ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ବିଭାଗ ପକ୍ଷରୁ ‘ସ୍ବଚ୍ଛ ସାଗର, ସୁରକ୍ଷିତ ସାଗର-୫.୦’ ସମୁଦ୍ର ଆମକୁ ଜୀବିକା ଦେଉଛି, ଏହାର ଯତ୍ନ ନେବା

ବନ ବିଭାଗ ପକ୍ଷରୁ ‘ସ୍ବଚ୍ଛ ସାଗର, ସୁରକ୍ଷିତ ସାଗର-୫.୦’

ସମୁଦ୍ର ଆମକୁ ଜୀବିକା ଦେଉଛି, ଏହାର ଯତ୍ନ ନେବା

ଗୋପାଳପୁର, ୧୯/୯: ଗୋପାଳପୁର ନିକଟ ଧବଳେଶ୍ୱର ବେଳାଭୂମିରେ ବନ ବିଭାଗ ପକ୍ଷରୁ ‘ସ୍ବଚ୍ଛ ସାଗର, ସୁରକ୍ଷିତ ସାଗର-୫.୦’ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଡିଏଫଓ ସନ୍ନି ଖୋଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ହରିଶ ବିଶି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତଟରକ୍ଷୀ ବାହିନୀ ଗୋପାଳପୁରର ଷ୍ଟେସନ ଡେପୁଟି କମାଣ୍ଡର ମଲିକାର୍ଜୁନ କେ, ଲିପିକାର ନିର୍ଦ୍ଦେଶିକା ରଞ୍ଜିତା ଦାଶ, ବ୍ରହ୍ମପୁର ରେଞ୍ଜର ବିମ୍ବାଧର ସାହୁ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବଳିରାମ ସରନ୍ ପ୍ରମୁଖ ମଞ୍ଚାସୀନ ଥିଲେ। ସମୁଦ୍ର ଉପକୂଳ ବାସିନ୍ଦାଙ୍କୁ ଜୀବିକା ଦେଉଛି। ଏହାକୁ ସ୍ୱଚ୍ଛ ଓ ସୁନ୍ଦର ରଖିଲେ ଏହା ଆମକୁ ଅନେକ ଦିଗରେ ସହାୟକ ହେବ। ଏହାର ଯତ୍ନ ମନ୍ଦିର ଭଳି ନିଅନ୍ତୁ ବୋଲି ଗଞ୍ଜାମ ଏସପି କହିଥିଲେ। ସଭାପରେ ସଭିଏଁ ମିଶି ବେଳାଭୂମି ସଫେଇ କରିଥିଲେ। ଏପରିକି ପରିବେଶର ସୁରକ୍ଷା, ବୃକ୍ଷ ରୋପଣ, ସ୍ୱଚ୍ଛ ସମୁଦ୍ର ତଟ ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ଶପଥ ନେଇଥିଲେ। ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ ମଞ୍ଚ ପରିଚାଳନା କରିଥିଲେ। ଏକ୍ରିକ ସଂଯୋଜକ ରଞ୍ଜନ ଭୋଇ, ବନପାଳ ବାବୁ ସେଠୀ, ବନରକ୍ଷୀ ଯାଜ୍ଞସେନୀ ମହନ୍ତ, ମାଧବ ବେହେରା, ଭାରତୀ ବେହେରା, ଅଶ୍ୱିନୀ ନାହାକ, ସୁରଭି ପାଣିଗ୍ରାହୀ, ଲିଜା ଜେନା, ମଧୁସ୍ମିତା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀ, କ୍ଲାଇମେଟ୍ ଚାମ୍ପିଅନ, ମତ୍ସ୍ୟଜୀବୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଓ ତଟରକ୍ଷୀ ବାହିନୀର କର୍ମଚାରୀମାନେ ସଫେଇରେ ସାମିଲ ହୋଇଥିଲେ।

ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ଆମ୍ବେଦକର ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯାନବାହନ ଯାଞ୍ଚ

Sunil Chandra Nayak

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

masiha

ଲେଫ୍ଟ ଆଉଟ ଗଣଶିକ୍ଷକ ସଂଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

Leave a Comment

error: Content is protected !!