ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିନା ସୂଚନା ଫଳକରେ ଥୁଆମୁଳ ରାମପୁର ଠାରୁ ଗୁଣପୁରକୁ ସଂଯୋଗ ରାସ୍ତା ନିର୍ମାଣରେ ଅନିୟମିତତା , ରାସ୍ତାର ସ୍ଥାୟୀତ୍ବକୁ ନେଇ ସନ୍ଦେହ ଘେରରେ ଅଞ୍ଚଳବାସୀ, ୨-ଥୁଆମୁଳ ରାମପୁର ବ୍ଳକ କଂଗ୍ରେସ ପାର୍ଟି ପକ୍ଷରୁ ଏକ କାର୍ଯ୍ଯକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଆୟୋଜିତ

ବିନା ସୂଚନା ଫଳକରେ ଥୁଆମୁଳ ରାମପୁର ଠାରୁ ଗୁଣପୁରକୁ ସଂଯୋଗ ରାସ୍ତା ନିର୍ମାଣରେ ଅନିୟମିତତା , ରାସ୍ତାର ସ୍ଥାୟୀତ୍ବକୁ ନେଇ ସନ୍ଦେହ ଘେରରେ ଅଞ୍ଚଳବାସୀ,

ଥୁଆମୁଳ ରାମପୁର:୧୬/୦୯ – (ମନିସ) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି, ହେଲେ କିଛି ସ୍ଥାନରେ ଏହାର ବ୍ଯତିକ୍ରମ ଦେଖାଦେଉଛି। ସରକାରଙ୍କ ନିୟମ କାନୁନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରାଯାଉଛି। ଯେକୌଣସି ଉନ୍ନୟନ ମୂଳକ ପ୍ରକଳ୍ପ ଆରମ୍ଭରୁ ହିଁ ସୂଚନା ଫଳକ ଲଗାଇ କାର୍ଯ୍ୟ ଆରମ୍ଭ କରିବା ବଦଳରେ ବିନା ସୂଚନା ଫଳକରେ କାର୍ଯ୍ୟ ଶେଷ କରାଯାଉଛି। ଏପରିସ୍ଥିତରେ ଲୋକମାନେ ପ୍ରତ୍ୟେକ କାର୍ଯ୍ୟର ସଠିକ ସୂଚନା ପାଇବା ବଦଳରେ ଲୋକମାନେ କିଛି ସୂଚନା ନପାଇ ସନ୍ଦେହ ଘେରରେ ରହିବା ଘଟଣା କେତେ ଦୂରଯୁକ୍ତିଯକ୍ତ। ଏଭଳି ଅନେକ କାର୍ଯ୍ୟ ହେଉଛି ହେଲେ କାର୍ଯ୍ୟ ଉପରେ କୌଣସି ଅଧିକାରୀ ଗୁରୁତ୍ୱ ନଦେବା ଘଟଣା ବର୍ତ୍ତମାନ ଉଦବେଗ ପ୍ରକାଶ ପାଉଛି। ଏଭଳି ବିନା ସୂଚନା ଫଳକରେ ଚାଲିଥିବା ରାସ୍ତାଟି ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ମୁଖ୍ଯାଳୟ ଠାରୁ ଗୁଣପୁରକୁ ସଂଯୋଗ କରୁଥିବା ରାସ୍ତା ଜିଲ୍ଲା ପିଡବ୍ଲୁଡି ଅଧିନରେ ନିର୍ମାଣ ଚାଲିଛି ବୋଲି ସୂଚନା ରହିଥିଲେ ମଧ୍ୟ ଆହୁରି ଅନେକ ସୂଚନା ଲୁକ୍କାୟିତ ଭାବରେ ରହିଛି, ରାସ୍ତା ନିର୍ମାଣରେ କୌଣସି ସୂଚନା ନାହିଁ ଯାହାଫଳରେ ଲୋକମାନେ ଏହି ରାସ୍ତାର ନିର୍ମାଣରେ କଣ ଚାଲି କିଭଳି ଚାଲିଛି, ଅଟକଳ ବ୍ଯୟବରାଦ କେତେ, କେତେ ପରିମାଣ ମାଟିଗୋଡି, ବାଲି, ସିମେଣ୍ଟ ଓ ପିଚୁ ଢଳେଇ ଚାଲିଛି ଏହା ଲୋକମାନେ ଅବଗତ ନୁହଁନ୍ତି। ଏହାଛଡା ରାସ୍ତାରେ ପୁରୁଣା ପୋଲ ଗୁଡିକ ରହିଛି ନୂତନ ପୋଲ କେତୋଟି ନିର୍ମାଣ ହେଲା ଓ ପୁରୁଣା ପୋଲର କେତୋଟି ମରାମତି କରାଗଲା କିଛି ଜଣାପଡିଲା ନାହିଁ। ଏହାସହିତ ଠିକାସଂସ୍ଥାଙ୍କୁ ସମ୍ପୂର୍ଣ୍ଣ ଭାବରେ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଛି ହେଲେ ଠିକାସଂସ୍ଥା ମାନମାନୀ ରାସ୍ତା ନିର୍ମାଣ କରି ଚାଲିଛନ୍ତି ବୋଲି ଲୋକମାନେ କହୁଛନ୍ତି। କିଭଳି ମାନର ରାସ୍ତା ନିର୍ମାଣ ହେଉଛି ତାଉପରେ ପ୍ରଶାସନ ପକ୍ଷରୁ ତଦାରଖ କରୁଛନ୍ତି କି ନାହିଁ। ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀ ସବୁ ଜାଣିଶୁଣି ଚୂପ ରହୁନାହାନ୍ତି ତୋ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହା ବ୍ଯତିତ ରାସ୍ତାର ପାର୍ଶ୍ଵରେ ଡ୍ରେନର ନିର୍ମାଣ କରିବା ବ୍ଯବସ୍ଥା ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିଛି ସ୍ଥାନରେ କାଁଭାଁ ଡ୍ରେନ ନିର୍ମାଣ କରାଯାଇଛି କିନ୍ତୁ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ମାନଙ୍କରେ ଡ୍ରେନ ନିର୍ମାଣ କରାଯାଇନାହିଁ। ଖୁସ ସଦରମହୋକୁମା ଥୁଆମୁଳ ରାମପୁର ମୁଖ୍ଯାଳୟରେ ଡ୍ରେନ ନିର୍ମାଣରେ ଅବହେଳା କରାଯାଇଛି। ଯଦିଓ ମୁଖ୍ଯାଳୟରେ ଡ୍ରେନର ସୁବ୍ଯବସ୍ଥା କରାଯାଇନାହିଁ ତେବେ ଅନ୍ଯାନ୍ଯ ସ୍ଥାନରେ ଡ୍ରେନ ନିର୍ମାଣ କରାଯାଉଛି କି ନାହିଁ ଏହି ବିଷୟରେ କିଏ ପଚାରେ ବୋଲି ଆଲୋଚନା ହେଉଅଛି। ଡ୍ରେନ ନଥିବା ସ୍ଥାନରେ ଅବାଧରେ ମୁଖ୍ୟ ରାସ୍ତାକୁ ବର୍ଷା ଜଳ ଚାଲିଆସୁଛି। ତେବେ ଉକ୍ତ ରାସ୍ତା ନିର୍ମାଣର ଉଚିତ ତଦନ୍ତ ଖରାଯାଏ ତେବେ ଅସଲ ଘଟଣାର ପର୍ଦ୍ଦାଫାସ ହୋଇପାରେ। ଏପରିସ୍ଥିତରେ ରାସ୍ତାର ସ୍ଥାୟୀତ୍ବ କୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ଯଥାଶୀଘ୍ର ରାସ୍ତା ନିର୍ମାଣରେ କିଭଳି କାର୍ଯ୍ୟ କରାଯାଇଛି ତାହା ତଦନ୍ତ ସାପେକ୍ଷ।

ଥୁଆମୁଳ ରାମପୁର ବ୍ଳକ କଂଗ୍ରେସ ପାର୍ଟି ପକ୍ଷରୁ ଏକ କାର୍ଯ୍ଯକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଆୟୋଜିତ,

ଥୁଆମୁଳ ରାମପୁର:୧୭/୦୯ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ କଂଗ୍ରେସ ପାର୍ଟି ପକ୍ଷରୁ ଗତ ତା ୧୬/୦୯/୨୦୨୬ ରିଖ ବୁଧବାର ଦିନ କୋଷାବରା ଗ୍ରାମ ସ୍ଥିତ ହାଲୋ ପଏଣ୍ଟ ଠାରେ କଂଗ୍ରେସ ପାର୍ଟି ବ୍ଲକ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଶ୍ରୀ ମୁରଲୀ ଧର ନାୟକ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ଦ୍ରୌପଦୀ ମାଝୀ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉପ ସଭାପତି ଶ୍ରୀ ରାଧେକୃଷ୍ଣ ଧଙ୍ଗଡା ମାଝୀ ଓ ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ କୁଞ୍ଜ ବିହାରୀ ନାଏକ ଆୟୋଜିତ କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜୋନ ୧ ସଭାପତି ଶ୍ରୀ ଉଗ୍ରସେନ ନାଏକ, ଜୋନ ୨ ସଭାପତି ଶ୍ରୀ ତ୍ରିନାଥ ନାଏକ, ଆଇନଜୀବୀ ଶ୍ରୀ ମନୋରଞ୍ଜନ ନାଏକ, ବ୍ଲକ ଯୁବ ସଭାପତି ଶ୍ରୀ ରୁକ୍ତା ମାଝୀ, ସାଧାରଣ ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ନାଏକ, ଏସସି ସେଲ ସଭାପତି ଅଗ୍ନି ନାଏକ, ଓବିସି ସେଲ ସଭାପତି ଅମିନ୍ଦ୍ର ନାୟକ, ସେବା ଦଳ ସଭାପତି ହେମନ୍ତ ନାଏକ, ବ୍ଲକ ମହିଳା କଂଗ୍ରେସ ସଭାପତି ରାଜ କୁମାରୀ ଧଙ୍ଗଡା ମାଝୀ, ନିଧନ ନାଏକ, ପ୍ରଧାନୀ ନାଏକ, ଏସଟି ସେଲ ସଭାପତି ତଲସିଂ ମାଝୀ, ସମେତ୍ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସଭାପତି ତଥା ବରିଷ୍ଠ କର୍ମକର୍ତ୍ତା ତଥା ଶତାଧିକ କଂଗ୍ରେସ ନେତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ତଲଝାପି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ବିଜେଡି ଓ ବିଜେପି ବ୍ଳକ କଂଗ୍ରେସରେ ତଲଝାପି ଗ୍ରାମପଞ୍ଚାୟତର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ୨୦ ରୁ ଉର୍ଦ୍ଧ୍ବ ବ୍ଯକ୍ତି କଂଗ୍ରେସରେ ସାମିଲ ହୋଇଥିଲେ। ଏନେଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ବ୍ଳକ କଂଗ୍ରେସ ପକ୍ଷରୁ ସମସ୍ତ କର୍ମକର୍ତ୍ତା ଧନ୍ୟବାଦ ଅର୍ପଣ କରିଥିବା ଜଣାପଡ଼ିଛି। ତେବେ ଏଥିରେ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା।

ଥୁଆମୁଳ ରାମପୁର ବ୍ଲକ ରୁ ବଲଭଦ୍ର ବାଗ 

Related posts

ବୌଦ୍ଧ ସହରର ମନ୍ଦିର ଗୁଡିକ ସହିତ ବୁଦ୍ଧ କୀର୍ତ୍ତିରାଜ ବିକାଶ ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ

Sunil Chandra Nayak

ଭଗିଚକୁରାଇ ହରପାର୍ବତୀ ଯୁବକ ସଂଘ ର ଗଣେଷ ପୂଜା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

୧- ନୀରବି ଯାଉଛି ମଣିଷ,କେହି କାହା ସହିତ କଥା ହେବାକୁ ପସନ୍ଦ କରୁନାହାନ୍ତି… ଜୀବନରୁ ହଜି ଯାଉଛନ୍ତି ଶବ୍ଦମାନେ ,୨- ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ , ୩- ରୁଙ୍ଗଟା ମାଇନ୍ସରୁ ୪୦ଲକ୍ଷ ପିଗ-ଆଇରନ ଚୋରି କମ୍ପାନୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ , ୪-ଖଟ ଯୋଗେ ବୋହା ହେଲା ମୃତ ଶବ ସଡ଼କ ଦୁର୍ଘଟଣାରେ ଦୁଇ ଭାଈ ମୃତ, ୫- ଇଣ୍ଡିଆନ୍ ପଟାସ୍ ଲିମିଟେଡ ସୁଗାର ୟୁନିଟି ମଜଦୂର ସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା , ୬- ବାଇକ ମୁହଁl ମୁହିଁ ଧକାରେ ଏକ ମୂତ ଏକ ଗୁରୁତର, ୭- ପୋଖରୀ ରେ ବୁଡି ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!