ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସ୍ତରରେ ସମ୍ମାନିତ ହେଲେ ମୟୁରଭଞ୍ଜର ଦୁଇ ନିୟମିତ ରକ୍ତଦାତା

ଜାତୀୟ ସ୍ତରରେ ସମ୍ମାନିତ ହେଲେ ମୟୁରଭଞ୍ଜର ଦୁଇ ନିୟମିତ ରକ୍ତଦାତା 

ରାଇରଙ୍ଗପୁର – ତା ୧୮/୦୯ ; ପବିତ୍ର ଶ୍ରୀରାମ ଧାମ ଅଯୋଧ୍ୟାରେ ରାମ କୃଷ୍ଣ ସେବା ଫାଉଣ୍ଡେସନ ଆନୁକୂଲ୍ୟରେ ରାଷ୍ଟ୍ରୀୟ ରକ୍ତଦାନ ମହୋତ୍ସବ ଓ ରକ୍ତବୀର ସେବା ରତ୍ନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ୩ ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶା ସମେତ ୨୨ ଟି ରାଜ୍ୟର ରକ୍ତଦାତାମାନେ ଯୋଗଦେଇଥିଲେ I ମୟୁରଭଞ୍ଜରୁ ସମାଜସେବୀ ତଥା ନିୟମିତ ରକ୍ତଦାତା ଡ. ନିରୋଜ କୁମାର ପୋଥାଳ ଓ ସୋମନାଥ ସିଂହ ଯୋଗଦେଇଥିଲେ I ଡ. ପୋଥାଳଙ୍କ ୧୩୯ ଓ ଶ୍ରୀ ସିଂହଙ୍କ ୭୨ ଥର ରକ୍ତଦାନ ପାଇଁ ଫାଉଣ୍ଡେସନ ତରଫରୁ ଜୌନପୁରର ମହାରାଣୀ ଓ ସ୍ଥାନୀୟ ବିଧାୟକଙ୍କ ହାତରେ ରାଷ୍ଟ୍ରୀୟ ରକ୍ତବୀର ସେବା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି I ସମାଜସେବା ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଭୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁବାର ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି I

  ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ବରିଷ୍ଠ ଆଇନଜୀବି ଜଗନ୍ନାଥ ମୁଣ୍ଡ ଙ୍କ ପରଲୋକ ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ….

masiha

ରାୟଗଡ଼ା ଭାରତୀୟ ମଜଦୁର ସଂଘର ପର୍ଯ୍ୟାବରଣ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳନ 

Sunil Chandra Nayak

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!