ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇକ ଆଖଡ଼ା
ଢେଙ୍କାନାଳ – ରାଜ ରାଜୁଡ଼ା ସମୟରେ ଦେଶ ତଥା ନିଜ ଗଡକୁ ସୁରକ୍ଷା ଦେବାପାଇଁ ଓଡ଼ିଶାର କ୍ଷେତ୍ରୀୟ ପାଇକ ପୁଅ ସମାଜକୁ ଯୁଦ୍ଧବିଦ୍ୟା ପ୍ରଶିକ୍ଷଣ ପାଇଁ ଢେଙ୍କାନାଳ ଗଡର ଭାପୁର ଛଦେଶ ଅଞ୍ଚଳ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନର ଗାଁ ଗୁଡିକରେ ଏକ ଆଖଡ଼ା ଶାଳା ଥାଏ। ସେହି ଠାରେ ସେମାନେ ଯୁଦ୍ଧବିଦ୍ୟା ଶିଖି ଥାଆନ୍ତି। ଯୁଦ୍ଧ ସମୟରେ ସେମାନଙ୍କୁ ଡାକରା ଆସିଥାଏ। ଯୁଦ୍ଧ ସମୟରେ ଶତ୍ରୁ ମାନଙ୍କୁ ସମ୍ମୁଖୀନ ହେବାପାଇଁ ପାଇକ ମାନଙ୍କୁ ଆହ୍ବାନ ଦିଆଯାଇ ଥାଏ। ବର୍ଷ ସାରା ଚାଷ କାର୍ଯ୍ୟରେ ନିୟୋଜିତ ଥାଆନ୍ତି। ରାଜାଙ୍କର ଯୁଦ୍ଧ ଡାକରା ପାଇଲେ ସେମାନେ ଯୁଦ୍ଧ କ୍ଷେତ୍ର କୁ ଯାଇଥାନ୍ତି। ରାଜ ରାଜୁଡା ସମୟରେ ଗଡ଼କୁ ରକ୍ଷାକରିବା ପାଇଁ ପାଇକ ମାନଙ୍କୁ ନିୟୋଜିତ କରାଯାଉଥିଲା। ପାରିଶ୍ରମିକ ପାଇ ଜାଗିର ଓ ପଦ ପଦବୀ ଦିଆ ଯାଉଥିଲା। ଏହି ପରମ୍ପରାକୁ କେବଳ ଢେଙ୍କାନାଳ ନୁହେଁ ସାରା ଓଡିଶାରେ ଦଶହରା ପୂର୍ବରେ ପିଢିଙ୍କର ଅସ୍ତ୍ର ଚାଳନା ଶିକ୍ଷା କରି ପାଇକ ଆଖଡାକୁ ଉଜ୍ଜୀବିତ ରଖିଛନ୍ତି। ଏହି ପାଇକ ଆଖଡ଼ା ପ୍ରତିବର୍ଷ ଦଶହରାରେ ଦେଖିବାକୁ ମିଳେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଛଦେଶ ଅଞ୍ଚଳର କାମଧେନୁକୋଟର ଗଙ୍ଗାଧରପ୍ରସାଦ, କୃଷ୍ଣପ୍ରସାଦ,ଚନ୍ଦ୍ରଶେଖରପ୍ରସାଦର ଝୁମ୍ପୁଡ଼ିଆ,ଗଞ୍ଜେଇଡିହ, ବାଲ୍ୟାମ୍ବା,ତାଳବରକୋଟ,ବଳଦିଆବନ୍ଧ, ହିନ୍ଦୋଳ ଉପଖଣ୍ଡର ଦୁଦୁରୁକୋଟ,ଓଡ଼ାପଡ଼ା ବ୍ଳକର ଖଡଗପ୍ରସାଦ,ପାଣମୁର୍ଗା,କଳାଙ୍ଗ ଦୀନବନ୍ଧୁପୁର,ଗୋବିନ୍ଦ ପ୍ରସାଦ,କାଶିଆଡିହି,କଙ୍କଡ଼ାହାଡ଼ ବ୍ଳକର ବିରିବୋଲେଇପରଜଙ୍ଗ ବ୍ଲକର କୁଲେଇ,ଭୁବନ ବ୍ଲକ ପଳାଶପିଠିଆ ଏବଂ ଗଦିଆଁ ବ୍ଳକର ଛାଟିଆ ଓ ନେଉଳପୋଇ ପରେ ପାଇକ ଆଖଡ଼ା ସମ୍ମିଳନୀ ଅନୁଷ୍ଠିତ ହୁଏ। ଏହି ଅବସରରେ ଅନୁଗୁଳର ଦୁଇଟି ଓ ଢେଙ୍କାନାଳର ୬ଟି ପାଇକ ଆଖଡା ଦଳଭାଗ ନେଇଥିଲେ ଇଥିଲେ। ବିଭିନ୍ନ ଦଳ ପକ୍ଷରୁ ଗଦା,ଖଣ୍ଡା,ଫାର୍ସା ଯୁଦ୍ଧ ଓ ଢାଲଖେଳ ଅନୁଷ୍ଠିତ ହୁଏ। ପୂର୍ବ କାଳରେ ଯେତେବେଳେ ଗୋଳା ବାରୁଦ ନଥିଲା ସେହି କାଳରୁ ପାଇକମାନେ ନିଜର ଖଣ୍ଡା ଢାଲ ସାହାଯ୍ୟରେ ବିରତ୍ଵର ସହ ଯୁଦ୍ଧ କରୁଥିଲେ। ସେହି ପାଇକ ଖେଳର ପରମ୍ପରାକୁ ବଜାୟ ରଖିବା ପାଇଁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ପ୍ରତିବର୍ଷ ନେଉଳପୋଇ ଠାରେ ଏହି କାର୍ଯ୍ୟକ୍ରମର ଅୟୋଜନ ହୋଇଆସୁଛି। ସମସ୍ତ ପାଇକମାନଙ୍କୁ ଗ୍ରାମ ପରିକ୍ରମା ସମୟରେ ପଦପ୍ରକ୍ଷାଳନ କରି,ମୁଣ୍ଡରେ ତିଳକ ଲଗାଈ ଖଣ୍ଡା ଫାର୍ସା ସବୁକୁ ପୂଜା କରା ଯାଏ ଓ ଗ୍ରାମର ପାଇକ ମାନଙ୍କର ଆରାଧ୍ୟ ଦେବୀ ଦୁର୍ଗା ମାଙ୍କ ପୂଜା ମଧ୍ୟ ନେଉଳପୋଇ ଗ୍ରାମରେ କରିଥାନ୍ତି। ସେହିପରି କାମାକ୍ଷାନଗର ବ୍ଲକ କନ୍ତାରୀପାଟ ଗ୍ରାମ,କାନପୁରା,ବାଉଁଶପାଳ,ବାଙ୍ଗୁରା ଓ ମୋଟା ଆଦି ଗ୍ରାମରେ ପାଇକ ଆଖଡା ଦେଖିବାକୁ ମିଳିଥାଏ।
ଭାପୁର ଛଦେଶ ଓ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପାଇକ ଭାଇଙ୍କ ଦାବି : ଏଭଳି କଳାକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁନାହିଁ। ଯଦି ପ୍ରତି ବ୍ଲକ୍ ସ୍ତରରେ ପାଇକ ଆଖଡ଼ା ପାଇଁ ଟ୍ରେନିଂ ଓ ଆର୍ଥିକ ସହାୟତା ମିଳନ୍ତା, ତେବେ ଅନେକ ଯୁବକ ଏହି ବୀର କଳା ଆଡ଼କୁ ଆକୃଷ୍ଟ ହୁଅନ୍ତି।
ଯନ୍ତାରିବୋଲ ସେବାଶ୍ରମ ଆବାସିକ ବିଦ୍ୟାଳୟ ର ପ୍ରାଧାନସେବକଙ୍କ କାର୍ଯ୍ୟାଧାରା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଅସନ୍ତୋଷ
କାମାକ୍ଷାନଗର- କାମାକ୍ଷାନଗର ସନ୍ନିକଟ କାନପୁରା ପଞ୍ଚାୟତର ଯନ୍ତାରିବୋଲ ସ୍ଥିତ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କାର୍ଯ୍ୟଧାରା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି l ସରକାରଙ୍କ ପକ୍ଷରୁ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷାର ଉର୍ନ୍ନତୀ ସକାଶେ ଆବାସିକ ବିଦ୍ୟାଳୟ ମାଧ୍ୟମରେ ଶିକ୍ଷାଦାନ ଏବେ ଅବ୍ୟବସ୍ଥାରେ ପରିଣତ ହୋଇଥିବାର ଯନ୍ତାରିବୋଲ ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହେଉଛି l ବିଦ୍ୟାଳୟର ପ୍ରଧାନ ସେବକଙ୍କୁ ମିଶାଇ ୪ ଜଣ ଶିକ୍ଷକ ଶିକ୍ଷାଦାନରେ ନିୟୋଜିତ ରହିଛନ୍ତି l ସେବାଶ୍ରମରେ ଆବାସିକ ଗୃହରେ ଏକସହ ଛାତ୍ରୀ ରହୁଥିବା ବେଳେ ଦିବ୍ୟାଧୟୀ ୩୧ ଜଣ ଅଛନ୍ତି l ଆବାସିକ ଗୃହରେ ରହୁଥିବା ଛାତ୍ରୀ ମାନଙ୍କର ଖାଇବାର ଦାୟିତ୍ୱ ରେ ଅଛନ୍ତି ପ୍ରଧାନସେବକ l ହେଲେ ଆବାସିକ ଗୃହରେ ରହୁଥିବା ବିଦ୍ୟାର୍ଥୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବାର ଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହେଉଛି l ମୁଖ୍ୟତଃ ନିମ୍ନ ମାନର ତେଲ ବ୍ୟବହାର କରୁଥିବା ବେଳେ ଖାଦ୍ୟରେ ଭାତ ସହିତ ଗୋଟିଏ ତରକାରୀ ଏବଂ ୧୧୩ ବିଦ୍ୟାର୍ଥୀଙ୍କ ପାଇଁ ଅଣ୍ଡା ଦେବା ଦିନ ମାତ୍ର ଷାଠିଏ ଗୋଟି ଅଣ୍ଡା, ଚିକେନ ଦେବା ଦିନ କମ ପରିମାଣ ର ଚିକେନ ଦେଉଥିବାରୁ ଛାତ୍ରୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ଅଭିଭାବକ ମହଲରେ ଅଭିଯୋଗ ହେଉଛି l ପୁଣି ଆବାସିକ ଗୃହ ପରିସରରେ ଥିବା ନିଜ କୋଠରୀରେ ବାହାର ଲୋକଙ୍କୁ ରଖୁଥିବାର ଅଭିଯୋଗ ହେଉଛି l ଏପରିକି କେହି ଅଭିଭାବକ ଅଭିଯୋଗ କଲେ ଦୁର୍ବ୍ୟବହାର ର ଶୀକାର ହେବାକୁ ପଡିଥାଏ l ସ୍ଥାନୀୟ ରାଜନୈତିକ ନେତୃତ୍ୱ ସହିତ ମୋର ସଂପର୍କ ଥିବାର କହି ମୋର କେହି କିଛି କରିପାରିବେ ନାହିଁ ବୋଲି ପ୍ରଧାନସେବକ କହି ବୁଲୁଥିବାର ଅଭିଭାବକ ମହଲରେ ଆଲୋଚନା ହେଉଛି l ଏ ସଂକ୍ରାନ୍ତରେ ଦାୟିତ୍ୱରେ ଥିବା ପ୍ରଧାନସେବକ ହିମାଂଶୁ ଶେଖର ସାହୁଙ୍କ ସହିତ ଯୋଗାଯୋଗ କରିଥିବା ବେଳେ ଏହା ଭିତ୍ତି ହୀନ କହିବା ସହିତ ଯିଏ କହୁଛି ତାକୁ ମୋ ପାଖକୁ ନେଇ ଆସିବାକୁ କହିଛନ୍ତି l ଉପଖଣ୍ଡ ମଙ୍ଗଳ ଅଧିକାରୀ ଅନନ୍ୟା ଏଥିପ୍ରତି ଗୁରୁତ୍ୱ ଦିଆଯାଇ ତଦନ୍ତ ଭିତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପ୍ରକାଶ କରିଛନ୍ତି l
କାମାକ୍ଷାନଗର ରେ ଗଣେଶପୂଜା ଭସାଣି ଡିଜେ ବନ୍ଦ ସତ୍ୱେ ଡିଜେ ବାଜିବାରୁ ଅସନ୍ତୋଷ
କାମାକ୍ଷାନଗର-ନକାମାକ୍ଷାନଗର ସହରର ଗଣେଶପୂଜା ଭସାଣି ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଡିଜେ ବନ୍ଦ ନିର୍ଦ୍ଧେଶକୁ ମିଳିତ ବଜାର କମିଟି ପକ୍ଷରୁ ଫୁ କରିଥିବାରୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ସହରର ସତର ଗୋଟି ଗଣେଶ ମୂର୍ତ୍ତି ଧାର୍ଯ୍ୟ ସମୟ ଠାରୁ ବହୁ ବିଳମ୍ବରେ ସାରଙ୍ଗଧର ଷ୍ଟାଡିୟମ ସମ୍ମୁଖରେ ପହଞ୍ଚିଥିଲା l ଷ୍ଟାଡିୟମ ପରିସରରେ ମିଳିତ ବଜାର କମିଟିର ଅଧ୍ୟକ୍ଷ ସରୋଜକାନ୍ତ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର, ଉପଖଣ୍ଡ ପୁଲିସ ଅଧିକାରୀ ଚିତ୍ତ ରଞ୍ଜନ ବେହେରା,ଜିଲା ବିଜେପି ସଭାପତି ରାସବିହାରୀ ବେହେରା,ଓକିଲ ସଙ୍ଘ ସଭାପତି ରଞ୍ଜନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l ଏଇ ଅବସରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ ହୋଇଥିଲା l ବିଘ୍ନେଶ୍ୱର କ୍ଲବ ୬୬ ହଜାର ରେ ନିଲାମ ନେଇଥିଲା l ପରେ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ସମସ୍ତ ମେଢ଼ ସହର ପରିକ୍ରମା କରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରୁ ନିଜେନିଜ ଗନ୍ତବ୍ୟ ପଥରେ ଯାଇଥିଲେ l ଏହି ଶୋଭାଯାତ୍ରା ସମୟରେ ଡିଜେ ସାଉଣ୍ଡ ବଜେଇ ଥିବାରୁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତିରେ ଡିଜେ କୁ ଦୃଢ ଭାବେ ମନା କରିଥିବା ବେଳେ ଯୁବ ଗୋଷ୍ଠୀ ପ୍ରଶାସନ ର ନିର୍ଦ୍ଧେଶକୁ ଫୁ କରିଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l
ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ୍ ଲୁଟିନେଲେ ଦୁର୍ବୁତ୍ତ
କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳୀ ବାମପାର୍ଶ୍ୱ କେନାଲ ରାସ୍ତାର କାନପୁରା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ୍ ଲୁଟିନେଇଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ସୋଲାର କମ୍ପାନୀରେ କାର୍ଯ୍ୟରତ ପ୍ରସନ୍ନ କୁମାର ଗୁଇୟା ବିରାଶାଳରୁ କାମାକ୍ଷାନଗର ଯାଉଥିବା ବେଳେ ତିନିଜଣ ଯୁବକ ପଲସର ବାଇକ୍ରେ ତାଙ୍କୁ ପିଛା କରିଥିଲେ। ରାସ୍ତାର କାନପୁରା ଗ୍ରାମ ନିକଟରେ ତାଙ୍କୁ ଅଟକାଇ ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ ଆପାଚି ବାଇକ୍ ନେଇଯାଇଥିବା ଅଭିଯୋଗ ହୋଇଛି।ଘଟଣାସ୍ଥଳରୁ ଏକ ଧାରୁଆ ଅସ୍ତ୍ର ଜବତ କରିଛି ପୋଲିସ। ଅଭିଯୋଗ ଆଧାରକରି କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରିଛି।
ଦନ୍ତା ହାତୀ ଆକ୍ରମଣରେ ୧ ଗୁରୁତର
କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡର ମହାବୀରରୋଡ଼ ରେଞ୍ଜର ଗଣ୍ଡପଲାଗୁଡ଼ା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହେଲେ ଗଣ୍ଡପଲାଗୁଡ଼ା ଗ୍ରାମର କୋଲୁ ସାହିର ବିନ ବାରିକ (୫୦)। ସେ ଚାଷ ବିଲ କାମ ସାରି ଅପରାହ୍ନ ୫ଟାରେ ଘରକୁ ଫେରୁଥିବା ବେଳେ ହଠାତ୍ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କର ବାହାଣ ଫଟେ ହାତରେ ପାଦ ପକାଇ ଦେଇଥିଲା। ଫଳରେ ତାଙ୍କ ବାହାଣ ହାତ ଭାଙ୍ଗିଯାଇଥିବା ବେଳେ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଛି।
ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଢ଼େଙ୍କାନାଳ – ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ଆମ୍ବିଠି ସ୍ଥିତ ମା ବନଦୁର୍ଗା ମନ୍ଦିରରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହିତ ସମ୍ମୁଖ ପାର୍ଶ୍ଵରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଯୋଜନା କମିଟି ଅଧ୍ଯକ୍ଷା ତଥା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ବିକଶିତ ବନରାଜି ଉନ୍ନତ ଦେଶର ଆଜି ପ୍ରଧାନମନ୍ତ୍ରୀଙ୍କ ୭୬ ତମ ଜନ୍ମ ଦିନ ଅବସରରେ ଏକ ପେଡ୍ ମା କେ ନାମ ୩.୦ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଢେଙ୍କାନାଳ ବନଖଣ୍ଡ ଦ୍ବାରା ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆର୍ ସି ସି ଏଫ୍,ଡି ଏଫ୍ ଓ,ହିନ୍ଦୋଳରେ ରେଞ୍ଜର ଜଙ୍ଗଲର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ରଣା କରିବା ସହିତ ସଭ୍ୟତାର ସ୍ଥିତି ଅବତାରଣ ବିକାଶଶ ଜଙ୍ଗଲର ସ୍ଥିତି ଉପରେ ନିର୍ଭରଶୀଳ ବୋଲି ମତପୋଷଣ କରିଥିଲେ। ଦେଶର ଜୀବନ୍ତ ମୁକସାଖି ବୋଲି ବର୍ଣ୍ଣନା କରିବା ସହିତ ଧ୍ବଂସପ୍ରାପ୍ତ ବନର ନବୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି ବନୀକରଣର ମୂଳ ଲକ୍ଷ୍ୟ ଓ ପ୍ରଧାନମନ୍ତ୍ରୀ ଜନ୍ମଦିନ ଅବସରରେ ନରେନ୍ଦ୍ର ମୋଦିଙ୍କ ନାମରେ ବୃକ୍ଷରୋପଣ କରି ଦୀର୍ଘାୟୁ ହେବା ପାଇଁ ମା ବନଦୁର୍ଗା ନିକଟରେ ପ୍ରାର୍ଥନା କରିଥିଲେ । ସେହିଭଳି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ଆର ସି ସି ଏଫ୍-ସଂଜୟ କୁମାର ସ୍ୱାଇଁ, ଢେଙ୍କାନାଳ ଡି ଏଫ୍ ଏଫ୍ ଓ – ଲଳିତ କୁମାର ପାତ୍ର ଓ ହିନ୍ଦୋଳ ବନାଞ୍ଚଳର ସମସ୍ତ ଫରେଷ୍ଟର,କର୍ମଚାରୀ, ମନ୍ଦିର କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।
୭୬ ତମ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରାରୋପଣ
କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସର ମହାବିରୋଡ଼ ବନାଞ୍ଚଳ ପକ୍ଷରୁ ଭାଲୁମୁଣ୍ଡା ଲକ୍ଷ୍ମୀନାରାୟଣ ବନ ସୁରକ୍ଷା ସମିତି ସହଯୋଗରେ ଦଶୀପୁର-ଭାଲୁମୁଣ୍ଡା ରାସ୍ତା ପାର୍ଶ୍ଵରେ ଚରାରୋପଣ କରାଯାଇଛି। ମହାବିରୋଡ୍ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଆମ୍ବ,ଅଁଳା,ପିଜୁଳି,ତେନ୍ତୁଳି,ବଉଳ,ଜାମ୍ମୁ,ସିର୍ଜା ଆଦି ୭୬ଟି ଚାରାରୋପଣ ହୋଇଛି। କାର୍ଯ୍ୟକ୍ରମରେ ଦଶୀପୁର ସରପଞ୍ଚ ସୁଧୀର ପାଳ,ପଙ୍ଗାତିରା ସରପଞ୍ଚ କରୁଣାକର ସାହୁ,ପ୍ରକୃତି ବନ୍ଧୁ ରାଜେଶ କୁମାର ଦେହୁରୀ, ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ବେହେରା,ମହାବିରୋଡ଼ ମଣ୍ଡଳ ସଭାପତି ଜିତେନ୍ଦ୍ର କର,ଉପ ସଭାପତି ମହତାବ ସାହୁ,ଭାଲୁ ମୁଣ୍ଡାର ଲକ୍ଷ୍ମୀନାରାୟଣ ବନ ସୁରକ୍ଷା ସମିତି ସଭାପତି ମୋତିଲାଲ ଦେହୁରୀ,ସମାଜସେବୀ ବିଭୂତିଭୂଷଣ ଦେହୁରୀ,ରସାନନ୍ଦ ସାହୁ,ଅବିନାଶ ସାହୁ,ପଙ୍ଗାତିରା ଫରେଷ୍ଟର ମଧୁସ୍ମିତା ପତି,ମହାବିରୋଡ଼-୧ ଫରେଷ୍ଟର ପ୍ରଶାନ୍ତ ନାୟକ,ଫରେଷ୍ଟ ଗାର୍ଡ ଶୁଭମ ଦାସ,ଦୀପ୍ତିମୟୀ ସିଂହ,କିଶୋର ଜୁଆଙ୍ଗ,ଦୀପକ କୁମାର ନାଏକ,ଜଗତ ମୋହନ ଦାସ ପ୍ରମୁଖ ସାମିଲ ହୋଇ ଚାରାରୋପଣ କରିଥିଲେ। ହାତୀସ୍କୃଡ୍ର ରାକେଶ ସାହୁ,ଯୁଗଳ ସାହୁ,ବିଜ୍ଞାନୀ ଭୂତିଆ,ଅରୂପ ସେଠ,ଭୀମସେନ ପଧାନ ପ୍ରମୁଖ ସହଯୋଗ କରିଥିଲେ।
କାମାକ୍ଷାନଗରରେ ବିଶ୍ୱକର୍ମା ପୂଜା ପାଳିତ
କାମାକ୍ଷାନଗର କାମାକ୍ଷାନଗର ଅଞ୍ଚଳରେ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି l ସହରର ବିଦ୍ୟୁତ କାର୍ଯ୍ୟାଳୟ, ବସ ମାଲିକ ସଙ୍ଘ,ଟାଟା ଏସି ସଙ୍ଘ, ଉପଖଣ୍ଡ ଠିକାଦାର ସଙ୍ଘ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଟ୍ରକ ମାଲିକ ସଙ୍ଘ, ବାପୁ ଗ୍ୟାରେଜ,ଦାସ ଓଲଡିଂ, ରେଙ୍ଗାଳି ଜଳସେଚନ ବିଭାଜନ, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଦି କାର୍ଯ୍ୟାଳୟ, ଘରୋଇ ସଂସ୍ଥାରେ ବିଶ୍ୱକର୍ମାଙ୍କ ପ୍ରତିମୂର୍ତ୍ତିକୁ ସୁସଜ୍ଜିତ ମଣ୍ଡପରେ ରଖି ଯଥାବିଧି ପୂଜାର୍ଚନା କରାଯାଇଥିଲା l ସନ୍ଧ୍ୟାରେ ବିଭିର୍ନ୍ନ ମଣ୍ଡପ ଗୁଡିକରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ଜଣାଯାଇଛି l
ସହରର ୨ ସପିଙ୍ଗ ମଲ ଉପରେ ଫାୟାର ସେପ୍ଟି ମେଜର ଯାଞ୍ଚ
ଢେଙ୍କାନାଳ- ଓଡିଶା ସରକାରଙ୍କ ସୁରକ୍ଷିତ ଓଡିଶା ବିକଶିତ ଓଡ଼ିଶା ମାଧ୍ୟମରେ ଫାୟାର ସେପ୍ଟି ମେଜର ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଲ,ହୋଟେଲ,କ୍ଲିନିକ୍, କମ୍ପାନୀ ଆଦି ସ୍ଥାନଗୁଡିକ ଯାଞ୍ଚ କରାଯାଉଛି । ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁରହିବ। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନମାନଙ୍କୁ ସଚେତନତା କରାଯାଉଛି। ଯେପରି କିଛି ଅଘଟଣ ଘଟିବା ପୂର୍ବରୁ ଅନୁଷ୍ଠାନ ମାନେ ସତର୍କ ହୋଇଯାଆନ୍ତୁ । ଏଥିପାଇଁ ଢେଙ୍କାନାଳ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ଗୁଡ଼ିଆ ନାଳୀ ନିକଟରେ ଥିବା ଭିଶାଲ ମେଗାମାର୍ଟ ଓ କୁଞ୍ଜକାନ୍ତଠାରେ ଖେମକା ସପିଙ୍ଗମଲରେ ସଚେତନ କରାଯାଇଛି । ତାହା ମଧ୍ୟରେ ଅଗ୍ନି ନିରାପତା ପାଇଁ ଯାହା ସମସ୍ୟା ରହିଥିଲା ତାହାକୁ ତୁରନ୍ତ ସୁଧାରିବା ପାଇଁ ଚେତାବନୀ ଦେଇଥିବା ପ୍ରକାଶ କରିଛନ୍ତି ଦିନବନ୍ଧୁ ମଲ୍ଲିକ ଅଗ୍ନିଶମ ଅଧିକାରୀ l
ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ
କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମ ନିକଟସ୍ଥ ୫୩ନଂ ଜାତୀୟ ରାଜପଥ ର ବାଇଶିଙ୍ଗାଗାଁ ସର୍ଭିସ ରାସ୍ତା ନିକଟରେ ମୋଟର ସାଇକେଲ ଧକ୍କା ଦେବା ଫଳରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣଙ୍କ ହେଲେ ବାଇଶିଙ୍ଗା ମୁଣ୍ଡା ସାହିର ମୋହନ ମୁଣ୍ଡା ବୋଲି ଜଣାପଡିଛି। ମୃତକ ମୋହନ ମଜୁରୀ କାମ ସାରି ଘରକୁ ଫେରୁଥିବା ବେଳେ, ବାଇସିଙ୍ଗାଗ୍ରାମର ସମୀର ଦାସ ବୟସ( ୨୭ବର୍ଷ )ନିଜ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ଧକ୍କା ଦେଇଥିଲା ଯାହାଫଳରେ ଘଟଣା ସ୍ଥଳରେ ମୋହନ ମୁଣ୍ଡା ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ମୋଟର ସାଇକେଲ ଆରୋହୀ ଗୁରୁତର ହୋଇ କାମାକ୍ଷା ନଗର ମେଡିକାଲ ରେ ଚିକିଶ୍ଚିତ ହେଉଥିବା ଜଣାପଡିଛି।ଖବର ପାଇ କାମାକ୍ଷା ନଗର ଥାନା ପୋଲିସି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
ଗଣେଶ ପୂଜା ଭସାଣିରେ ଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଧବୋଲ ଗାଁରେ ଗଣେଶ ଭସାଣି ସମୟରେ ଅଭାବନୀୟ ଘଟଣା ଘଟିଛି।ଭସାଣି ଶୋଭାଯାତ୍ରା ଦେଖୁଥିବା ବେଳେ ଏକ ମହିନ୍ଦ୍ରା ସୁପର ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ କାନପୁରା ପଞ୍ଚାୟତ କନ୍ଧବୋଲ ଗାଁର ଜାତକ ପଧାନ।ଘଟଣା ସମ୍ପର୍କରେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଯାଇଛି। ଏ ନେଇ କାମାକ୍ଷାନଗର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ
ଢେଙ୍କାନାଳ – ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଗୁରୁବାର ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ ହୋଇଛି। ସହ ସହର ସ୍ଥିତ ଟିପିସିଓଡିଏଲ୍ ବିଦ୍ୟୁତ୍ କାର୍ଯ୍ୟାଳୟ ସେକ୍ସନ୍ ୧,ସେକ୍ସନ୍,୨,ଜିଇଡି,ପୂର୍ବ କାର୍ଯ୍ୟାଳୟ,ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ,ବଷ୍ଟାଣ୍ଡ ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ୍,ବସ୍ଷ୍ଟାଣ୍ଡ ମାଲିକ ସଂଘ,ମୀନାବଜାର ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବ୍,ଢ଼େଙ୍କାନାଳ ଡିଜେ ସାମ୍ୱାଦିକ ସଂଘ କାର୍ଯ୍ୟାଳୟ,ମଙ୍ଗଳପୁର ଟିପିସିଓଡି ଏଲ୍ ବିଦ୍ୟୁତ୍ କାର୍ଯ୍ୟାଳୟ,ଭାପୁର କୋଇଲିପଙ୍ଗି ବିଦ୍ୟୁତ୍ କାର୍ଯ୍ୟାଳୟ,ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ବିଭିନ୍ନ ଶିଳ୍ପାନୁଷ୍ଠାନ,ଗ୍ୟାରେଜ୍,ସୋରୁମ୍ ଏବଂ ଅନ୍ୟ ଦୋକାନ ଗୁଡି଼କରେ ମଧ୍ୟ ଧୂମ୍ ଧାମରେ ପୂଜା ପାଳନ କରାଯାଇଛି। କିମ୍ବଦନ୍ତୀ ଅନୁସାରେ ସ୍ଵୟଂ ଜଗନ୍ନାଥଙ୍କୁ ବିଶ୍ଵକର୍ମା ନିର୍ମାଣ କରିଥିଲେ। ଏଣୁ ବିଶ୍ବକର୍ମା ହେଉଛନ୍ତି ସ୍ୱର୍ଗର ଶ୍ରେଷ୍ଠଶିଳ୍ପୀ। ଏହି ଉପଲକ୍ଷେ ଦେବଶିଳ୍ପୀଙ୍କୁ ଆରାଧନା କରାଯିବା ସହ ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

