ଉତ୍ତର ବାଲେଶ୍ୱର ଅଞ୍ଚଳର ବିଶିଷ୍ଟ ଗହଣା ବ୍ୟବସାୟୀଙ୍କ ପରଲୋକ
ଜଳେଶ୍ଵର,୧୭/୯(ମନିସ)-ସମଗ୍ର ଉତ୍ତର ବାଲେଶ୍ୱର ଅଞ୍ଚଳର ବିଶିଷ୍ଟ ଗହଣା ବ୍ୟବସାୟୀ ତଥା ଲକ୍ଷ୍ମୀକାନ୍ତ ଜୁୟାଲର୍ସର ପ୍ରତିଷ୍ଠାତା ରାମ ଶଙ୍କର ରଣାଙ୍କ ଗତ ୧୩ ତାରିଖ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୭ ବର୍ଷ ହୋଇଥିଲା।ନାମ୍ପୋ ଗ୍ରାମର ସ୍ବର୍ଗତ ଲକ୍ଷ୍ମୀକାନ୍ତ ରଣା ଓ କରୁଣାମୟୀ ରଣାଙ୍କ ମଧ୍ୟମ ପୁତ୍ର ରାମ ଶଙ୍କର ନିଜ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୮୬ ମସିହାରେ ଡାକ୍ତରଖାନା ବଜାର ନିକଟରେ ଏକ ଗହଣା ଦୋକାନ ଖୋଲିଥିଲେ। ଦୀର୍ଘ୍ ୪୦ ବର୍ଷ ଧରି ମୃତ୍ୟୁ ଶେଷ ପର୍ଯ୍ୟନ୍ତ ସେହି ଦୋକାନ ମାଧ୍ୟମରେ ସେ ନିଜର ଗ୍ରାହକ ସେବା ଜାରି ରଖିଥିଲେ।ତାଙ୍କର ପାର୍ଥିବ ଶରୀରକୁ ନିଜ ଜନ୍ମ ମାଟି ନାମ୍ପୋକୁ ଗଣେଶ ପୂଜା ଦିନ ଅଣାଯାଇଥିଲା।ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଅବସରପ୍ରାପ୍ତ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ଦାସ,ଅବସରପ୍ରାପ୍ତ ସାମରିକ ଅଧିକାରୀ ଅଶୋକ କୁମାର କାମି,ସୁକାନ୍ତି କାମିଲା,ବିଜୟ କୁମାର ରଣା,ଗ୍ରାମ ମୁଖ୍ୟ ଚନ୍ଦ୍ର ଶେଖର ଚନ୍ଦ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ଦତ୍ତ,ସମାଜସେବୀ ସୁମତି ରାଣୀ ଦେ,ଅରୁଣ କୁମାର ରାଉଳ,ସୁଧୀର ଜେନା,ଭାଗବତ୍ ଚନ୍ଦ୍ର ମହାନ୍ତି, ବାଞ୍ଛାନିଧି ଶୁର, ହେମେନ୍ଦ୍ର ରଣା,ସରୋଜ କୁମାର ରଣା,ସତ୍ୟ ରଞ୍ଜନ ରଣା,କେଦାର ନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବିଧବା ପତ୍ନୀ ଭାରତୀ,ସାନ ଭାଇ ଶ୍ୟାମ ଶଙ୍କର,ଜ୍ୟେଷ୍ଠ ପୁଅ ରାକେଶ,ମଝିଆ ପୁଅ ରାଜେଶ,ସାନ ପୁଅ ରିତେଶ,ପୁତ୍ର ବଧୂ ଶ୍ୱେତଲୀନା ଓ ସୁମିତ୍ରା,ଏକମାତ୍ର କନ୍ୟା ରଶ୍ମିତା ଓ ଜାମାତା ଗୌତମ ଏବଂ ନାତି ଓମ୍ ,ବବଲୁ ଓ ବହୁ ଆତ୍ମୀୟ ସ୍ଵଜନ,ସ୍ୱର୍ଣ୍ଣକାର ସଂଘ୍ କର୍ମକର୍ତା ମାନେ ଉପସ୍ଥିତ ଥିଲେ।ବାଲେଶ୍ୱର ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା ଓ ପୂର୍ବତନ ସଭ୍ୟ ଆରତୀ ଦାସ ସ୍ବର୍ଗତ ରଣାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ବର୍ଗତ ରଣା ଏକ ପରୋପକାରୀ ଓ ଧର୍ମ ପରାୟଣ ବ୍ୟକ୍ତି ଓ ମନୁ ଦାଦା ହିସାବରେ ସମଗ୍ର ଅଞ୍ଚଳରେ ବେଶ ଲୋକ ପ୍ରିୟ ଥିଲେ।ତାଙ୍କର ଶବକୁ ଏକ ଶୋଭାଯାତ୍ରାରେ ନିକଟବର୍ତ୍ତି ହାକଣ୍ଡ ପୋଖରୀ ନିକଟକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।ବଡ ପୁଅ ରାକେଶ ମୁଖାଗ୍ନି ଦେଇଥିଲେ।ସ୍ବର୍ଗତ ରଣାଙ୍କ ଆକସ୍ମିକ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୁକୁମାର ରଣାଙ୍କ ରିପୋର୍ଟ

