ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବନଖଣ୍ଡରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବନଜାତ ଦ୍ରବ୍ୟ ଜବତ

ରାଉରକେଲା ବନଖଣ୍ଡରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବନଜାତ ଦ୍ରବ୍ୟ ଜବତ

ରାଉରକେଲା ୧୭/୯, ରାଉରକେଲା ବନଖଣ୍ଡ ଅଞ୍ଚଳରେ ଗତ ଦଶଦିନ ମଧ୍ୟରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜଙ୍ଗଲଜାତ ଦ୍ରବ୍ୟକୁ ଚାଲାଣ କରାଯାଉଥିବା ବେଳେ ସେଗୁଡିକୁ ଜବତ୍ କରାଯାଇଛି। ଏ ବିଷୟରେ ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମିନା।

      ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୬ ତାରିଖ ଦିନ ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ୍ ଯୋଗେ ଆସୁଥିବା ୧.୨ ଟନ୍ କେନ୍ଦୁପତ୍ର ଆସୁଥିବା ବେଳେ, ତାକୁ ପାନପୋଷ ରେଳଷ୍ଟେସନ୍ ଠାରେ ଧରାଯାଇଛି। ସେହିପରି ସେପ୍ଟେମ୍ବର ୮ ତାରିଖ ଦିନ ଫର୍ଟିଲାଇଜର ଅଞ୍ଚଳରୁ ଗାଡିରେ ଆସୁଥିବା ବେଳେ ୪/୫ ସ୍କ୍ବାଆର ଫିଟ୍ କାଠ ଜବତ କରାଯାଇଛି। ସେପ୍ଟେମ୍ବର ୧୦ ତାରିଖ ଦିନ ବୀରମିତ୍ରପୁର ଅଞ୍ଚଳରେ ୨୨୦ଟି ଶିମିଳି ପଟା ଜବତ୍ କରାଯାଇଛି। ସେହିପରି ସେପ୍ଟେମ୍ବର ୧୫ ଏକ ବଡ଼ ଅଭିଯାନରେ ପାନପୋଷ ଠାରେ ଦୁଇଟି ଟ୍ରକରେ ୩୦ ଟନରୁ ଅଧିକ ଜଙ୍ଗଲଜାତ ଦ୍ରବ୍ୟ ଅର୍ଥାତ୍ ଷ୍ଟୋନ୍ ଜବତ କରାଯାଇଛି। ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ଆଜି ବିଶ୍ରା ଅଞ୍ଚଳରୁ ୨୪୪ ଶିମିଳି ପଟା ବି ଧରାଯାଇଛି।

      ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା ସୂଚନା ଦେଇ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ବେଆଇନ ଭାବେ ଜଙ୍ଗଲଜାତ ଦ୍ରବ୍ୟ ଯଥା, ବାଲି, ପଥର ବା ଷ୍ଟୋନ୍, ମାଇନର୍ ମିନେରାଲ, ମେଜର ମିନେରାଲ କିମ୍ବା କାଠ ଇତ୍ୟାଦିକୁ ଚୋରାଚାଲାଣ କରେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ରାଉରକେଲା ବନଖଣ୍ଡ ଅଧିକାରୀ ଡିଏଫ୍ଓ ରବିକାନ୍ତ ମିନା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନିର୍ଦ୍ଦିଷ୍ଟ ଧାରଣାରେ ବସିଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

Sunil Chandra Nayak

ଧବଳେଶ୍ଵର ମହାବିଦ୍ୟାଳୟ ରେ ନୂତନ ଛାତ୍ରଙ୍କ ସ୍ବାଗତ ସମାରୋହ

masiha

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!