ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଶିକ୍ଷାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ୧୬୪ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ 

ରାଇରଙ୍ଗପୁର ଶିକ୍ଷାଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ୧୬୪ ଜଣ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ 

ରାଇରଙ୍ଗପୁର – ୧୮/୦୯ ଦିଵ୍ଯାଙ୍ଗ ମାନେ ସମାଜରେ ଅଲୋଡା ନୁହନ୍ତି ।ଭଗବାନ ସମସ୍ତଙ୍କ ଠାରେ କିଛିନା କିଛି ଅନ୍ତର୍ନିହିତ ଗୁଣ ଓ ପ୍ରତିଭା ଦେଇଛନ୍ତି ।ସେହି ଦିବ୍ଯାଙ୍ଗମାନଙ୍କୁ ପିଲାବେଳୁସ୍ବତନ୍ତ୍ର ସହାୟକ ଉକ୍ତ ବଣ୍ଟନ ଓ ବ୍ୟବହାର ଶିଖାଇଲେ ସେମାନେ ସେମାନେ ଆଗକୁ ବଢି ପାରିବେ ।ଏଥିପାଇଁ ସରକାର ବହୁ ଦିଵ୍ଯାଙ୍ଗ କଲ୍ଯାଣ ଯୋଜନା କରିଛନ୍ତି ।ଆଜି ଶୁକ୍ରବାର ଦିନ ରାଇରଙ୍ଗପୁର ଗୋଷ୍ଠୀଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ସହକାରୀଜିଲ୍ଲାପାଳ ସୁଧାକର ସେଠୀ , ସମ୍ମାନିତ ଅତିଥି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଅନ୍ୟତମ ଅତିଥି ରାଇରଙ୍ଗପୁର ବିଇଓ ଘନଶ୍ୟାମ ମୁର୍ମୁ, ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ‌ ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ କହିଥିଲେ ଅଭିଭାବକ, ଶିକ୍ଷକ, ପିଲାମାନେ ସହାୟକ ଉପକରଣର ଯତ୍ନ ନେବା ସହିତ ନିୟମିତ ବ୍ୟବହାର କରାଇବା ପିଲାମାନଙ୍କୁ ଶିଖାଇଲେ ନିଶ୍ଚିତ ସୁଫଳ ମିଳିବ ।ସମସ୍ତେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସ୍ନେହ, ସମ୍ମାନ, ଆଦର କରିବା ଉଚିତ ।ସେମାନଙ୍କୁ ସମାଜର ପ୍ରଗତିରେ ସହାୟକ ହେବା ଉଚିତ ।ପରେ ଉପଜିଲ୍ଲାପାଳ ଏବଂ ଅନ୍ଯ ଅତିଥିଙ୍କ ଦ୍ଵାରା ରାଇରଙ୍ଗପୁର ବ୍ଳକର ପୂର୍ବରୁ ସୁନେତ୍ର ଯୋଜନାରେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ୧୬୪ ଜଣ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷୟତ୍ରୀ ସାଗରିକା ପଣ୍ଡା, ସେକ୍ ଅବତାରରେ ହୁସେନ୍ ପ୍ରମୁଖ ଦିବ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିବିରକୁ ଆଣି ଉପକରଣ ବଣ୍ଟନ ଓ ପରିଚାଳନାରେରେ ସହାୟତା କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରାଇରଙ୍ଗପୁର ବ୍ଳକ ପରିସରରେ କୃଷି ସମ୍ବାଦ କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

କୁସୁର୍ଲା ହଜାରୀପଡାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!