ୧୦ ଘଟିକା ସମୟରେ ପୂଜାରମ୍ଭ ହୋଇ ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ ଥିଲାବେଳେ ସର୍ବଶ୍ରୀ ଅଧ୍ୟାପକ ଡ ଦିବ୍ୟେନ୍ଦୁ ପଣ୍ଡା, ମନୋରଞ୍ଜନ ମହାନ୍ତି, ଅଧ୍ୟାପକ ଏସ କେ ବିଶି,ଛବି ମହାନ୍ତି, ଅମିତା ଜେନା, ଅକ୍ଷୟ ଦାଶ,ଏ ସାହୁ,ଆଲୁମନୀ ସଭାପତି ଡ ସୁମନ ଦତ୍ତ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ନନ୍ଦକିଶୋର ମହନ୍ତ,ହୃଦୟରଞ୍ଜନ ମହାନ୍ତି, ଦେବାଶିଷ ବେହେରା ପ୍ରମୁଖ ତଥା ଛାତ୍ରଛାତ୍ରୀ ସର୍ବଶ୍ରୀ ଅସୀତ କୁମାର ବେହେରା,ଅଳକାରାଣୀ ମହନ୍ତ, ରୋହିତ କୁମାର,ମହେଶ ଚୈ।ଧୁରୀ, ସତ୍ୟଜିତ ପାଣ୍ଡେ,ଖୁସି ଜୟସ୍ବାଲ, ରାକ୍ଷୀ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

