ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରକାର ଅକ୍ଟୋବର ୧୫କୁ ନ୍ୟାସନାଲ ଅସୁଲି ଡେ’ ଘୋଷଣା କରନ୍ତୁ ଆମେରିକା ଚାପରେ ଭାରତ ସରକାର ଦେଶର ସ୍ୱାର୍ଥହାନୀ କାର୍ଯ୍ୟ ଗୁଡିକ କରୁଛି

ସରକାର ଅକ୍ଟୋବର ୧୫କୁ ନ୍ୟାସନାଲ ଅସୁଲି ଡେ’ ଘୋଷଣା କରନ୍ତୁ

ଆମେରିକା ଚାପରେ ଭାରତ ସରକାର ଦେଶର ସ୍ୱାର୍ଥହାନୀ କାର୍ଯ୍ୟ ଗୁଡିକ କରୁଛି

ଭୁବନେଶ୍ୱର; 17.9.26 ୟୁପିଆଇ ଉପରେ କେନ୍ଦ୍ର ସରକାରଙ୍କ ଜିଜିଆ କର ବସାଇ ଲୋକଙ୍କୁ ଶୋଷଣ କରିବାର ନୂଆ ତରିକା ଉପରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓପିସିସିର ସାଧାରଣ ସମ୍ପାଦକ ଶ୍ରୀମତୀ ସୋନାଲି ସାହୁ ନିଜ ମତ ଉପସ୍ଥାପନ କରିଥିଲେ l ସେ କହିଥିଲେ, କେନ୍ଦ୍ରରେ ଏବେ ଅସୁଲ-420 ସରକାର ଚାଲିଛି। ବିଭିନ୍ନ ଫନ୍ଦି ଫିକର କରି ଦେଶର ଗରିବ ଶ୍ରମିକ, ମଜଦୁର ଖଟିଖିଆଙ୍କ ଠାରୁ 12 ବର୍ଷ ଧରି ଆଖିବୁଝା କେବଳ ଅସୁଲି କରି ଚାଲିଛି ଏ ସରକାର। ଗୋଟେ ପଟେ ମହଙ୍ଗାର ମାଡ଼ରେ ଦେଶବାସୀଙ୍କୁ କଲବଲ କରି ଅନ୍ୟ ପଟେ ସେମାନଙ୍କୁ ମଲମ ଲଗେଇବା ପରିବର୍ତ୍ତେ 2000 ରୁ ଉର୍ଧ୍ୱ ୟୁପିଆଇ କାରବାର ପାଇଁ ଶୁକ୍ଲ ବସାଉଛି, ଏହା କଟା ଘା’ରେ ଲୁଣ ମାରିବା ସାଙ୍ଗେ ସମାନ। ଏହା ରାଜନୈତିକ ଇତିହାସରେ ଜିଜିଆ କର ପାର୍ଟ-2 ହୋଇ ରହିବ। ଦୁଇଦିନ ତଳେ ରାତି ଅଧିଆ ସରକାର ଘୋଷଣା କଲେ ଯେ 2000 ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ 0.4% ଟିକସ ଆଦାୟ ହେବ। ଆଜିକାଲି ଏମ୍ବୁଲାନ୍ସ ଆସିବାରେ ବିଳମ୍ବ ହେଉଛି, ହେଲେ ସରକାରଙ୍କ ନିଷ୍ପତ୍ତି ଏମ୍ବୁଲାନ୍ସଠାରୁ ବି ଜଲ୍ଦି ଆସୁଛି, ବ୍ଲିଙ୍କକିଟଠାରୁ ବହୁତ ଜଲ୍ଦି ବିଲ୍ ପାସ ହେଉଛି। ପ୍ରଥମେ ସରକାର କେସଲେସ ଟ୍ରାଞ୍ଜେକ୍ସନକୁ ଗୁରୁତ୍ୱ ଦେବାକୁ ଯାଇ ୟୁପିଆଇର ବ୍ୟବହାର ପାଇଁ ପ୍ରଚାର ପ୍ରସାର କଲେ, ତାଙ୍କ ଦଳର ମନ୍ତ୍ରୀ, ନେତା, ବିଧାୟକ, ସାଂସଦ ୟୁପିଆଇର ଫାଇଦା ବୁଝାଇବାରେ ମଧ୍ୟ କୌଣସି ସୁଯୋଗ ହାତଛଡା କଲେ ନାହିଁ। ସରକାର ୟୁପିଆଇର ଗୋଟେ ବଡ଼ ମାର୍କେଟ ତିଆରି କଲେ, ଗଛ ଲଗେଇଛନ୍ତି, ଯେତେବେଳେ ବୃଦ୍ଧ ବୟସରେ ଫଳ ଖାଇବା ପାଇଁ କେମିତି ଛାଡ଼ିବେ, ତେଣୁ ୟୁପିଆଇ ଟ୍ରାଞ୍ଜେକ୍ସନରୁ ଅସୁଲି ଆଦାୟ କରିବା ପାଇଁ ନିୟମ ବଦଳାଇ ଏଥିରେ ଟାକ୍ସ ଲଗେଇ ଦେଲେ, ଏସବୁ ପଛର କାରଣ ହେଉଛି ଲୋକଙ୍କୁ ଲୋକଙ୍କ ଖୁସି ମୋଦୀଙ୍କର ସହ୍ୟ ହୁଏ ନାହିଁ, ସେପଟେ ନିଜର ଧନୀ ବନ୍ଧୁଙ୍କୁ ବି ଖୁସ କରିବାର ଅଛି, ଯେତେବେଳେ ମୋଦୀ ଦେଖିଲେ ଯେ ସାରା ଦେଶ ୟୁପିଆଇ ଜାଲରେ ପଡ଼ି ସାରିଲାଣି, ସେତେବେଳେ ଏଇ ବ୍ୟକ୍ତି ଅସୁଲି ପାଇଁ ପହଞ୍ଚିଗଲେ।

କିନ୍ତୁ ହଠାତ୍ କାହିଁକି ? ଏହି ଅସୁଲି ପଛରେ ଥିବା କାରଣଗୁଡ଼ିକ ହେଲା, କୁହାଗଲା ଦୁଇହଜାର ଟଙ୍କା ଉପରେ ୟୁପିଆଇ ଟ୍ରାଞ୍ଜେକ୍ସନ କଲେ ଟ୍ୟାକ୍ସ ଦେବାକୁ ପଡ଼ିବ। ଯଦି ଫାଇନାନ୍ସିଆଲ୍ ଇୟର 2025-26ର ୟୁପିଆଇ ଟ୍ରାଞ୍ଜେକ୍ସନକୁ ଦେଖିବା, ତେବେ ଗତ ବର୍ଷ 24 ହଜାର କୋଟି ଥର, ୟୁପିଆଇ ଟ୍ରାଞ୍ଜେକ୍ସନ ହୋଇଛି, ଯାହାର ଅନୁମାନିକ ଏମାଉଣ୍ଟ 314 ଲକ୍ଷ କୋଟି ଟଙ୍କା । ସରକାରଙ୍କ ତରଫରୁ ଦିଆଯାଇଥିବା ସଫେଇ ଅନୁସାରେ ଦୁଇହଜାର ଟଙ୍କାରୁ ଉର୍ଧ୍ୱ ଟ୍ରାଞ୍ଜେକ୍ସନ ମାତ୍ର 0.4 ପର୍ସେଣ୍ଟ ଅର୍ଥାତ ଚୋବିଶ ହଜାର କୋଟି ଧର ଟ୍ରାଞ୍ଜେକ୍ସନର 0.4% ହେଉଛି ମାତ୍ର ନଅଶହ ଛଷଠି କୋଟି ଥର, ଯାହା ସମ୍ପୂର୍ଣ୍ଣ ମିଛ । ବାସ୍ତବ ସତ୍ୟ ହେଉଛି ଟୋଟାଲ୍ ତିନିଶହ ଚଉଦ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜେକ୍ସନରୁ ଛଷଠି ପର୍ସେଣ୍ଟ ଟ୍ରାଞ୍ଜେକ୍ସନ ଦୁଇହଜାର ଟଙ୍କାରୁ ଉର୍ଧ୍ୱ, ଅର୍ଥାତ ପାଖାପାଖି ଦୁଇଶହ ସାତ ଲକ୍ଷ କୋଟି ଟଙ୍କାର ଦୁଇହଜାର କୋଟି ଟଙ୍କାରୁ ଉର୍ଧ୍ୱ ଟ୍ରାଞ୍ଜେକ୍ସନ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ୟୁପିଆଇ ଶୁକ୍ଳ ପଛରେ ଏପିଷ୍ଟିନ ଶୁଳ୍କ ଲୁଚିକି ରହିଛି। ସାଧାରଣତଃ ଆପଣମାନେ ଫୋନପେ, ଗୁଗଲ୍ ପେ, ପେଟିଏମ୍, ଆମାଜନ୍ ପେ ୟୁଜ୍ କରୁଛନ୍ତି। ସର୍ବାଧିକ ବ୍ୟବହାର ହେଉଥିବା ୟୁପିଆଇ ଆପ ହେଉଛି ଫୋନପେ ଓ ଗୁଗଲ୍ ପେ. ଫୋନପେ ପାଖରେ ମାର୍କେଟର 48.9 ପର୍ସେଣ୍ଟ ସେୟାର ରହିଥିବା ବେଳେ ଗୁଗଲ୍ ପେ ପାଖରେ 30.7 ପର୍ସେଣ୍ଟ ସେୟାର ରହିଛି। ଏହି ଦୁଇ କମ୍ପାନି ପାଖରେ ମାର୍କେଟର 86 ପର୍ସେଣ୍ଟ ସେୟାର ରହିଛି ଆଉ ଆପଣମାନେ ଏହାକୁ ଭାରତର ୟୁପିଆଇ ଭାବି ଟ୍ରାଞ୍ଜେକ୍ସନ କରୁଛନ୍ତି। ବାସ୍ତବ କଥା ହେଲା ସର୍ବାଧିକ ଅଂଶଧନ ଥିବା ଏହି ଦୁଇ ୟୁପିଆଇ କମ୍ପାନି ଆମେରିକାର। ଆପଣଙ୍କଠାରୁ ଲୁଟି ଆମେରିକାକୁ ଆର୍ଥିକ ସୁଦୃଢ଼ କରିବାକୁ ଏକ ଷଡଯନ୍ତ୍ର l ଆମେରିକୀୟ କମ୍ପାନିଗୁଡ଼ିକୁ ସମୃଦ୍ଧ କରିବା ପାଇଁ ଭାରତୀୟ ପକେଟରୁ ଟଙ୍କା ଲୁଟ ହେଉଛି। କାହିଁକି ଆପଣମାନେ ଜାଣିଛନ୍ତି ? 3000 ଟଙ୍କାର ଟ୍ରାଞ୍ଜେକ୍ସନ ଉପରେ 12 ଟଙ୍କା, ପଞ୍ଚସ୍ତରି ହଜାର ଟଙ୍କାର ଟ୍ରାଞ୍ଜେକ୍ସନ ଉପରେ ଯେଉଁ ତିନିଶହ ଟଙ୍କା ଶୁଳ୍କ ଆଦାୟ ହେବ, ଓ 2025-26 ଆର୍ଥିକ ବର୍ଷ ଅନୁସାରେ ଯଦି ଚଳିତ ବର୍ଷ ଯୁପିଆଇ ଟ୍ରାଞ୍ଜେକ୍ସନ ହୁଏ, ତେବେ ବର୍ଷକୁ 84 ହଜାର କୋଟି ଟଙ୍କା ଆମେରିକା ନେବ। ତେବେ ଲାଭ ହେଲା କାହାର?

ସମ୍ମିଳନୀରେ ଏଆଇସିସି ବରିଷ୍ଠ ମୁଖପାତ୍ର ଡ. ହମିଦ୍ ହୁସେନ୍ ପ୍ରେସ୍ ସମ୍ମିଳନୀରେ କହିଥିଲେ ଯେ, UPIରେ MDR ଚାର୍ଜ ଲାଗୁ କରିବା ପଛରେ ଆମେରିକାର ଚାପ ରହିଛି।

NPCI (ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) ୨୦୧୬ ମସିହାରେ RBI ଏବଂ ବିଭିନ୍ନ ବ୍ୟାଙ୍କର ପରାମର୍ଶକ୍ରମେ ଭାରତରେ UPI ବ୍ୟବସ୍ଥା ପ୍ରସ୍ତୁତ କରିଥିଲା ଏବଂ ଏହାକୁ କୌଣସି ଚାର୍ଜ ବିନା କାର୍ଯ୍ୟକାରୀ କରାଯାଇଥିଲା। ଏହା ଦ୍ରୁତଗତିରେ ବିକଶିତ ହୋଇ ବାର୍ଷିକ ୬୬ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାରରେ ପହଞ୍ଚିଥିଲା। ଏହା ବ୍ୟବସାୟିକ କାରବାର, ବ୍ୟକ୍ତିଗତ ଟଙ୍କା ଆଦିକୁ ସୁବିଧାଜନକ କରିବା ସହ ଭାରତୀୟମାନଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ ଅନେକ ଅସୁବିଧାରୁ ମୁକ୍ତି ଦେଇଥିଲା। ଏହା ଫ୍ରାନ୍ସ, UAE ଏବଂ ସିଙ୍ଗାପୁର ସମେତ ୧୧ଟି ଦେଶରେ ମଧ୍ୟ ବ୍ୟାପିଛି।

ତାଙ୍କ ଅଭିଯୋଗ ଅନୁଯାୟୀ, UPI ବ୍ୟବସ୍ଥା Google Pay, Paytm, Amazon, Visa Card, ATM ଆଦି ଆମେରିକୀୟ କମ୍ପାନୀମାନଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିବାରୁ, ଏହି କମ୍ପାନୀମାନେ USTR (United States Trade Representative) ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ଭାରତ ସରକାରଙ୍କ ଉପରେ ଚାପ ପକାଇ ମାଗଣା UPI କାରବାର ବ୍ୟବସ୍ଥାକୁ ହଟାଇ ଅତିକମରେ ୨୫ ଡଲାରରୁ ଅଧିକ କାରବାର ଉପରେ ଚାର୍ଜ ଲାଗୁ କରିବା ପାଇଁ ଚାପ ସୃଷ୍ଟି କରାଯାଇଥିଲା ବୋଲି ସେ କହିଥିଲେ।

ତାଙ୍କ ମତରେ, ଭାରତ ସରକାର ଆମେରିକାର ଏହି ଚାପକୁ ଗ୍ରହଣ କରିଥିଲେ। ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିରେ ଆମେରିକାକୁ ବ୍ୟାପକ ସୁବିଧା ଦିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏଥିରେ ଆମଦାନୀ ଶୁଳ୍କ ହ୍ରାସ କରିବା, ରୁଷିଆରୁ ତେଲ କିଣିବା ଉପରେ ନିୟନ୍ତ୍ରଣ ଲଗାଇବା, ଆମେରିକୀୟ କମ୍ପାନୀମାନଙ୍କ ପାଇଁ କୃଷି ଓ ଦୁଗ୍ଧ କ୍ଷେତ୍ର ଖୋଲିବା, କୃଷି ଯନ୍ତ୍ରପାତି ଓ ସାର ଉପରେ ଭାରତୀୟ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ହ୍ରାସ କରିବା ଆଦି ବିଷୟ ରହିଛି ବୋଲି ସେ କହିଥିଲେ।

ଆମେରିକାର ଚାପ ବା ବ୍ଲାକମେଲ୍‌ରେ ମୋଦୀ ସରକାର ଏସବୁରେ ରାଜି ହୋଇଛନ୍ତି ବୋଲି ଡ. ହାମିଦ୍ ହୁସେନ୍ ଅଭିଯୋଗ କରିଥିଲେ।

ସେ ମୋଦୀ ସରକାରଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଆମେରିକାର ଚାପରେ ନ ଆସି ଦେଶର ସାର୍ବଭୌମତ୍ୱ, ସ୍ୱାଧୀନ ବୈଦେଶିକ ନୀତି ଓ ସ୍ୱାଧୀନ ବାଣିଜ୍ୟ ନୀତିକୁ ବ୍ୟାପକ ଜାତୀୟ ସ୍ୱାର୍ଥରେ ସୁରକ୍ଷିତ ରଖିବା ଉଚିତ। ନଚେତ୍, ଦେଶର ସାର୍ବଭୌମତ୍ୱ ଓ ଜାତୀୟ ସ୍ୱାର୍ଥର ସୁରକ୍ଷା କରିପାରୁଥିବା ଅନ୍ୟ ଜଣେ ନେତାଙ୍କ ପାଇଁ ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସେ ଦାବି କରିଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

Sunil Chandra Nayak

ମଣିପୁର ଘଟଣାକୁ ନେଇ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) କଳାହାଣ୍ଡି ଜିଲ୍ଲା କମିଟି ତରଫରୁ ବିକ୍ଷୋଭ ଓ ପ୍ରତିବାଦ

Sunil Chandra Nayak

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!