ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 

ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 

ଆସିକା, ୧୮/୯/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଡାକିବଜା ସ୍ଥିତ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୀମାଞ୍ଚଳ ଗୌଡ ଙ୍କ ପୌରୋହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ରମେଶ ଚନ୍ଦ୍ର ଜେନା, ତହସିଲଦାର ଲମ୍ବୋଦର ମାରାଣ୍ଡି,ବି ଇ ଓ ସୁଜିତ କୁମାର ପଣ୍ଡା, ବି ଆର ସି ସି ସୌରୀ ଶଙ୍କର ବେହେରା,ଏ ବି ଇ ଓ ବିଭୂତି ଭୂଷଣ ପାତ୍ର, ସାଂସଦ ପ୍ରତିନିଧି ମୁନା ପ୍ରଧାନ, ପୂର୍ବତନ ସରପଞ୍ଚ ସୁଧାକର ସ୍ୱାଇଁ, ପୂର୍ବତନ ପ୍ରଧାନ ଶିକ୍ଷକ ଶିଶିର ମହାନ୍ତି,ବରିଷ୍ଠ ସାମ୍ୱାଦିକ ହୃଦାନନ୍ଦ ଜେନା,ପି ଟି ଏ ସଭାପତି ରାକେଶ ପଟନାୟକ ,ବ୍ଲକ କ୍ରୀଡ଼ା ସମ୍ପାଦକ ବିଶ୍ୱ ଜୀବନ ସାହୁ, କ୍ରୀଡ଼ାବିତ ପାଣ୍ଡବ ସ୍ୱାଇଁ ସାମ୍ପ୍ରତିକ ପରିସ୍ଥିତି ରେ କ୍ରୀଡ଼ାର ଆବଶ୍ୟକତା ଓ ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ। ରୁଗୁମୁ ଓ ବରଡାବିଲି କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ସମେତ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ, ଯାହାଡା ଉଚ୍ଚ ବିଦ୍ୟାଳୟ, ହରିପୁର ସରକାରୀ ଉଚ୍ଚ ବିଦ୍ୟାଳୟ,ବରଡାବିଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର 14 ରୁ 17 ବର୍ଷ ପର୍ଯ୍ୟନ୍ତ 300 ଛାତ୍ର ଛାତ୍ରୀ ଏହି କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ରୁଗୁମୁ ସରପଞ୍ଚ ଗୀତାଞ୍ଜଳୀ ସ୍ୱାଇଁ, ବାହାରପୁର ସମିତି ସଭ୍ୟା ସୁଜାତା ଜେନା ପ୍ରମୁଖ ଉପସ୍ଥିତ ରହି ଵିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ ସଞ୍ଜୟ ଏକ୍କା, ସୁଶାନ୍ତ ପ୍ରଧାନ, ଭାଗିରଥି ବେହେରା, ରାମ ଚନ୍ଦ୍ର ବିଷୋୟୀ, ସତ୍ୟ ନାରାୟଣ ନାୟକ, ମଙ୍ଗୁଳୁ ଜେନା,ହର୍ଷ ବିଷୋୟୀ ଓ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପ୍ରମୁଖ ଆଥଲେଟ ସହ କବାଡି, ଖୋକୋ, ଭଲିବଲ, ଫୁଟ ବଲ,କ୍ରିକେଟ ଖେଳ ପରିଚାଳନା କରିଥିଲେ। ଆଜିର ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରୁ 80 ଜଣ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପାଇଁ ମନୋନୀତ ହୋଇଥିଲେ।

Related posts

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳକୁଦ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଫୁଟ୍‌ବଲ୍‌ ଓ କବାଡ଼ି ଆୟୋଜିତ

masiha

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

Sunil Chandra Nayak

ପଟାପଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ // ସୁପର ଓଭର ରେ ଟାଇଗର କ୍ଲବ ବୋର୍ଡାପଡା ଦଳ କୁ ହରାଇ ଚାମ୍ପିଅନ୍

Sunil Chandra Nayak

Leave a Comment

error: Content is protected !!