ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ତା, ୧୯/୦୯: (ମନିସ ): ପୂଜା, ପର୍ବପର୍ବାଣୀ ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଉଚ୍ଚଶବ୍ଦରେ ଦୀର୍ଘ ସମୟ ଧରି ଡିଜେ ବାଜିବା ଯୋଗୁଁ ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ବିଶେଷ ଭାବେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ହୃଦ୍‌ରୋଗୀ ଓ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଅତ୍ୟଧିକ ଶବ୍ଦ ଅଡୁଆ ସୃଷ୍ଟି କରୁଛି। ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁଁ ମାନସିକ ଚାପ, ଅସ୍ଥିରତା ଓ ନିଦ୍ରାରେ ବ୍ୟାଘାତ ଭଳି ସମସ୍ୟା ଦେଖାଦେଉଥିବାରୁ ରୋଗୀଙ୍କ ପରିବାର ଚିନ୍ତା ପ୍ରକାଶ କରୁଛନ୍ତି। ଅନ୍ୟପଟେ ମେଡିକାଲ ଓ ହସ୍ପିଟାଲ ନିକଟରେ ମଧ୍ୟ ଉଚ୍ଚଶବ୍ଦରେ ଡିଜେ ବାଜିବା ନେଇ ଅସନ୍ତୋଷ ବଢ଼ିଛି। ଚିକିତ୍ସାଧୀନ ରୋଗୀଙ୍କ ଆରାମ ଓ ନିରବ ପରିବେଶ ଆବଶ୍ୟକ ଥିବା ବେଳେ ଏଭଳି ଶବ୍ଦ ପରିବେଶ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଉଛି। ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳରେ ଡିଜେର ଶବ୍ଦସୀମା ଓ ସମୟସୀମା ଉପରେ କଡ଼ା ନଜର ରଖିବା ସହ ହସ୍ପିଟାଲ, ସ୍କୁଲ ଓ ଜନବସତି ନିକଟରେ ଉଚ୍ଚଶବ୍ଦର ଡିଜେ ବ୍ୟବହାର ରୋକିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

Sunil Chandra Nayak

ମା ଲଙ୍କେଶ୍ୱରୀଙ୍କ ଦର୍ଶନ କଲେ ପୂର୍ବତନ ବିରୋଧୀଦଲ ନେତା ପ୍ରଦୀପ ନାଏକ

Sunil Chandra Nayak

ପୂରୁଣା ବିଦ୍ୟାଳୟ ଗୁଡିକରେ ୫ଟିର ରୂପାନ୍ତର କାର୍ଯ୍ଯ , ମୁଖ୍ୟଦ୍ବାର ଚକାଚକ୍ ଭିତର ଅଂଶ ଆଗ ଭଳି

Leave a Comment

error: Content is protected !!