ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ୍ୟୁ 

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ିଯାଇ ୨ ଛାତ୍ରଙ୍କ ମୃତ୍ୟୁ 

ହିଞ୍ଜିଳିକାଟୁ, ୧୬/୯ ଗଣେଶ ମୂର୍ତ୍ତି ବିସର୍ଜନର ଉତ୍ସବରେ ହିଞ୍ଜିଳିକାଟୁ ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ସ୍ଥାନୀୟ ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବୁଡ଼ିଯାଇ ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଛାତ୍ର ଗୁରୁତର ଅବସ୍ଥାରେ ସ୍ଥାନୀୟ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେବା ସହ ସୁସ୍ଥ ଥିବା ଖବର ମିଳିଛି। ସୂଚନା ପ୍ରକାରେ, ଆଜି ସକାଳ ପ୍ରାୟ ୯ ଘଣ୍ଟ ସମୟରେ ବଇଁଞ୍ଚବଣିଆ ସ୍ଥିତ ସାହିରେ ଏକ ଘରୋଇ ଟିଉସନ ଛାତ୍ରମାନେ ଘୋଡ଼ାହାଡ଼ ନଦୀକୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ଏହି ସମୟରେ ଦୁଇ ଛାତ୍ର ଅସାବଧାନତା ବଶତଃ ପାଦ ଖସିଯିବାରୁ ନଦୀର ଗଭୀର ଗଣ୍ଡ ପାଣିରେ ବୁଡ଼ି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇ ଛାତ୍ର ଚେଷ୍ଟା କରି ବୁଡିଯାଉଥିବା ବେଳେ,ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ବୁଡି ଯାଉଥିବା ଛାତ୍ରଦ୍ବୟ ଉଦ୍ଧାର କରିଥିଲେ। ଅନ୍ୟ ଦୁଇ ଛାତ୍ରଙ୍କୁ ଉଦ୍ଧାର ସହ ହିଞ୍ଜିଳିକାଟୁ ଉପଖଣ୍ଡ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଛାତ୍ରଦ୍ୱୟ ହେଲେ ପ୍ରୀତମ ସୀମେଲି ଓ ଆଦର୍ଶ ସାହୁ । ଉଭୟଙ୍କ ବୟସ ପ୍ରାୟ ୧୪ ବର୍ଷ ହୋଇଥିବା ବେଳେ, ଉଭୟେ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

ସୂଚନା ଥାଉ କି, ପ୍ରୀତମ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ, ହିଞ୍ଜିଳିକାଟୁରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିବା ବେଳେ ଅନ୍ୟ ଛାତ୍ର ଆଦର୍ଶ ସାହୁ ହିଞ୍ଜିଳିକାଟୁ ବଇଁଞ୍ଚବଣିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ନଦୀକୂଳରେ ଲୋକଙ୍କ ଭିଡ଼ଥିବା ଦେଖିବାକୁ ମିଳିଛି । ଉକ୍ତ ଘଟଣାକୁ କେନ୍ଦ୍ରକରି ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି । ଅପର ପକ୍ଷରେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅପମୃତ କେସ ନମ୍ବର ୨୧/୨୬ ଏବଂ କେସ ନଂ ୨୨/୨୬ – ସହ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡ଼ିକାଲକୁ ପଠାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related posts

ନୂଆ ଓଡିଆ ଖେଳ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

ଧର୍ମପରାୟଣ ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ପରଲୋକ

masiha

Leave a Comment

error: Content is protected !!