ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ ପଞ୍ଚାୟତରେ ଡିବିଟି ମାଧ୍ୟମରେ ଭତ୍ତା ବଣ୍ଟନ

ନର୍ଲା (ମନିସ) ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ସଳଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ସିଧାସଳଖ ଭତ୍ତା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେଉଛି। ନର୍ଲା ବ୍ଳକ ଭୀମକେଲା ଗ୍ରାମ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଏଥିପାଇଁ ଡିବିଟି ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଇଛି। ନର୍ଲା ବ୍ଳକ ବିଡ଼ିଓ ମାନସ ରଂଜନ ତ୍ରିପାଠୀଙ୍କ ଦ୍ଵାରା ବ୍ଳକ ପକ୍ଷରୁ ନିୟୋଜିତ ତଥା ଜନସେବା କେନ୍ଦ୍ରର ସରୋଜ କୁମାର ସାହୁ ହିତାଧିକାରୀଙ୍କ ଭତ୍ତା ଟଙ୍କା ଉଠାଇ ପ୍ରଦାନ କରିଥିଲେ। ୪୨୫ ଜଣ ହିତାଧିକାରୀଙ୍କ ୨୪୬୪୦୦ ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ଜମା ହୋଇଥିବା ବେଳେ ପ୍ରଥମ ଦିନରେ ଭୀମକେଲା ଓ ପଲସାପଡା ଗ୍ରାମର କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ, ପଞ୍ଚାୟତ କର୍ମଚାରୀ କର୍ଣ୍ଣ ମହାନନ୍ଦ,ଯୋଗାଣ ସହାୟକ ଵିକ୍ରମ ସାହୁ, ୱ।ର୍ଡ ସଭ୍ୟ ଜତିନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପର୍ଯ୍ୟଟନ ସ୍ଥଳୀର ମାନ୍ୟତାର ଅପେକ୍ଷାରେ ଚାନ୍ଦପୁର ବାବା ସାଧୁ ଗୋସେଇଁ ପୀଠ 

Sunil Chandra Nayak

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ଦାୟିତ୍ୱରେ ବଉଳ କାଠ

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

Sunil Chandra Nayak

Leave a Comment

error: Content is protected !!